Posted inଜାତୀୟ

ପିଲାଙ୍କ ମୋବାଇଲ ନିଶା: ଚିନ୍ତାରେ ୮୫% ଅଭିଭାବକ

ନୂଆଦିଲ୍ଲୀ,୧୯।୪: ଆଧୁନିକ ଯୁଗରେ ମୋବାଇଲ୍‌ର ଉପଯୋଗିତା ବଢ଼ିଚାଲିଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି କ୍ୟାବ୍‌ ବୁକ୍‌ କରି ନିଜ ଗନ୍ତବ୍ୟସ୍ଥଳକୁ ଯିବା ପର୍ଯ୍ୟନ୍ତ, ପ୍ରାୟ ସବୁ କାମ ପାଇଁ ଏବେ ଲୋକମାନେ ମୋବାଇଲ ଉପରେ ନିର୍ଭରଶୀଳ। ବହୁ ଜଟିଳ କାମକୁ ଫୋନ୍‌ ଶୀଘ୍ର ଓ ସହଜ କରିଦେଉଛି ସତ, କିନ୍ତୁ ଏହାର ନକାରାତ୍ମକ ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡ଼ୁଛି। ଛୁଟିରେ ପିଲାମାନେ ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବା ପରିବର୍ତ୍ତେ ମୋବାଇଲ୍‌ରେ ଅଧିକ ସମୟ ଅତିବାହିତ କରୁଛନ୍ତି। ତେବେ ଏହାକୁ ନେଇ ଭାରତର ୮୫% ଅଭିଭାବକ ଏବେ ଚିନ୍ତାରେ ପଡ଼ିଯାଇଥିବା କାଣ୍ଟାର ମିଡିଆ କମ୍ପାନୀ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।
ଖରାଛୁଟିରେ ପିଲାମାନେ ସାଙ୍ଗମାନଙ୍କ ସହ ଅଧିକ ସମୟ ଖେଳକୁଦରେ ବିତାଇବା ଏବଂ ନୂଆ ଜାଗା ବୁଲି ଦେଖିବା ପାଇଁ ଯଥେଷ୍ଟ ସମୟ ପାଇଥାନ୍ତି। କିନ୍ତୁ ସେମାନେ ଏହିସବୁ କାମ କରିବା ବଦଳରେ ଅଧିକ ସମୟ ଫୋନ୍‌ ଦେଖାରେ କଟାଉଛନ୍ତି। ମୋବାଇଲ୍‌ର ଅଧିକ ବ୍ୟବହାର ଯୋଗୁ ପିଲାମାନେ ମାନ୍ଦା ହୋଇଯାଉଥିବା ପାଖାପାଖି ୯୦ ପ୍ରତିଶତ ଅଭିଭାବକଙ୍କ ଅଭିଯୋଗ। ଗତ ମାର୍ଚ୍ଚରେ ଆମାଜନ୍‌ ନେତୃତ୍ୱରେ କାଣ୍ଟାର ମିଡିଆ କମ୍ପାନୀ ଏହି ସର୍ଭେ କରିଥିଲା। ଅନେକଙ୍କ ମତରେ ପିଲାମାନେ ୨ ଘଣ୍ଟାରୁ କମ୍‌ ସମୟ ଫୋନ୍‌ ଦେଖିବା ଉଚିତ। ସେହିପରି ୬୯ ପ୍ରତିଶତ ଅଭିଭାବକ କୁହନ୍ତି ଯେ, ଛୁଟି ସମୟରେ ସେମାନଙ୍କ ପିଲା ମୋବାଇଲ୍‌ ଦେଖିବାକୁ ପାଖାପାଖି ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତାଇଛନ୍ତି।
୧୦ ମେଟ୍ରୋ ଓ ଅଣ-ମେଟ୍ରୋ ସହରର ୭୫୦ ଅଭିଭାବକଙ୍କୁ ନେଇ ଉକ୍ତ ସର୍ଭେ କରାଯାଇଛି। ତେବେ ପିଲାମାନଙ୍କୁ ଘଣ୍ଟା ଘଣ୍ଟା ମୋବାଇଲ୍‌ ଦେଖିବା କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ୯୬ % ମା’ବାପା ଚେଷ୍ଟା ଚଳାଇଛନ୍ତି। ଅଧିକ ସମୟ ମୋବାଇଲ୍‌ ଦେଖାରେ ନ ଦେଇ ସେମାନଙ୍କ ପିଲା ଇଂଲିଶ କହିବା (୫୦%), ସୋସିଆଲ ମ୍ୟାନର୍‌ ଶିଖିବା (୪୫%), ନାଚ, ସଙ୍ଗୀତ ଶିଖିବା, ବାଦ୍ୟଯନ୍ତ୍ର ବଜାଇବା (୩୬%), ଆର୍ଟ-କ୍ରାଫ୍ଟ (୩୨%) ଖେଳକୁଦ କରିବା(୩୨%) ଅଭିଭାବକ ଚାହୁଁଥିବା କଣ୍ଟାରର କାର୍ଯ୍ୟନିର୍ବାହୀ ପରିଚାଳନା ନିର୍ଦ୍ଦେଶକ ଦୀପେନ୍ଦର ରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri