ଚିଲିକା ବିଧାୟକଙ୍କ ମାମଲା ଖୋର୍ଦ୍ଧା କୋର୍ଟକୁ ସ୍ଥାନାନ୍ତର

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ସମ୍ମୁଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସାଧାରଣ ଲୋକ ଓ ପୋଲିସ ଉପରକୁ ଗାଡ଼ି ମଡ଼ାଇଦେବା ମାମଲା ବାଣପୁର ଜେଏମ୍‌ଏଫ୍‌ସି କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଗୁରୁବାର ଏହାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବାହ୍ନରେ ବିଧାୟକ ଜଗଦ୍ଦେବ କୋର୍ଟରେ ହାଜର ହୋଇଥିଲେ। ସିଆର୍‌ପିସି ଧାରା ୨୦୯ ପ୍ରକାରେ ତାଙ୍କ ମାମଲା ଜନିତ ସମସ୍ତ କାଗଜପତ୍ର ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ୍‌-୧ଙ୍କ କୋର୍ଟକୁ ହସ୍ତାନ୍ତର କରାଯାଇଥିବା ସରକାରୀ ଓକିଲ ପ୍ରାଚୀପ୍ରଭା ନନ୍ଦ ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୪ ରେ ବିଧାୟକ ଜଗଦ୍ଦେବ ଖୋର୍ଦ୍ଧା ଏଡିଜେ-୧ଙ୍କ କୋର୍ଟରେ ହାଜର ଲାଗି ନିର୍ଦ୍ଦେଶ ରହିଛି। ପରେ ଏହି ମାମଲା ଖୋର୍ଦ୍ଧାରୁ ଭୁବନେଶ୍ୱର ଏମ୍‌ପି, ଏମ୍‌ଏଲ୍‌ଏ ସ୍ବତନ୍ତ୍ର କୋର୍ଟକୁ ହସ୍ତାନ୍ତର ପରେ ବିଚାର ହେବ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଚେୟାରମ୍ୟାନ ନିର୍ବାଚନ ହେଉଥିବା ବେଳେ ପଲଟନ ପଡିଆ ପଟୁ ଏକ ଶୋଭାଯାତ୍ରା ଆସୁଥିଲା। ଏହି ସମୟରେ ବିଧାୟକ ଜଗଦ୍ଦେବ ଏକ ଲ୍ୟାଣ୍ଡ ରେଭର ରେଞ୍ଜର (ଡିସ୍‌କଭରି) ଗାଡ଼ିରେ ଆସି ଧସେଇ ପଶିବା ବେଳେ ସେଠାରେ ଡ୍ୟୁଟିରେ ଥିବା ପୋଲିସ ତାଙ୍କୁ ଅଟକାଇଥିଲେ। ତେବେ ବିଧାୟକ ଜବରଦସ୍ତି ପଶିବା ସହ ସାଧାରଣ ଲୋକ ଓ ପୋଲିସ ଉପରକୁ ଗାଡ଼ି ମଡ଼ାଇ ଦେଇଥିଲେ। ଏଥରେ ଦୁଇ ପୋଲିସ ସମେତ ୨୦ଜଣ ଆହତ ହୋଇଥିଲେ। ଫଳରେ ଉପସ୍ଥିତ ଲୋକେ ଉତ୍‌କ୍ଷିପ୍ତ ହୋଇ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ଲହୁଲୁହାଣ ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେ ସୁସ୍ଥ ହେବା ପରେ ବାଣପୁର ଥାନା ଏସ୍‌ଆଇ ଦେବାସ୍ମିତା ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସେ ସ୍ବାସ୍ଥ୍ୟଗତ କାରଣରୁ ହାଇକୋର୍ଟରୁ ଦୁଇଥର ଅନ୍ତରୀଣ ଜାମିନ ପାଇଥିଲେ। ହାଇକୋର୍ଟରେ ତାଙ୍କ ନିୟମିତ ଜାମିନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ବର୍ଷେ ପର୍ଯ୍ୟନ୍ତ ବିଧାୟକ ଜଗଦ୍ଦେବ ଚିିଲିକା ନିର୍ବାଚନ ମଣ୍ଡଳୀକୁ ଯାଇପାରିବେ ନାହିଁ। ୫ଜଣରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ସଭାସମିତି କରିପାରିବେ ନାହିଁ। ଏପରିକି ନିର୍ବାଚନ ମଣ୍ଡଳୀ ଗସ୍ତ କରିବାକୁ ହେଲେ ଜିଲାପାଳଙ୍କ ଅନୁମତି ନେବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଧାୟକ ଜଗଦ୍ଦେବ ବାଣପୁର କୋର୍ଟରେ ହାଜାର ହୋଇ ଜାମିନ ଆବେଦନ କରିଥିଲେ। ବାଣପୁର କୋର୍ଟରେ ଓକିଲଙ୍କ ଧର୍ମଘଟ ଯୋଗୁ ନିୟମିତ ଜାମିନ ବଦଳରେ ପିଆର ବଣ୍ଡରେ ଜାମିନ ପାଇଥିଲେ। ପରେ ଗତ ଅଗଷ୍ଟ ୪ ରେ ବାଣପୁର ଜେଏମଏଫସିଙ୍କ କୋର୍ଟରେ ହାଜର ହୋଇ ନିୟମିତ ଜାମିନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri