ଚାଇନାର ଠକାମୀ ପଡ଼ିଲା ଧରା: ୪ ବନ୍ଧୁଦେଶଙ୍କୁ ବିକ୍ରି କରିଛି ନକଲି ଅସ୍ତ୍ରଶସ୍ତ୍ର

ବେଜିଂ,୭।୧୧: ଚାଇନାକୁ ବିଶ୍ୱାସ କରିଥିବା ଦେଶ ଏବେ ପଶ୍ଚାତାପ କରୁଛନ୍ତି। ବନ୍ଧୁ ବୋଲି କହି ଚାଇନା ସେମାନଙ୍କୁ ଠକି ଦେଇଛି। ୪ଟି ବନ୍ଧୁଦେଶକୁ ଚାଇନା ନକଲି ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ଏବେ ଏହି ଘଟଣା ଧରା ପଡ଼ିଛି। ବାଂଲାଦେଶ, ନେପାଳ, ପାକିସ୍ତାନ ଏବଂ କେନିଆକୁ ଚାଇନା ନକଲି ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛି। ବାଲାଂଦେଶକୁ ୨୦୧୭ରେ ଚାଇନା ୦୩୫-ଜି ବୁଡ଼ାଜାହାଜ ବିକ୍ରି କରିଥିଲା। ଏହାର ଦାମ ୧୦୦ ନିୟୁତ ଡଲାର ଥିଲା। ତେବେ ଏଥିରେ ବହୁ ତ୍ରୁଟି ରହିଥିବା ଜଣାପଡ଼ିଛି। ସେହିପରି ୨୦୦୩ର କିଇାଯାଇଥିବା ଏକ ମିଙ୍ଗ୍‌ ବର୍ଗର ଯୁଦ୍ଧପୋତ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅପରପକ୍ଷରେ ବିଏନ୍‌ଏସ୍‌ ଓମାର ଫାରୁକ୍‌ ଏବଂ ବିଏନ୍‌ଏସ୍‌ ଅବୁ ଉବୈଦାହର ନାଭିଗେଶନ ରାଡ଼ାର ଏବଂ ଗନ୍‌ ସିଷ୍ଟମ୍‌ରେ ତ୍ରୁଟି ରହିଥିବା ଜଣାପଡ଼ିଛି। ନେପାଳ ଚାଇନାଠାରୁ ୬ଟି ବିମାନ କିଣିଥିଲା। ଓ୍ବାଇ-୧୨-ଇ ଏବଂ ଏମ୍‌ଏ-୬୦ ବର୍ଗର ଏହି ବିମାନ ଗୁଡ଼ିକୁ ବାଲାଂଦେଶ କିଣିବାକୁ ମନା କରି ଫେରାଇ ଦେବାରୁ ଏସବୁକୁ ନେପାଳକୁ ବିକ୍ରି କରାଯାଇଥିଲା। ବିମାନ ଗୁଡ଼ିକ ନେପାଳକୁ ଆସିବା ପରେ ଖରାପ ହୋଇଯାଇଥିଲା। ବିମାନଗୁଡ଼ିକର ଯନ୍ତ୍ରାଶଂ ଏବେ ଆଉ ବଜାରରେ ଉପଲବ୍ଧ ହେଉ ନ ଥିବାରୁ ନେପାଳରେ ଏସବୁ ଖତ ଖାଉଛି। ସେହିପରି ପାକିସ୍ତାନର ମିତ୍ର ଦେଶ ବୋଲାଉଥିବା ଚାଇନା ଯୁଦ୍ଧପୋତ ଏଫ୍‌-୨୨-ପି ବିକ୍ରି କରିଥିଲା। ତେବେ ଏଥିରେ ବହୁ ଯାନ୍ତ୍ରିକ ତ୍ରୁଟି ରହିଥିବା ଜଣାପଡ଼ିଥିଲା। ଏହାର ସର୍ଭିସିଂ ପାଇଁ ପାକିସ୍ତାନ ଅନୁରୋଧ କରିଥିଲା। ତେବେ ଆଉ ଲାଭ ନ ମିଳିବା ଜାଣିବା ପରେ ଚାଇନା ଅନୁରୋଧକୁ ଅଣଦେଖା କରିଥିଲା। କେନିଆକୁ ମଧ୍ୟ ଚାଇନା ଠକିଥିବା ଜଣାପଡ଼ିଛି। କେନିଆ ଚାଇନାଠାରୁ ଅସ୍ତ୍ରଶସ୍ତ୍ର ବୋଝେଇ ଗାଡ଼ି କିଣିଥିଲା। ଚାଇନାର ସେଲସ୍‌ ରିପ୍ରେଜେଣ୍ଟଟିଭ୍‌ ଏଥିରେ ବସି ଟେଷ୍ଟ୍‌ କରିବାକୁ ମନା କରିଥିଲେ। ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ପରବର୍ତ୍ତୀ ସମୟରେ ଏହି ଗାଡ଼ିରେ ଯାଉଥିବା ସମୟରେ ବିସ୍ଫୋରଣ ଯୋଗୁ ବହୁ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri