ନିର୍ମାଣ ସରୁନି, ବାରଣ୍ଡାରେ ଶିଶୁଙ୍କ ପ୍ରିକ୍ଲାସ

ଦେଓଗାଁ, ୭ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଅଙ୍ଗନୱାଡି ‘କ’ କେନ୍ଦ୍ର ନାନା ଅବ୍ୟବସ୍ଥାରେ ଚାଲିଛି। କେନ୍ଦ୍ରର ନିଜସ୍ବ କୋଠାନାହିଁ। ଫଳରେ ପିଲାଙ୍କ ପ୍ରିକ୍ଲାସ ଅଙ୍ଗନଓ୍ବାଡି କର୍ମୀଙ୍କ ବାରଣ୍ଡାରେ ଚାଲିଛି। ପ୍ରଶାସନିକ ଅବହେଳା ଯୋଗୁଁ ଆଜକୁ ୫ବର୍ଷ ହେଲା କୋଠା ନିମର୍ର୍ାଣ ସମ୍ପୂର୍ଣ୍ଣ ହୋଇପାରୁନାହିଁ। କାମ ତଦାରଖ କରୁଥିବା ଠିକାଦାରଙ୍କ କହିବାନୁସାରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଟଙ୍କା ପଡି ନ ଥିବାରୁ କୋଠା ସମ୍ପୂର୍ଣ୍ଣ କରିହେଉନାହିଁ। ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରର ସମସ୍ୟା ନେଇ ୨୦୨୨ ମେ ୨୭ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଥିଲା। ବିଭାଗୀୟ ପଦକ୍ଷେପ ସ୍ବରୁପ କୋଠାକାମ କିଛି ମାତ୍ରାରେ ଆରମ୍ଭ ହୋଇଥିଲା। ହେଲେ ପୁନଶ୍ଚ ବିଲ ହୋଇ ନ ଥିବା ଦର୍ଶାଇ ସମ୍ପୃକ୍ତ ଠିକାଦାର କୋଠା ନିର୍ମାଣ ବନ୍ଦ କରିଦେଇଥିଲେ।
୧୯୯୩ ମସିହାରେ ଉପରଝର ଅଙ୍ଗନୱାଡି ‘କ’ କେନ୍ଦ୍ର ଗୃହ ନିର୍ମାଣ ହୋଇଥିଲା। ଜରାଜୀର୍ଣ୍ଣ ହୋଇପଡିଥିବା(କ) କେନ୍ଦ୍ର କୋଠାକୁ ୨୦୧୪ ମସିହାରେ ବ୍ଲକ ପ୍ରଶାସନ ବିପଦସଙ୍କୁଳ ଘୋଷଣା କରି କୋଠାରେ ତାଲା ପକାଇଦେଇଥିଲା। ଫଳରେ ଏକବର୍ଷ ଧରି ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ କୋଠାରେ ପ୍ରିକ୍ଲାସ ଚାଲିଲା। ପରେ ସେଠାରୁ ଉକ୍ତ ଗାଁର ହେମାଲ ପଧାନଙ୍କ ଘରେ ୫ଶହ ଟଙ୍କା ଭଡାସୂତ୍ରରେ ୨୦୧୮ ମସିହାରୁ ୨୦୨୧ ପର୍ଯ୍ୟନ୍ତ ୪ବର୍ଷ ଧରି ଚାଲିଥିଲା। ହେଲେ ବିଭାଗ କୋଠା ନିର୍ମାଣ ଦିଗରେ ଧ୍ୟ୍ୟାନ ନଦେବା ସହ ସମ୍ପୃକ୍ତ କର୍ମୀଙ୍କୁ ଘରଭଡା ଟଙ୍କା ମଧ୍ୟ ମଞ୍ଜୁର ନ କରିବାରୁ ବାଧ୍ୟ ହୋଇ ତାଙ୍କ ନିଜ ଘରେ ଶିଶୁମାନଙ୍କୁ ପ୍ରିକ୍ଲାସ ଓ ରନ୍ଧାଖାଦ୍ୟ ଦେଉଥିବା କର୍ମୀ ସୁନୟନା ବିଶ୍ୱାଳ କହିଛନ୍ତି। ଏଭଳି ଅବ୍ୟବସ୍ଥାରେ ଦୀର୍ଘବର୍ଷ ହେଲା ଚାଲିଥିବାରୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ଏହି କେନ୍ଦ୍ରରେ ୨୫ଜଣ ଶିଶୁ ରହିଛନ୍ତି। ଏ ଦିଗରେ ଜଲାପାଳ ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri