ପିଲାଙ୍କୁ ମିଳିବ ପୁଷ୍ଟିକର ଲଡ଼ୁ: ମାଲାମାଲ୍‌ ହେବେ କ୍ଷୁଦ୍ର ବ୍ୟବସାୟୀ

ଦାରିଙ୍ଗବାଡି, ୩୧।୩ (ଅରୁଣ ସାହୁ):ଏଣିକି ଛାତ୍ରୀଛାତ୍ରଙ୍କୁ ମିଳିବ ପୃଷ୍ଟିକର ଖାଦ୍ୟ। ସେଥିରେ ସାମିଲ ହେବ ସୁସ୍ବାଦ ପୁଷ୍ଟିକର ଲଡ଼ୁ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ପ୍ରାଥମିକ ବିଦ୍ୟାଳୟଠାରୁ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସପ୍ତାହରେ ତିନିଦିନ ଦିଆଯିବ ମାଣ୍ଡିଆ ଲଡ଼ୁ। କାଜୁ, ରାଶି, ବାଦାମ ଆଦି ମିଶି ପ୍ରସ୍ତୁତ କରାଯାଇଥିବା ଏହି ଲଡ଼ୁ ପିଲାଙ୍କୁ ଖାଇବାକୁ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ନୋଡାଲ ଅଫିସର ତଥା ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ ଗିରିଶ ଚନ୍ଦ୍ର ସିଂ ଚିଠି କରିଛନ୍ତି। ଚିଠିରେ ବିଦ୍ୟାଳୟ ଚାଲିବା ସମୟରେ ମଧ୍ୟାହ୍ନ ଭୋଜନରେ ନୂତନ ତାଲିକା ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଭାତ ସହ ଅଣ୍ଡା ତରକାରୀ ପିଲାଙ୍କୁ ଖାଇବାକୁ ଦିଆଯିବ। ମଙ୍ଗଳବାର ଭାତ, ସୋୟାବଡି ତରକାରୀ ସହ ସୁସ୍ବାଦ ପୁଷ୍ଟିକର ଲଡ଼ୁ ପିଲାଙ୍କୁ ଖାଇବାକୁ ଦିଆଯିବ। ସେହିପରି ବୁଧବାର ଭାତ ସହ ଅଣ୍ଡା ତରକାରୀ, ଗୁରୁବାର ଭାତ, ଡାଲମା ଏବଂ ପୁଷ୍ଟିକର ଲଡ଼ୁ, ଶୁକ୍ରବାର ଭାତ ସହ ଅଣ୍ଡା ତରକାରୀ ଏବଂ
ଶନିବାର ଭାତ ସହ ସୋୟା ବଢି ତରକାରୀ ଏବଂ ଲଡ଼ୁ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦିଆଯିବ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ଫିଟ ରହିବା ସହ ଶରୀରକୁ ଆବଶ୍ୟକ ପୋଷାକତତ୍ତ୍ୱ ମିଳିବ ଓ ଅପପୁଷ୍ଟିର ଶିକାର ହେବେନାହିଁ। ସେହିପରି ରାଜ୍ୟସରକାଙ୍କ ଦ୍ୱାରା ଶ୍ରୀଅର୍ଣ୍ଣ ଅଭିଯାନରେ ରାଜ୍ୟରେ ଉତ୍ପାଦନ ହେଉଥିବା କ୍ଷୁଦ୍ରଦାନା ଶସ୍ୟର ଚାହିଦା ଓ କୃଷକ ବିକ୍ରିବଟା କରିବାରେ ସହାୟତା ହୋଇପାରିବ।

ଦାରିଙ୍ଗବାଡି ବ୍ଲକରେ ୨୫ଟି ପଞ୍ଚାୟତରେ ମୋଟ ୨୬୨ ଟି ବିଦ୍ୟାଳୟର ୨୧ ହଜାର ଛାତ୍ରୀଛାତ୍ରଙ୍କୁ ଏହା ଫାଇଦା ଦେବ। ସେହିପରି ସପ୍ତାହରେ ୩ ଦିନରେ ୬୩ ହଜାର ପୁଷ୍ଟିକର ଲଡୁର ଆବଶ୍ୟକତା ପୁରଣ କରିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ବ୍ୟବସାୟୀମାନଙ୍କଠାରୁ ଏବେଠାରୁ ବିଦ୍ୟାଳୟ ଗୁଡିକ ଅର୍ଡର ଦେଇଥିବା ଓ ଏହାର ପ୍ରସ୍ତୁତି ଜୋରଦାର ଚାଲିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri