ଶିରୀ ହରାଇଛି ଶିଶୁଉଦ୍ୟାନ

ଢେଙ୍କାନାଳ ଅଫିସ,୪ା୭: ପାଠ୍ୟପୁସ୍ତକରେ ସବୁ ଜ୍ଞାନ ନ ଥାଏ। ବହିବସ୍ତାନି ଚାପରୁ ମୁକ୍ତି ପାଇଁ କୋମଳମତି ଶିଶୁଙ୍କୁ ପରିବେଶ ସହିତ ପରିଚିତ ହେବାକୁ ପଡ଼ିବ। ଆଖପାଖ ଅଞ୍ଚଳରେ ଘଟୁଥିବା ଘଟଣାବଳୀ, ପାରିପାର୍ଶ୍ୱିକସ୍ଥିତି ବିଷୟରେ ଜାଣିବାକୁ ହେବ। ପାଠପଢ଼ା ସାଙ୍ଗକୁ ଶାରୀରିକ ସୁସ୍ଥତା ବଜାୟ ରଖିବା ସେମାନଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଏଭଳି ଏକାଧିକ ମହତ୍‌ ଉଦ୍ଦେଶ୍ୟ ରଖି ୧୯୮୪ରେ ଢେଙ୍କାନାଳ ସହର ନୂଆପୋଖରୀ ନିକଟରେ ପ୍ରତିଷ୍ଠା କରାଯାଇଥିଲା ନେତାଜୀ ଶିଶୁ ଉଦ୍ୟାନ। ତେବେ ପୌରସଂସ୍ଥାର ବେପରୁଆ ମନୋଭାବ ଯୋଗୁ ଏହା ଏବେ ଶିରୀ ହରାଇଛି। ଏଠାରେ ଥିବା ମୁକ୍ତାକାଶ ବ୍ୟାୟାମଶାଳା ପରିତ୍ୟକ୍ତ ହୋଇପଡ଼ିଥିବାବେଳେ ଶିଶୁଙ୍କ ମନୋରଞ୍ଜନଧର୍ମୀ କ୍ରୀଡ଼ା ଉପକରଣ ଭାଙ୍ଗିରୁଜି ଗଲାଣି। ଏକଦା ଶିଶୁଙ୍କ ଧଁା ଧଉଡ଼, ହସଉଲ୍ଲାସରେ ଫାଟି ପଡୁଥିବା ଏହି ପାର୍କ ପୌରସଂସ୍ଥାର ଅବହେଳା କାରଣରୁ ଶୂନ୍‌ଶାନ୍‌ ହୋଇପଡ଼ିଛି।


ମୁକ୍ତ ପରିବେଶରେ ଶିଶୁମାନଙ୍କ ମନୋରଞ୍ଜନ ପାଇଁ ୧୯୮୪ ଅଗଷ୍ଟ ୩୧ ସ୍ବାୟତ୍ତଶାସନ ଦିବସରେ ଉଦ୍‌ଘାଟିତ ହୋଇଥିଲା ନେତାଜୀ ଶିଶୁ ଉଦ୍ୟାନ। ହେଲେ ଏବେକାର ସ୍ଥିତି ବଦଳିଯାଇଛି। ଏହାକୁ ଦେଖିଲେ କେହି ବି ଠଉରାଇ ପାରିବେନି ଏହା ଏକ ପାର୍କ ବୋଲି। ଏହାର ପରିବେଶ ଲଟାବୁଦାରେ ପରିପୂର୍ଣ୍ଣ ହୋଇଗଲାଣି। ବିଭିନ୍ନ ସମୟରେ ବିଷଧର ସର୍ପ ବାହାରୁଛନ୍ତି। ଦୀର୍ଘଦିନ ହେଲା ମରାମତି କରାଯାଉ ନ ଥିବାରୁ ସୁରକ୍ଷା ପାଚେରି ନଇଁପଡ଼ିଛି। ଯେକୌଣସି ସମୟରେ ଏହା ଭୁଶୁଡ଼ି ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ରକ୍ଷଣାବେକ୍ଷଣ ଅଭାବରୁ କଂକ୍ରିଟ୍‌ ଖସଡ଼ା, ଦୋଳି ଭାଙ୍ଗିରୁଜି ଗଲାଣି। ଶିଶୁ ଉଦ୍ୟାନ ସମ୍ମୁଖରେ ସାରା ସହରର ଆବର୍ଜନା ଗଦା ହେଉଥିବାରୁ ଦୁର୍ଗନ୍ଧରେ ନାକ ଫାଟୁଛି। କେବଳ ଏତିକି ନୁହେଁ, ପାର୍କରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା କଥା ଭୁଲିଯାଇଛି ପୌରସଂସ୍ଥା। ଛାତବିହୀନ ମୁକୁଳା ପ୍ରତିମୂର୍ତ୍ତି ଖରା, ବର୍ଷା, ଶୀତ, କାକର ସହୁଛି। ସେହିପରି ସହରବାସୀଙ୍କୁ ଆକୃଷ୍ଟ କରିବା ଲାଗି ଶିଶୁ ଉଦ୍ୟାନରେ ୨୦୧୯ ଜାନୁୟାରୀ ୨୬ରେ ୭ଲକ୍ଷ ୪୬ହଜାର ୧୯୩ଟଙ୍କା ବ୍ୟୟରେ ଖୋଲିଥିଲା ଓପନ ଜିମ୍‌। ଏବେ ଏହା ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ। ସହର ସୌନ୍ଦର୍ଯ୍ୟକରଣ ନାମରେ ପୌରସଂସ୍ଥା ପକ୍ଷରୁ ସବୁ ଓ୍ବାର୍ଡରେ ପାର୍କ ଖୋଲିବାକୁ ଯୋଜନା କରାଯାଉଥିବାବେଳେ ୩୮ ବର୍ଷ ପୁରାତନ ଶିଶୁ ଉଦ୍ୟାନକୁ ଅଣଦେଖା କରାଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍‌ରେ ଥିବା ନେହେରୁ ପାର୍କକୁ ବାଦ୍‌ଦେଲେ ଶିଶୁ କିମ୍ବା ବରିଷ୍ଠ ନାଗରିକଙ୍କୁ ଆକର୍ଷଣ କରିବା ଭଳି ବିକଳ୍ପ ଶିଶୁ ଉଦ୍ୟାନ ନାହିଁ। ନେତାଜୀ ପାର୍କ ଅନେକାଂଶରେ ଏହି ଅଭାବ ପୂରଣ କରୁଥିବାବେଳେ ତାହା ଏବେ ଅବହେଳିତ। ଆଦର୍ଶ ସହର ମାନ୍ୟତା ପାଇଥିବା ଢେଙ୍କାନାଳ ସହରରେ ଆମୋଦପ୍ରମୋଦ ପାଇଁ ଗୋଟିଏ ଭଲ ପାର୍କ ନ ଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ଶିଶୁଉଦ୍ୟାନ ଉନ୍ନତୀକରଣ ପାଇଁ ଟେଣ୍ଡର କରାଯାଉଛି। ନୂଆ ଖେଳ ଉପକରଣ ଲଗାଇବା ପାଇଁ ପଦକ୍ଷେପ ନିଆଯାଉଛି। ସୋମବାର ପାର୍କ ପରିଦର୍ଶନ କରି ଅନୁଧ୍ୟାନ କରାଯିବ। ଆବଶ୍ୟକ ପଡ଼ିଲେ ପାଚେରି ଭାଙ୍ଗି ନୂଆ ପାଚେରି ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri