ହିନ୍ଦ ମହାସାଗରରେ ଚାଇନାର ଅଣ୍ଡରୱାଟର ଡ୍ରୋନ୍‌!

ନ୍ୟୁଜର୍ସି,୩୧ ।୧୨: ହିନ୍ଦ ମହାସାଗରରେ ଚାଇନା, ପାଣି ଭିତରେ ଡ୍ରୋନ୍ ସଜାଇ ରଖିଥିବା ଜଣାପଡିଛି । ଯାହା ମାସ ମାସ ଧରି କାମ କରିବ । ଏହି ଡ୍ରୋନ୍ ଖଞ୍ଜିବା ପଛର କାରଣ ହେଉଛି ଏହା ଚାଇନା ନୌସେନାକୁ ଗୁପ୍ତ ତଥ୍ୟ ଯୋଗାଇବ । ଏହି ତଥ୍ୟ ପ୍ରତିରକ୍ଷା ବିଶେଷଜ୍ଞ ଏଚଆଇ ସଟନ କରିଥିବା ଜଣାପଡିଛି । ଫୋର୍ବ ପତ୍ରିକାରେ ତାଙ୍କର ଏକ ଲେଖାରେ ସଟନ କହିଛନ୍ତି ବହୁ ସଂଖ୍ୟାରେ ପାଣିତଳେ ଖଞ୍ଜା ଯାଇଥିବା ଅଣ୍ଡର ଗ୍ରାଉଣ୍ଡ ଡ୍ରୋନ୍‌(ସି ୱିଙ୍ଗ ଗ୍ଲାଇଡର) ଅନକ୍ରୁଡ ଅଣ୍ଡର ୱାଟର ଭେଇକିଲ(ୟୁୟୁବି)ଶ୍ରେଣୀର । ଏହାକୁ ହିନ୍ଦ ମହାସାଗରରେ ଚାଇନା ଦ୍ୱାରା ୨୦୧୯ ମଧ୍ୟ ଭାଗରେ ଲଗାଯାଇଥିଲା । ଏହାରି ମାଧ୍ୟମରେ ୨୦୨୦ ଫେବୃୟାରୀ ସୁଦ୍ଧା ୩,୪୦୦ ତଥ୍ୟ ପ୍ରାପ୍ତ ହୋଇଛି । ଆମେରିକା ତା’ର ନୌସେନାରେ ଯେଉଁ ଡ୍ରୋନ୍ ବ୍ୟବହାର କରୁଛି ଏହା ତା’ରି ଭଳି ବୋଲି କୁହାଯାଉଛି । ଯାହାକୁ ୨୦୧୬ରେ ଚାଇନା ଧରିଥିଲା । ଆଉ ଏବେ ଚାଇନା ଏହିଭଳି ଡ୍ରୋନର ବ୍ୟବହାର କରୁଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଡ୍ରୋନ୍ ବେଶୀ ଦୂର ପର୍ଯ୍ୟନ୍ତ ଓ ବେଶୀ ସମୟ ପର୍ଯ୍ୟନ୍ତ ନଜର ରଖି ପାରିବ । ଏହି ଚାଇନା ଡ୍ରୋନ୍ ଲାଗାତାର ଭାବେ ସୂଚନା ଓ ସମୁଦ୍ର ମଧ୍ୟରୁ କିଛି ତଥ୍ୟ ଏକତ୍ର କରୁଛି । ଯାହା ଚାଇନା ନୌସେନା ଗୁପ୍ତ ତଥ୍ୟ ଯୋଗାଡ କରିବାରେ ବ୍ୟବହାର କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ହର୍ମୁଜ! ଇରାନ ରଖିଲା ଲମ୍ବା ସର୍ତ୍ତ, ରାଜି ହେଲେ ଟ୍ରମ୍ପ? ଜାଣନ୍ତୁ…

ତେହରାନ, ୭।୪: ଇରାନ ଏକ ଅସ୍ତ୍ରବିରତି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବରେ ସୋମବାର ପ୍ରତ୍ୟାଖ୍ୟାନ କଲା ଏବଂ ଏହା ବଦଳରେ ଯୁଦ୍ଧ ଶେଷ କରିବା ପାଇଁ ଏକ ୧୦-ସୂତ୍ରୀ…

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri