ପିଲାଙ୍କ ଡାଏଟ୍‌ ପ୍ଲାନ

ଜନ୍ମରୁ ପାଖାପାଖି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶିଶୁର ବିକାଶ ପାଇଁ ମାସ ଅନୁଯାୟୀ ଖାଦ୍ୟ ଦେବା ଅତ୍ୟନ୍ତ ଜରୁରୀ। ମନେରଖନ୍ତୁ ମା’କ୍ଷୀର ସହିତ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ପିଲାର ଶାରୀରିକ ଅଭିବୃଦ୍ଧି ଓ ବିକାଶ ପାଇଁ ଜରୁରୀ। ମା’କ୍ଷୀର ସହିତ ଅନ୍ୟ କୌଣସି ଖାଦ୍ୟ ଦେବା ପୂର୍ବରୁ ଭଲ ଭାବେ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପିଲାଟି ପାଇଁ ଡାଏଟ୍‌ ପ୍ଲାନ କରି କେଉଁ ମାସରେ କିପରି ଓ କେଉଁ କେଉଁ ଖାଦ୍ୟ ଦେବେ ସେ ସମ୍ପର୍କରେ ଏକ ଛୋଟିଆ ଆଲୋଚନାଟି ରଖୁଛୁ।
ଜନ୍ମରୁ ତିନି ମାସ ନବଜାତ ଶିଶୁଙ୍କ ପାଇଁ ମା’କ୍ଷୀର ସବୁଠାରୁ ଭଲ। ମା’କ୍ଷୀରରେ ସୁରକ୍ଷା ପ୍ରୋଟିନ ରହିଛି, ଯାହା ଶିଶୁକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ। କେହି କେହି ଶିଶୁକୁ ପାଣି; ଫଳ ରସ ଓ ଗ୍ଲୁକୋଜ ମଧ୍ୟ ଦେଇଥାନ୍ତି। ଯାହା ଅନାବଶ୍ୟକ। ମା’କ୍ଷୀର ପିଲାଙ୍କୁ ବିଭିନ୍ନ ପ୍ରକାର ରୋଗ ଓ ପାର୍ଶ୍ୱପ୍ରତିକ୍ରିୟାରୁ ମୁକ୍ତି ଦେଇଥାଏ। ଯେଉଁ ଶିଶୁ ନିୟମିତ ମା’କ୍ଷୀର ପାନ କରିଥାଏ ତାଙ୍କଠାରେ ଆଜ୍‌ମା ହେବାର ସମ୍ଭାବନା କମ୍‌ ଥାଏ। ପିଲା ଜନ୍ମ ହେବାର ତିନି ମାସରେ ମା’ ଖାଉଥିବା ଭୋଜନ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏଥିପାଇଁ ପ୍ରସବ ପରେ ପରେ ମହିଳା ନିଜର ଭୋଜନ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତିନି ମାସରେ ଶିଶୁକୁ ଆଇରନ ଆବଶ୍ୟକ ହୁଏ। ତେଣୁ ମା’ଆଇରନ ଯୁକ୍ତ ଖାଦ୍ୟ ଖାଇବା ଦରକାର, ଏହାଦ୍ୱାରା ସ୍ତନ୍ୟପାନ ମାଧ୍ୟମରେ ଶିଶୁ ଶରୀରକୁ ଆଇରନ ଯିବ।
ତିନିରୁ ଛଅ ମାସ ଶିଶୁର ଶରୀରରେ ପୋଷକ ଯୁକ୍ତ ଆବଶ୍ୟକ ହୁଏ। ତେଣୁ ଏହି ସମୟରେ କେବଳ ମା’କ୍ଷୀର ଉପରେ ନିର୍ଭର ନ କରି କିଛି ରନ୍ଧା ଖାଦ୍ୟ ଦିଅନ୍ତୁ। ସେରେଲାକ୍‌କୁ ଭଲ ଭାବେ ଉଷୁମ ପାଣିରେ ମିଶାଇ ଶିଶୁକୁ ଅଳ୍ପ ଅଳ୍ପ ଦିଅନ୍ତି, ଏଥିରୁ ଶିଶୁ ଶରୀରରେ ବିକାଶ ପାଇଁ ଭରପୂର ପୋଷଣ ମିଳିଥାଏ। ଧୀରେ ଧୀରେ ଶିଶୁକୁ କିଛି ଅଲଗା ଖାଦ୍ୟ ଦିଅନ୍ତୁ। ଯାହା ଆରାମରେ ହଜମ ହୋଇପାରିବ। ଯଦି ଶିଶୁକୁ କିଛି ଭିନ୍ନ ଭିନ୍ନ ଖାଦ୍ୟ ଦେଉଛନ୍ତି, ତା’ହେଲେ ଗୋଟେ ଖାଦ୍ୟକୁ କେବଳ ଗୋଟିଏ ଥର ନ ଦେଇ କିଛି ସପ୍ତାହ ଦିଅନ୍ତୁ, ଏହାପରେ ନୂଆ ଆରମ୍ଭ କରନ୍ତୁ। ମାଣ୍ଡିଆ ଚୂନା, ସୁଜି ଓ କଞ୍ଚାକଦଳୀ ପାଉଡ଼ର କ୍ଷୀର କିମ୍ବା ପାଣିରେ ସିଝାଇ ଶିଶୁକୁ ଖାଇବାକୁ ଦେଲେ ଲାଭ ମିଳିଥାଏ। ଶିଶୁ ଟିକେ ବଡ଼ ହୋଇଗଲେ ତାକୁ ଭାତ ଓ ଦହି ଖାଇବାକୁ ଦେଇ ପାରିବେ। ପିଲାଙ୍କୁ ଯଦି ଫଳ ସିଝାଇ ଖାଇବାକୁ ଦେଉଛନ୍ତି ଏହାକୁ ଭଲ କରି ସିଝାନ୍ତୁ।
ଛଅରୁ ଆଠମାସ ବୟସରେ ପିଲାମାନେ ନିଜେ ନିଜେ ଖାଇ ଦେଇଥାନ୍ତି, ତେଣୁ ନ ରାଗି ସେମାନଙ୍କୁ ଉତ୍ସାହିତ କରନ୍ତୁ। ଛଅ ମାସ ପରେ ଶିଶୁଙ୍କର ଦାନ୍ତ ଉଠି ଥାଏ। ଦାନ୍ତ ଉଠିବା ସହ ଶୂଳେଇ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଶିଶୁକୁ ବିସ୍କୁଟ କିମ୍ବା ଟୋଷ୍ଟ ଚୋବାଇବାକୁ ଦିଅନ୍ତୁ। ଏହାକୁ ପିଲା ପାଟିରେ ରଖି ଚୋବାଇଥାଏ। ଏହାଦ୍ୱାରା ଶିଶୁର କିଛି କ୍ଷତି ହୋଇ ନ ଥାଏ। ଶିଶୁକୁ ଆଳୁ ସିଝାଇ ଦେଇ ପାରିବେ, ଯଦି ଚାହାନ୍ତି ଏଥିରେ ଅଳ୍ପ ଲୁଣ ଓ ଗୋଟେ ବୁନ୍ଦା ଲେମ୍ବୁ ରସ ମିଶାଇ ପାରିବେ। ଗାଜର, କୋବି ଓ ପାଳଙ୍ଗ ଭଲ ଭାବେ ସିଝାଇ ସେଥିରେ ଲୁଣ ମିଶାଇ ଶିଶୁକୁ ଖାଇବାକୁ ଦିଅନ୍ତୁ। ଏହି ବୟସରେ ଶିଶୁକୁ ଅଣ୍ଡା ସିଝାଇ ଦେଇ ପାରିବେ। ସପ୍ତାହକୁ ତିନିଟି କିମ୍ବା ଚାରିଟି ଅଣ୍ଡା ସିଝାଇ ଦେଇପାରିବେ।
ନଅରୁ ଦଶ ମାସ ଶିଶୁକୁ ମାଛ, ଚିକେନ, କଲିଜା ଓ ମଟନ ଖାଇବାକୁ ଦେଇପାରିବେ। କିନ୍ତୁ ଏହାକୁ ଭଲ କରି ସିଝାଇ ନ ଥିଲେ ଶିଶୁଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଦଶ ମାସରେ ଶିଶୁର ଓଜନ ପ୍ରଥମ ତୁଳନାରେ ସ୍ଥିର ହୋଇଥାଏ। ଏହି ବୟସରେ ଶିଶୁକୁ କ୍ଷୀର, ବିସ୍କୁଟ ଓ ଫଳ ରସ ଦିଅନ୍ତୁ। ଶିଶୁଙ୍କୁ ସନ୍ତୁଳିତ ଭୋଜନ ଦିଅନ୍ତୁ। ଏଗାର ମାସ ପରେ ପିଲାର ଓଜନ ପୂର୍ବ ମାସଗୁଡ଼ିକ ଅପେକ୍ଷା ବଢ଼ିଥାଏ। ଯେତେବେଳେ ପିଲାକୁ ବର୍ଷେ ପୂରେ ତା’ର ଓଜନ କିନ୍ତୁ ହେବା ଓଜନଠାରୁ ତିନିଗୁଣା ହୋଇଥାଏ। ଏହି ସମୟରେ ପିଲାକୁ କ୍ଷୀର, ବିସ୍କୁଟ ଓ ଫଳ ଜୁସ୍‌ କରିଦିଅନ୍ତୁ। ଏକ ମିଶ୍ରିତ ସନ୍ତୁଳିତ ଭୋଜନ ଦିଅନ୍ତୁ। ଏହାଦ୍ୱାରା ପିଲାର ଶରୀରରେ ଦେଖାଦେଉଥିବା ଅଭାବ ଦୂର ହେବ।
ଅନେକ ମାତାପିତା ପିଲାଟିକୁ ଶୀଘ୍ର ଓ ଅତି ସୁନ୍ଦର କରିବାକୁ ଚିନ୍ତା କରି ଅନାବଶ୍ୟକ ଭାବେ ଅତ୍ୟଧିକ ଓ ଶରୀର ପାଇଁ ଅନୁପଯୁକ୍ତ ଖାଦ୍ୟ ଦେଇଥାନ୍ତି। ଯାହାକି ପିଲାଟି ପାଇଁ ସୁସ୍ଥ ଓ ସ୍ବାସ୍ଥ୍ୟକାରକ ନ ହୋଇ ଏହା ଅହିତକାରକ ସାବ୍ୟସ୍ତ ହୋଇ ବିଭିନ୍ନ ପାର୍ଶ୍ୱପ୍ରତିକ୍ରିୟା ଓ ନୂଆ ରୋଗ ସୃଷ୍ଟି କରିଥାଏ। ସବୁଠାରୁ ଭଲ ସରକାରୀ ବ୍ୟବସ୍ଥିତ ସମସ୍ତ ମାଗଣା ପରୀକ୍ଷା ନିରୀକ୍ଷା, ପରାମର୍ଶ ଓ ଔଷଧ ପତ୍ରର ସାହାଯ୍ୟ ନେବା। କୌଣସି ଦେଶୀୟ ଚିକିତ୍ସା ବା ଗୁଣିଗାରେଡ଼ି ବ୍ୟବସ୍ଥାକୁ ଗ୍ରହଣ କରନ୍ତୁ ନାହିଁ କିମ୍ବା ଏହାର ପ୍ରଚାର ପ୍ରସାର ମଧ୍ୟ କରନ୍ତୁ ନାହିଁ।
ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ, ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ୱର
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri