ପିଲାଙ୍କ ଡାଏଟ୍‌ ପ୍ଲାନ

ଜନ୍ମରୁ ପାଖାପାଖି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଶିଶୁର ବିକାଶ ପାଇଁ ମାସ ଅନୁଯାୟୀ ଖାଦ୍ୟ ଦେବା ଅତ୍ୟନ୍ତ ଜରୁରୀ। ମନେରଖନ୍ତୁ ମା’କ୍ଷୀର ସହିତ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ପିଲାର ଶାରୀରିକ ଅଭିବୃଦ୍ଧି ଓ ବିକାଶ ପାଇଁ ଜରୁରୀ। ମା’କ୍ଷୀର ସହିତ ଅନ୍ୟ କୌଣସି ଖାଦ୍ୟ ଦେବା ପୂର୍ବରୁ ଭଲ ଭାବେ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପିଲାଟି ପାଇଁ ଡାଏଟ୍‌ ପ୍ଲାନ କରି କେଉଁ ମାସରେ କିପରି ଓ କେଉଁ କେଉଁ ଖାଦ୍ୟ ଦେବେ ସେ ସମ୍ପର୍କରେ ଏକ ଛୋଟିଆ ଆଲୋଚନାଟି ରଖୁଛୁ।
ଜନ୍ମରୁ ତିନି ମାସ ନବଜାତ ଶିଶୁଙ୍କ ପାଇଁ ମା’କ୍ଷୀର ସବୁଠାରୁ ଭଲ। ମା’କ୍ଷୀରରେ ସୁରକ୍ଷା ପ୍ରୋଟିନ ରହିଛି, ଯାହା ଶିଶୁକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ। କେହି କେହି ଶିଶୁକୁ ପାଣି; ଫଳ ରସ ଓ ଗ୍ଲୁକୋଜ ମଧ୍ୟ ଦେଇଥାନ୍ତି। ଯାହା ଅନାବଶ୍ୟକ। ମା’କ୍ଷୀର ପିଲାଙ୍କୁ ବିଭିନ୍ନ ପ୍ରକାର ରୋଗ ଓ ପାର୍ଶ୍ୱପ୍ରତିକ୍ରିୟାରୁ ମୁକ୍ତି ଦେଇଥାଏ। ଯେଉଁ ଶିଶୁ ନିୟମିତ ମା’କ୍ଷୀର ପାନ କରିଥାଏ ତାଙ୍କଠାରେ ଆଜ୍‌ମା ହେବାର ସମ୍ଭାବନା କମ୍‌ ଥାଏ। ପିଲା ଜନ୍ମ ହେବାର ତିନି ମାସରେ ମା’ ଖାଉଥିବା ଭୋଜନ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏଥିପାଇଁ ପ୍ରସବ ପରେ ପରେ ମହିଳା ନିଜର ଭୋଜନ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତିନି ମାସରେ ଶିଶୁକୁ ଆଇରନ ଆବଶ୍ୟକ ହୁଏ। ତେଣୁ ମା’ଆଇରନ ଯୁକ୍ତ ଖାଦ୍ୟ ଖାଇବା ଦରକାର, ଏହାଦ୍ୱାରା ସ୍ତନ୍ୟପାନ ମାଧ୍ୟମରେ ଶିଶୁ ଶରୀରକୁ ଆଇରନ ଯିବ।
ତିନିରୁ ଛଅ ମାସ ଶିଶୁର ଶରୀରରେ ପୋଷକ ଯୁକ୍ତ ଆବଶ୍ୟକ ହୁଏ। ତେଣୁ ଏହି ସମୟରେ କେବଳ ମା’କ୍ଷୀର ଉପରେ ନିର୍ଭର ନ କରି କିଛି ରନ୍ଧା ଖାଦ୍ୟ ଦିଅନ୍ତୁ। ସେରେଲାକ୍‌କୁ ଭଲ ଭାବେ ଉଷୁମ ପାଣିରେ ମିଶାଇ ଶିଶୁକୁ ଅଳ୍ପ ଅଳ୍ପ ଦିଅନ୍ତି, ଏଥିରୁ ଶିଶୁ ଶରୀରରେ ବିକାଶ ପାଇଁ ଭରପୂର ପୋଷଣ ମିଳିଥାଏ। ଧୀରେ ଧୀରେ ଶିଶୁକୁ କିଛି ଅଲଗା ଖାଦ୍ୟ ଦିଅନ୍ତୁ। ଯାହା ଆରାମରେ ହଜମ ହୋଇପାରିବ। ଯଦି ଶିଶୁକୁ କିଛି ଭିନ୍ନ ଭିନ୍ନ ଖାଦ୍ୟ ଦେଉଛନ୍ତି, ତା’ହେଲେ ଗୋଟେ ଖାଦ୍ୟକୁ କେବଳ ଗୋଟିଏ ଥର ନ ଦେଇ କିଛି ସପ୍ତାହ ଦିଅନ୍ତୁ, ଏହାପରେ ନୂଆ ଆରମ୍ଭ କରନ୍ତୁ। ମାଣ୍ଡିଆ ଚୂନା, ସୁଜି ଓ କଞ୍ଚାକଦଳୀ ପାଉଡ଼ର କ୍ଷୀର କିମ୍ବା ପାଣିରେ ସିଝାଇ ଶିଶୁକୁ ଖାଇବାକୁ ଦେଲେ ଲାଭ ମିଳିଥାଏ। ଶିଶୁ ଟିକେ ବଡ଼ ହୋଇଗଲେ ତାକୁ ଭାତ ଓ ଦହି ଖାଇବାକୁ ଦେଇ ପାରିବେ। ପିଲାଙ୍କୁ ଯଦି ଫଳ ସିଝାଇ ଖାଇବାକୁ ଦେଉଛନ୍ତି ଏହାକୁ ଭଲ କରି ସିଝାନ୍ତୁ।
ଛଅରୁ ଆଠମାସ ବୟସରେ ପିଲାମାନେ ନିଜେ ନିଜେ ଖାଇ ଦେଇଥାନ୍ତି, ତେଣୁ ନ ରାଗି ସେମାନଙ୍କୁ ଉତ୍ସାହିତ କରନ୍ତୁ। ଛଅ ମାସ ପରେ ଶିଶୁଙ୍କର ଦାନ୍ତ ଉଠି ଥାଏ। ଦାନ୍ତ ଉଠିବା ସହ ଶୂଳେଇ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଶିଶୁକୁ ବିସ୍କୁଟ କିମ୍ବା ଟୋଷ୍ଟ ଚୋବାଇବାକୁ ଦିଅନ୍ତୁ। ଏହାକୁ ପିଲା ପାଟିରେ ରଖି ଚୋବାଇଥାଏ। ଏହାଦ୍ୱାରା ଶିଶୁର କିଛି କ୍ଷତି ହୋଇ ନ ଥାଏ। ଶିଶୁକୁ ଆଳୁ ସିଝାଇ ଦେଇ ପାରିବେ, ଯଦି ଚାହାନ୍ତି ଏଥିରେ ଅଳ୍ପ ଲୁଣ ଓ ଗୋଟେ ବୁନ୍ଦା ଲେମ୍ବୁ ରସ ମିଶାଇ ପାରିବେ। ଗାଜର, କୋବି ଓ ପାଳଙ୍ଗ ଭଲ ଭାବେ ସିଝାଇ ସେଥିରେ ଲୁଣ ମିଶାଇ ଶିଶୁକୁ ଖାଇବାକୁ ଦିଅନ୍ତୁ। ଏହି ବୟସରେ ଶିଶୁକୁ ଅଣ୍ଡା ସିଝାଇ ଦେଇ ପାରିବେ। ସପ୍ତାହକୁ ତିନିଟି କିମ୍ବା ଚାରିଟି ଅଣ୍ଡା ସିଝାଇ ଦେଇପାରିବେ।
ନଅରୁ ଦଶ ମାସ ଶିଶୁକୁ ମାଛ, ଚିକେନ, କଲିଜା ଓ ମଟନ ଖାଇବାକୁ ଦେଇପାରିବେ। କିନ୍ତୁ ଏହାକୁ ଭଲ କରି ସିଝାଇ ନ ଥିଲେ ଶିଶୁଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଦଶ ମାସରେ ଶିଶୁର ଓଜନ ପ୍ରଥମ ତୁଳନାରେ ସ୍ଥିର ହୋଇଥାଏ। ଏହି ବୟସରେ ଶିଶୁକୁ କ୍ଷୀର, ବିସ୍କୁଟ ଓ ଫଳ ରସ ଦିଅନ୍ତୁ। ଶିଶୁଙ୍କୁ ସନ୍ତୁଳିତ ଭୋଜନ ଦିଅନ୍ତୁ। ଏଗାର ମାସ ପରେ ପିଲାର ଓଜନ ପୂର୍ବ ମାସଗୁଡ଼ିକ ଅପେକ୍ଷା ବଢ଼ିଥାଏ। ଯେତେବେଳେ ପିଲାକୁ ବର୍ଷେ ପୂରେ ତା’ର ଓଜନ କିନ୍ତୁ ହେବା ଓଜନଠାରୁ ତିନିଗୁଣା ହୋଇଥାଏ। ଏହି ସମୟରେ ପିଲାକୁ କ୍ଷୀର, ବିସ୍କୁଟ ଓ ଫଳ ଜୁସ୍‌ କରିଦିଅନ୍ତୁ। ଏକ ମିଶ୍ରିତ ସନ୍ତୁଳିତ ଭୋଜନ ଦିଅନ୍ତୁ। ଏହାଦ୍ୱାରା ପିଲାର ଶରୀରରେ ଦେଖାଦେଉଥିବା ଅଭାବ ଦୂର ହେବ।
ଅନେକ ମାତାପିତା ପିଲାଟିକୁ ଶୀଘ୍ର ଓ ଅତି ସୁନ୍ଦର କରିବାକୁ ଚିନ୍ତା କରି ଅନାବଶ୍ୟକ ଭାବେ ଅତ୍ୟଧିକ ଓ ଶରୀର ପାଇଁ ଅନୁପଯୁକ୍ତ ଖାଦ୍ୟ ଦେଇଥାନ୍ତି। ଯାହାକି ପିଲାଟି ପାଇଁ ସୁସ୍ଥ ଓ ସ୍ବାସ୍ଥ୍ୟକାରକ ନ ହୋଇ ଏହା ଅହିତକାରକ ସାବ୍ୟସ୍ତ ହୋଇ ବିଭିନ୍ନ ପାର୍ଶ୍ୱପ୍ରତିକ୍ରିୟା ଓ ନୂଆ ରୋଗ ସୃଷ୍ଟି କରିଥାଏ। ସବୁଠାରୁ ଭଲ ସରକାରୀ ବ୍ୟବସ୍ଥିତ ସମସ୍ତ ମାଗଣା ପରୀକ୍ଷା ନିରୀକ୍ଷା, ପରାମର୍ଶ ଓ ଔଷଧ ପତ୍ରର ସାହାଯ୍ୟ ନେବା। କୌଣସି ଦେଶୀୟ ଚିକିତ୍ସା ବା ଗୁଣିଗାରେଡ଼ି ବ୍ୟବସ୍ଥାକୁ ଗ୍ରହଣ କରନ୍ତୁ ନାହିଁ କିମ୍ବା ଏହାର ପ୍ରଚାର ପ୍ରସାର ମଧ୍ୟ କରନ୍ତୁ ନାହିଁ।
ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ, ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ୱର
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ ହେଉଛି, ଥଇଥାନ ହେଉନି: ଜୀବନ ଜୀବିକା ଦୁର୍ବିଷହ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦ ଅଭିଯାନରେ ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ୱାର୍ଡରେ ଜବରଦଖଲକୁ…

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

ପାଣିପାଗ ବିଭାଗର ଆଲର୍ଟ, ୧୦ରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ!

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ): ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

ପିଏଙ୍କ ହତ୍ୟା ପରେ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ, ସିଧା କହିଦେଲେ ହତ୍ୟାକାରୀ…ପଶ୍ଚିମବଙ୍ଗରେ ଚହଳ

କୋଲକାତା,୭।୫: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ୱାଚନୀ ବିଜୟ ମଧ୍ୟରେ, ଏକ ଚାଞ୍ଚଲ୍ୟକର ଅପରାଧ ଘଟିଛି। ଏହି ଘଟଣାରେ, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରାଯାଇଥିବା ସୂଚନା…

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର…

ରାଜ୍ୟରେ ଘନେଇଲାଣି ପେଟ୍ରୋଲ, ଡିଜେଲ ଅଭାବ

ଗତ ଫେବୃଆରୀ ୨୮ରୁ ଇରାନ୍‌ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ…

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri