Posted inଜାତୀୟ

ଚାଇନାକୁ ନାହିଁ ବିଶ୍ୱାସ, ଯେ କୌଣସି ସମୟରେ କରିପାରେ ଆକ୍ରମଣ…

ନୂଆଦିଲ୍ଲୀ,୨୬।୧୦ : ଭାରତ ଏବଂ ଚାଇନା ମଧ୍ୟରେ ଅନେକ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ପ୍ରତ୍ୟେକ ବୈଠକରେ ଭାରତ ସ୍ପଷ୍ଟ ଭାବରେ କହିଛି ଯେପର୍ଯ୍ୟନ୍ତ ଚାଇନା ସୀମା ନିକଟରେ ପାଟ୍ରୋଲିଂ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଆମର ସେନା ମଧ୍ୟ ହଟିବେ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନେକ ଥର କହିଛନ୍ତି ଚାଇନାର କଥାକୁ ବିଶ୍ୱାସ କରାଯାଇପାରିବ ନାହିଁ କାରଣ ଏହାର କଥା ଗୋଟିଏ ଏବଂ କାର୍ଯ୍ୟ ଅନ୍ୟ କିଛି। ଏହି କାରଣରୁ ମାଇନସ ଡିଗ୍ରୀର ତୁଷାର ଶିଖରରେ ମଧ୍ୟ ଭାରତୀୟ ସେନାର ସାହସୀ ଯବାନମାନେ ଯେକୌଣସି ବିପଦର ମୁକାବିଲା ପାଇଁ ଚାଇନା ସୈନିକମାନଙ୍କ ସହ ମୁହାଁମୁହିଁ ଭାବେ ଠିଆ ହୋଇଛନ୍ତି।

ଗଲୱାନ ଘାଟି ଘଟଣାକୁ ଦେଶ କେବେ ବି ଭୁଲି ପାରିବ ନାହିଁ। ବିହାର ରେଜିମେଣ୍ଟ ସହିତ ଏପରି ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହାକୁ ଚାଇନା ସୈନିକ ଭୁଲି ପାରି ନାହାନ୍ତି। ଏହି ରକ୍ତାକ୍ତ ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଅପରପକ୍ଷରେ ୪୦ରୁ ଅଧିକ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ସ ଏହାପରେ ଆଲୋଚନା ପରେ ଉଭୟ ଦେଶର ସୈନ୍ୟବାହିନୀ ଗଲୱାନ ଘାଟି, ପୋଙ୍ଗାଙ୍ଗ ହ୍ରଦ ଏବଂ ହଟ ସ୍ପ୍ରିଙ୍ଗ ସମେତ ଅନେକ ସ୍ଥାନରେ ପଛକୁ ହଟିଥିଲେ। କିନ୍ତୁ ଡିପସଙ୍ଗ ଏବଂ ଡେମୋକୋକରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟି ନାହିଁ ବୋଲି ପୂର୍ବତନ ମେଜର ଜେନେରାଲ ଏସ.କେ ସିଂ କହିଛନ୍ତି।

ସୀମାରେ ଚାଇନା ଗାଁ ସ୍ଥାପନ କରୁଛି ବୋଲି ଆମେରିକୀୟ ପେଣ୍ଟାଗନ ଭାରତକୁ ସୂଚନା ଦେଇଛି । ଏଲଏସିର ବହୁ ଅଞ୍ଚଳରେ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟରେ ଚାଇନା ନିୟୋଜିତ ଅଛି। ଅଣ୍ଡରଗ୍ରାଉଣ୍ଡ ଆଶ୍ରୟସ୍ଥଳୀ, ନୂତନ ରାସ୍ତା, ହେଲିପ୍ୟାଡ ଏବଂ ନୂତନ ରାଡାର ସ୍ଥାପନ କରିବା ସହିତ ଏକ ପକ୍କା ରାସ୍ତା ନିର୍ମାଣ କରାଯାଇଛି। ସୀମାରେ ଦ୍ରୁତ ଗତିରେ ଗ୍ରାମ ମଧ୍ୟ ପ୍ରତିଷ୍ଠା କରାଯାଉଛି। ଯୁଦ୍ଧ ବିମାନ ଅବତରଣ କରିବା ପାଇଁ ଦ୍ରୁତ ଗତିରେ ଏୟାର ବେସ ନିର୍ମାଣ ଜାରି ରହିଛି। ବିବାଦ ପାଇଁ ସୀମା ହେଉଛି ଏକ ପ୍ରମୁଖ କାରଣ। ଭାରତ-ଚାଇନା ମଧ୍ୟରେ ସୀମା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏବଂ ଚାଇନା ମ୍ୟାକମାହନ ଲାଇନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ପୂର୍ବତନ ମେଜର ଜେନେରାଲ ଏସ.କେ ସିଂଙ୍କ ଅନୁଯାୟୀ, ଯଦି ଚାଇନା ପୂର୍ବ ଲଦାଖରେ ଥିବା ପୁରୁଣା ସ୍ଥାନକୁ ଗ୍ରହଣ ନ କରେ ତେବେ ସମ୍ପର୍କ ସୁଦଢ଼ ହୋଇପାରିବ ନାହିଁ।

ପୂର୍ବତନ ମେଜର ଜେନେରାଲ ଏସ.କେ ସିଂ କହିଛନ୍ତି ଚାଇନାର କାହାକୁ ବିଶ୍ୱାସ କରାଯାଇପାରିବ ନାହିଁ। ୧୯୬୨ମସିହାରେ ଚାଇନା ମଧ୍ୟ ଭାରତ ସହିତ ବିଶ୍ୱାସଘାତକତା କରିଥିଲା। ଆମେ ଭାବୁଥିଲୁ ଏମାନେ ଭାଇ ଏବଂ କେବେ ଆକ୍ରମଣ କରିବେ ନାହିଁ। ଚାଇନା ଆକ୍ରମଣ ପରେ ଭାରତକୁ ଆକସାଇ ସିଆଚିନ ଅଞ୍ଚଳ ହରାଇବାକୁ ପଡିଥିଲା। ୧୯୬୨ ପରଠାରୁ ଚାଇନା ଭାରତର ଅଧିକ ଅଞ୍ଚଳ ଦଖଲ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଭାରତ ପ୍ରତ୍ୟେକ ଥର ଏହାର ପ୍ରୟାସକୁ ପଣ୍ଡ କରିଛି।

ଏଲଏସିରେ ଭାରତ ମଧ୍ୟ ନିଜର ଭିତ୍ତିଭୂମି ପ୍ରସ୍ତୁତ କରିଛି। ଏଥି ସହିତ ଚାଇନା ମଧ୍ୟ ଜାଣେ ଯଦି ଯୁଦ୍ଧକୁ ହୁଏ ତେବେ ତାହାର ନିଜର କ୍ଷତି ହୋଇପାରେ। କାରଣ ବର୍ତ୍ତମାନ ଭାରତ ବହୁତ ଶକ୍ତିଶାଳୀ ସ୍ଥିତିରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଟାରିଫ୍ ଧମକ ପରେ ଟ୍ରମ୍ପଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏସବୁ କଥା

ନୂଆଦିଲ୍ଲୀ,୧୧।୧୨: ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri