Posted inଜାତୀୟ

ବଡ଼ ଲୋକେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବେଳେ ଛୋଟ ପିଲା ଯାଉଛନ୍ତି ସ୍କୁଲ…

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢୁଥିବା ମଧ୍ୟରେ ସ୍କୁଲ ଖୋଲିବା ନେଇ ସୁପ୍ରିମକୋର୍ଟ ପୁଣି ସରକାରଙ୍କୁ ତାଗିଦ୍‌ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ଆମକୁ କହିଛନ୍ତି ଯେ ସ୍କୁଲ ବନ୍ଦ ଅଛି କିନ୍ତୁ ଛୋଟ ପିଲାମାନେ ସ୍କୁଲ ଯାଉଛନ୍ତି। ଘରେ ରହି ବଡ ଲୋକ ଓ୍ବାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ଏହା କ’ଣ ଚାଲିଛି? କୋର୍ଟ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଆମକୁ ଦିଲ୍ଲୀ ସରକାରଙ୍କ ତଦାରଖ ପାଇଁ କାହାକୁ ନିଯୁକ୍ତ କରିବାକୁ ପଡିବ ?

ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ନିନ୍ଦା କରି କହିଛନ୍ତି ଯେ ଆଶ୍ୱାସନା ଏବଂ ଲୋକପ୍ରିୟତାର ସ୍ଲୋଗାନ ବ୍ୟତୀତ ସରକାର କୌଣସି କାର୍ଯ୍ୟ କରୁ ନାହାନ୍ତି। ଯଦି ଆଦେଶ ଆବଶ୍ୟକ ଶୀର୍ଷକୋର୍ଟ ନିର୍ଦ୍ଦେଶ ଜାରି କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନ ବିଚାରପତି ଏନ୍‌.ଭି.ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ପ୍ରଦୂଷଣ ପ୍ରସଙ୍ଗରେ ଆପଣଙ୍କ ସରକାର ଚଳାଇବା ପାଇଁ ଆମେ କାହାକୁ ନିଯୁକ୍ତ କରିବୁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି ଯେ ଆପଣ କହିଥିଲେ ଯେ ଦିଲ୍ଲୀରେ ୧୦୦୦ ସିଏନଜି ବସ ଚଳାଚଳ କରିବ। ଏହି ଯୋଜନା କ’ଣ ହେଲା? ପ୍ରଧାନ ବିଚାରପତି କହିଛନ୍ତି କିଛି କାମ ହେଉ ନ ଥିବା ଆମକୁ ମନେ ହେଉଛି। କାରଣ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। କେବଳ ସମୟ ହିଁ ନଷ୍ଟ ହେଉଛି। ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ ନଡ଼ା ମୂଳ ପୋଡା ଯାଉନାହିଁ କିନ୍ତୁ ପ୍ରଦୂଷଣର ସ୍ତର କାହିଁକି ବଢୁଛି? ପ୍ରଧାନ ବିଚାରପତି ସରକାରଙ୍କୁ କହିିଛନ୍ତି, ସାଧାରଣ ଲୋକଙ୍କ ତରଫରୁ ମୁଁ ପ୍ରଶ୍ନ ପଚାରୁଛି ଯେ ଏହି ମାମଲା ଆରମ୍ଭ ହେବା ଦିନଠାରୁ ସରକାରଙ୍କ ପକ୍ଷରୁ କେଉଁ କେଉଁ ନିଆଯାଇଥିବା ପଦକ୍ଷେପ ଗ୍ରହଣ କରାଯାଇଛି। ଏସବୁ ପଦକ୍ଷେପ ଦ୍ୱାରା କିଭଳି ସୁଫଳ ମଳିଛି। ପ୍ରଦୂଷଣ କାହିଁକି ହ୍ରାସ ହେଉନାହିଁ?

ପ୍ରଦୂଷଣ ଉପରେ ଚାଲିଥିବା ଶୁଣାଣି ସମୟରେ ପ୍ରଧାନ ବିଚାରପତି ପ୍ରଶ୍ନ କରିଛି ଯେ ବ୍ୟାନର ଧରି ରାସ୍ତାରେ ଠିଆ ହୋଇଥିବା ପିଲାମାନେ କିପରି ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି ସେ ବିଷୟରେ ଦିଲ୍ଲୀ ସରକାରଙ୍କୁ ସୂଚନା ଦିଆଯାଇଛି କି? ଦିଲ୍ଲୀ ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥିତ ଥିବା ଆଇନଜୀବୀ ଏହାର ଉତ୍ତରରେ କହିଥିଲେ ଯେ ସେମାନେ ସିଭିଲ୍‌ ଡିଫେନ୍ସ୍‌ ସଦସ୍ୟ। ସେମାନଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ଧ୍ୟାନ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ଟାସ୍କଫୋର୍ସ ଭିନ୍ନ ଭିନ୍ନ କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି?


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri