Posted inଜାତୀୟ

ଜାନୁୟାରୀ ୩ରୁ ଦେଶରେ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ବଡ଼ ଘୋଷଣା କରିଛନ୍ତି। ଜାନୁୟାରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ସରକାରୀସ୍ତରରେ ପ୍ରସ୍ତୁତି ଶେଷ ହୋଇଛି।

ସେହିପରି ଜାନୁଆରୀ ୧୦ତାରିଖରୁ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧି ରୋଗରେ ଆକ୍ରାନ୍ତ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଡାକ୍ତରଙ୍କ ପରାମର୍ଶ କ୍ରମେ ଟିକାର ବୁଷ୍ଟର ଡୋଜ ନେଇପାରିବେ ବୋଲି ପ୍ରାଧନାମନ୍ତ୍ରୀ କହିଛନ୍ତି। ଏପରିକି କରୋନା ଯୋଦ୍ଧାଙ୍କୁ ମଧ୍ୟ ଟିକାର ବୁଷ୍ଟର ଡୋଜ ଦିଆଯିବ।

ସାରା ବିଶ୍ୱ ନୂଆବର୍ଷକୁ ସ୍ବାଗତ କରିବାକୁ ଯାଉଥିବାବେଳେ ଭାରତ ସମେତ ବିଭିନ୍ନ ଦେଶରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ତେବେ ଏଥିପାଇଁ ଆତଙ୍କିତ ହେବାର କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି। ଏବେ ସତର୍କ ହେବାର ସମୟ ଆସିଛି। କରୋନା ମହାମାରୀ ଏଯାଏ ଯାଇନି। ତେଣୁ ସତର୍କ ରହିବା, ସାବଧାନ ହେବା ସହ ମାସ୍କ ପିନ୍ଧିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦେଶରେ ୧.୪୦ ଲକ୍ଷ ଆଇସିୟୁ ବେଡ୍‌ ଏବଂ ୫ ଲକ୍ଷ ଅକ୍ସିଜେନ୍‌ ସମର୍ଥତ୍ତ ବେଡ୍‌ ଉପଲବ୍ଧ ରହିଛି। ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ଲୋକ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବାବେଳେ ୬୧ ପ୍ରତିଶତରୁ ଅଧିକ ଦୁଇଟି ଡୋଜ୍‌ ନେଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri