ଭୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଯାଉନାହାନ୍ତି ଶିଶୁ, ଗର୍ଭବତୀ

ଲାଞ୍ଜିଗଡ଼,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ଥିବା ଆଜବେଷ୍ଟ ଛାତ ଗତ ସୋମବାର ଅପରାହ୍ନରେ ପବନରେ ଉଡିଯାଇ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଢାଙ୍କି ହୋଇ ଯାଇଛି। ୪ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀ ଘଟଣାସ୍ଥଳକୁ ଦେଖିବା ପାଇଁ ଆସୁନାହାନ୍ତି। କେଉଁ ମୂହୂର୍ତ୍ତରେ ବିପଦସଙ୍କୁଳ ଭାବେ ଥିବା ଛାତ ଗଳି ପଡ଼ିବ ବୋଲି ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଛାତଟି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ବେଳେ ଅଙ୍ଗନଓ୍ବାଡି କେନ୍ଦ୍ର ଯାଉଥିବା ଶିଶୁ ଓ ଗର୍ଭବତୀ ମହିଳାମାନେ ଭୟଭୀତ ହୋଇ କେନ୍ଦ୍ରକୁ ଯାଉନାହାନ୍ତି। ସୂଚନାଯୋଗ୍ୟ ଯେ, ବସନ୍ତପଡା ପଞ୍ଚାୟତ ସମ୍ମୁଖରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ର ବହୁଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା। ଏହି ପରିସ୍ଥିତିରେ କେନ୍ଦ୍ର ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ମାଝି ଉକ୍ତ କେନ୍ଦ୍ରରେ ରହୁଥିବାବେଳେ ବର୍ଷା ହେଲେ ଛାତରୁ ପାଣି ଗଳିବା ଦେଖି ଗ୍ରାମବାସୀ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ସିଡିଏମଓ ଅଫିସରୁ ଏନଏଚଏମ ଯନ୍ତ୍ରୀ ବିମଳ ଭୋଇ ଉକ୍ତ କେନ୍ଦ୍ରକୁ ଆସି ତଦନ୍ତ କରିଥିଲେ। ଛାତକୁ ଗ୍ରୀଡିଂ କରିବା ବଦଳରେ ୫ ଲକ୍ଷରୁ ଊଦ୍ଧର୍‌ବ ଅନୁଦାନ ରାଶିରେ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆଜବେଷ୍ଟ ଛାତ ଢାଙ୍କି ଦିଆଯାଇଥିଲା। ଏହି କାମ ଗତ ୨୦୨୨ ସେପ୍ଟେମ୍ବର ମାସରେ ଶେଷ ହୋଇଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁ ଅଳ୍ପ ପବନରେ ଗତ ଡିସେମ୍ବର ମାସରେ ଛାତର ପୂର୍ବ ପଟ ପବନରେ ଉଡିଯାଇ ଅନ୍ୟ ପଟେ ଢାଙ୍କି ହୋଇଥିଲା। ଏହାକୁ ନେଇ ସ୍ବାସ୍ଥ୍ୟ କର୍ମୀ ଓ ଗ୍ରାମବାସୀ ବ୍ଲକ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ବିପିଏମ ସୁରଜିତ ସିଂ କୁମାରକୁ ଅଭିଯୋଗ କରିଥିଲେ ମଧ୍ୟ ଦେଖିବା ପାଇଁ ଆସି ନ ଥିଲେ। ଜିଲା ସ୍ବାସ୍ଥ୍ୟ ବିଭାଗ ଏନଏଚଏମ ଯନ୍ତ୍ରୀ ବିମଳ ଭୋଇ, ଠିକାଦାର ଓ ବିପିଏମ ସୁରଜିତ ସିଂ କୁମାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାମଟି ଅତି ନିମ୍ନମାନର ହୋଇଥିବା ଯୋଗୁ ପୁଣି ଗତ ସୋମବାର ଛାତଟି ପବନରେ ଉଡିଯାଇ ନିକଟସ୍ଥ ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ବିପଦସଙ୍କୁଳ ଅବସ୍ଥାରେ ଝୁଲିକି ରହିଛି। ଅଭିଯୋଗ କରିବାର ୪ ଦିନ ବିତି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ତଦନ୍ତ କରିବା ପାଇଁ ଆସୁନାହାନ୍ତି। ଶିଶୁ ଓ ଗର୍ଭବତୀମାନେ କେନ୍ଦ୍ର ଯିବା ପାଇଁ ଭୟଭୀତ ହୋଇ ପଡିଛନ୍ତି। ଏନେଇ ବ୍ଲକ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ବିପିଏମ ସୁରଜିତ ସିଂ କୁମାରଙ୍କୁ ପଚାରିବାରୁ ମୁଁ ଗତ ୪ ତାରିଖରେ ବଦଳି ହୋଇ କୋକସରା ବ୍ଲକକୁ ଆସିଛି। କେତେ ଟଙ୍କାର କାମ ହୋଇଥିଲା ଠିକ ଭାବେ ଜାଣିନି ବୋଲି ପ୍ରକାଶ କରିଥିଲେ। ଏନେଇ ଜିଲା ଦାୟିତ୍ୱରେ ଥିବା ଯନ୍ତ୍ରୀ ଭୋଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଏଣୁ ଜିଲା ସ୍ବାସ୍ଥ୍ୟ ବିଭାଗ ତଥା ଜିଲାପାଳ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri