Categories: ବାଣିଜ୍ୟ

ଅନିଲଙ୍କ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବ ଚାଇନା ବ୍ୟାଙ୍କ

ଲଣ୍ଡନ: ପ୍ରାୟ ୩ ଚାଇନା ବ୍ୟାଙ୍କରୁ ଋଣ ଆଣି ଏହାକୁ ପଇଠ କରିବା ଲାଗି ଦେବାଳିଆ ହୋଇ ଯାଇଥିବା ରିଲାଏନ୍ସ କମ୍ୟୁନିକେଶନ ମାଲିକ ଅନିଲ ଅମ୍ବାନୀ ସକ୍ଷମ ହୋଇନାହାନ୍ତି। ଏହି ବ୍ୟାଙ୍କଗୁଡିକ ଅନିଲଙ୍କୁ ପ୍ରାୟ ୫,୨୭୬ କୋଟି ଟଙ୍କାର ଋଣ ଦେଇଛନ୍ତି। ସେ ଏହାକୁ ପଇଠ କରିବାକୁ ସକ୍ଷମ ହୋଇ ନ ଥିବାରୁ ତାଙ୍କ ବିରୋଧରେ ବର୍ତ୍ତମାନ ଲଣ୍ଡନ କୋର୍ଟରେ ମାମଲାର ଶୁଣାଣି ହେଉଛି। ତାଙ୍କ ବିରୋଧରେ ୩ ଚାଇନା ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ବୋଲି ଜଣାପଡିଛି। ସାରା ବିଶ୍ୱରେ ରହିଥିବା ତାଙ୍କର ସମ୍ପତ୍ତି ଉପରେ ବ୍ୟାଙ୍କ ଏବେ ନଜର ରଖିଛନ୍ତି। ତାଙ୍କୁ ୫,୨୭୬ କୋଟି ଟଙ୍କା ସମେତ ସୁଧ ପ୍ରଦାନ କରିବାକୁ ହେବ। ହେଲେ ଅର୍ଥ ପଇଠ କରିବାକୁ ସକ୍ଷମ ନ ଥିବା ଅନିଲ କହୁଛନ୍ତି। ବକେୟା ଅର୍ଥ ଆଦାୟ କରିବା ଲାଗି ବ୍ୟାଙ୍କ ବିଭିନ୍ନ ବିକଳ୍ପକୁ ବିଚାର କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ନିକଟରେ ହୋଇଥିବା ଶୁଣାଣିରେ ଅନିଲ କୋର୍ଟଙ୍କୁ କହିଥିଲେ ଯେ, ତାଙ୍କ ନିକଟରେ ଗୋଟିଏ କାର ରହିଛି। ସୁନା ଗହଣା ବିକି ସେ ଓକିଲଙ୍କୁ ଫି’ ଦେଇଛନ୍ତି। ମା’ ଏବଂ ପୁଅର ଋଣ ତାଙ୍କ ଉପରେ ରହିଛି। ସେ ସରଳ ଜୀବନ ବଞ୍ଚୁଥିବା କହିଛନ୍ତି।

Share