ପିଲାଙ୍କୁ ଭାତ ଡାଲମା, ଶିକ୍ଷକ ଖାଉଛନ୍ତି ମଟନ

ଯୋଡ଼ା,୨୧ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଛତ୍ରୀଛାତ୍ରଙ୍କ ନିମନ୍ତେ ଭାତ, ଡାଲମା ରୋଷେଇ ହେଉଥିବା ବେଳେ ଶିକ୍ଷକଙ୍କ ନିମନ୍ତେ ମଟନ ରୋଷେଇ କରାଯାଉଛି। ବ୍ଲକ୍‌ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ପାଠପଢା ନେଇ ଗତ ୨ ଦିନ ଧରି ତଦାରଖ କରାଯାଇଛି। ପରିଦର୍ଶନ ସମୟରେ ସ୍କୁଲରେ ଅନେକ ଅବ୍ୟବସ୍ଥା ଦେଖିବା ସହ ଶିକ୍ଷକଙ୍କ ନିମେନ୍ତ ଚିକେନ ରୋଷେଇ ହେଉଥିବା ଯୋଡ଼ା ବ୍ଲକ୍‌ ଅଧ୍ୟକ୍ଷ କବୀନ୍ଦ୍ର ନାଏକ ଦେଖି ଉଦ୍‌ବେଗ ପ୍ରକାଶ କରିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଅଧ୍ୟକ୍ଷଙ୍କ ସହିତ ଯୋଡ଼ା ବିଡିଓ ଡେନିସ ବେହେରା ଓ ବିଭାଗୀୟ ଯନ୍ତ୍ରୀମାନେ ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଏହି ସମୟରେ ଦେଓଝର ପଞ୍ଚାୟତରେ ଥିବା ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ପାଠପଡ଼ା ନେଇ ପଚାରି ବୁଝିଥିଲେ। ପ୍ରଧାନ ଶିକ୍ଷକଙ୍କୁ ତାଙ୍କର ଶିକ୍ଷାଦାନ ବିଷୟ ନେଇ ପଚାରିବାରୁ କୌଣସି ସୂଚନା ଦେଇପାରି ନ ଥିଲେ। ସେହି ସମୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା ପରସା ଯାଇଥିଲା। ମାତ୍ର ଶିକ୍ଷୟତ୍ରୀ, ଶିକ୍ଷକମାନେ ସ୍କୁଲ ପରିସରରେ ଚିକେନ ସହ ମଟନ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଏହା ଏକ ଅପରାଧ ବୋଲି କହି ଦୁଃଖ ପ୍ରକାଶ କରିବା ସହିତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ତାଗିଦା କରିଥିଲେ। ତଦାରଖ ସମୟରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ସ୍କୁଲ କମିଟି ସଭାପତି ଉପସ୍ଥିତ ଥିଲେ। ପାଠପଢ଼ାରେ ଅବ୍ୟବସ୍ଥା ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ଦେଓଝର ପଞ୍ଚାୟତରେ ନିର୍ମାଣ କରାଯାଉଥିବା ହେଲ୍ପିଂ ସେଣ୍ଟର, ଗୋବର୍ଦ୍ଧନପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ତଦାରଖ କରିଥିଲେ। ସ୍କୁଲରେ ଛାତ୍ରୀଛାତ୍ର ଅନୁପସ୍ଥିତ ରହୁଥିବାରୁ ଅଭିଭାବକ ବୈଠକ ଡାକିବା ପାଇଁ ଶିକ୍ଷକଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିସହ ବଳିତା ପ୍ରାଥମିକ ବିଦ୍ୟାଳୟ, ବିରିକଳା ପ୍ରାଥମିକ ବିଦ୍ୟାଳୟ, ଜୁଗୁଡିଧର ପ୍ରାଥମିକ ବିଦ୍ୟାଳୟ, ବଲାଣୀ ପ୍ରାଥମିକ ବିଦ୍ୟାଳୟ, କମର୍ଦା ପ୍ରାଥମିକ ବିଦ୍ୟାଳୟ ଆଦିରେ ତଦାରଖ କରି ଶିକ୍ଷକ ସମସ୍ୟା, ଗୃହ, ପାନୀୟ ଜଳ, ଶୌଚାଳୟ ଭଳିି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେହିଭଳି ଦେଓଝର, ବିରିକଳା, କଣ୍ଡରା, ଅଂଶେଇକଳା, ବଲାଣୀ, ବାଲାଗୋଡ଼ା, ସେରେଣ୍ଡା, ଭଦ୍ରାସାହି, କାରାଖେଣ୍ଡ୍ରା ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ ଲୋକଙ୍କଠାରୁ ସମସ୍ୟା ପଚାରି ବୁଝିଥିଲେ। ଏହି ସମୟରେ ରାସ୍ତା, ପାର୍କ, ସୌନ୍ଦର୍ଯ୍ୟକରଣ କିପରି କରାଯିବ ସେନେଇ ଆଲୋଚନା କରାଯାଇଥିଲା। ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନ ସମସ୍ୟା, ଖେଳପଡ଼ିଆ, ଡ୍ରେନ୍‌ ନିର୍ମାଣନେଇ ଗ୍ରାମବାସୀ ଅଭିଯୋଗ କରିଥିବା ନେଇ ବ୍ଲକ୍‌ ଅଧ୍ୟକ୍ଷ ନାଏକ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri