Categories: ଫୁରସତ

ସିମ୍ପାଞ୍ଜି ସହ ଗେଲ ପଡ଼ିଲା ମହଙ୍ଗା: ଶର୍ଟ ଧରି ଟାଣିନେଲା ଗୋଡ଼

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବନ୍ଦ ପିଞ୍ଜରା ମଧ୍ୟରେ ସିମ୍ପାଞ୍ଜିକୁ ଦେଖିବାକୁ ମିଳୁଥିବା ବେଳେ ଜଣେ ବ୍ୟକ୍ତି ଆସି ସିମ୍ପାଞ୍ଜିିକୁ ହାତ ଦେଖାଉଛନ୍ତି। ପରେ ସିମ୍ପାଞ୍ଜି ରାଗିଯାଇ ସେ ପିନ୍ଧିଥିବା ଟି-ଶର୍ଟକୁ ଭିଡି ଧରୁଛି। ପରେ ଅନ୍ୟଜଣେ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ମଧ୍ୟ ପାରୁ ନାହାନ୍ତି। ସିମ୍ପାଞ୍ଜି ତାଙ୍କ ଶର୍ଟ ଛାଡି ତାଙ୍କ ଗୋଡ଼କୁ ଭିଡି ଧରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share