ପିଲା ଓ ମଧୁମେହ

ଜୀବନଶୈଳୀ ପରିବର୍ତ୍ତନ ସହ ଅନ୍ୟ କେତେକ କାରଣରୁ ବର୍ତ୍ତମାନ ଅଧିକାଂଶଙ୍କ ଠାରେ ମଧୁମେହ ବା ଡାଇବେଟିସ୍‌ ସମସ୍ୟା ଦେଖିବାକୁ ମିଳୁଛି; ଯେଉଁଥିରୁ ବାଦ୍‌ ପଡ଼ୁନାହାନ୍ତି ଛୋଟପିଲା। ତେଣୁ ଏହି ରୋଗ ଚିହ୍ନଟ ହେବା ମାତ୍ରେ ଏହାର ନିୟମିତ ଚିକିତ୍ସା କରାଇବା ସହ କେତେକ ଦିଗ ପ୍ରତି ସଜାଗ ରହିଲେ ପିଲାଙ୍କ ଭବିଷ୍ୟତ ସୁଖମୟ ହୋଇପାରିବ ସେଥିରେ ସନ୍ଦେହ ନାହିଁ…

ମଧୁମେହ ବା ଡାଇବେଟିସ୍‌ ଏକ ଏଭଳି ରୋଗ, ଯାହାକୁ ନିୟନ୍ତ୍ରଣରେ ନ ରଖିଲେ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ମାସକୁ ଡାଇବେଟିସ୍‌ ଆଓ୍ବାର୍‌ନେସ୍‌ ମନ୍ଥ ଭାବେ ପାଳନ କରାଯାଉଛି। ତେବେ ଦୁଃଖର ବିଷୟ ଯେ, ଏବେ ଛୋଟପିଲା ଓ ଯୁବବର୍ଗଙ୍କଠାରେ ମଧ୍ୟ ମଧୁମେହ ଅଧିକ ମାତ୍ରାରେ ଦେଖାଯାଉଛି।
ଟାଇପ୍‌-୧ ଡାଇବେଟିସ: ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର) ଦ୍ୱାରା ଜାରି ହୋଇଥିବା ଏକ ତଥ୍ୟ ଅନୁସାରେ ପ୍ରଥମ କିସମର ବା ଟାଇପ୍‌-୧ ଡାଇବେଟିସ୍‌ ହେଉଛି ପିଲାମାନଙ୍କଠାରେ ଦେଖାଯାଉଥିବା ସର୍ବସାଧାରଣ ପ୍ରକାରର ଡାଇବେଟିସ। ରୋଗ ପ୍ରତିରୋଧକ ପ୍ରଣାଳୀରେ ଅବ୍ୟବସ୍ଥା ଯୋଗୁ, ତ୍ରୁଟିଯୁକ୍ତ ଜିନ୍‌, ଭାଇରସ୍‌ ସଂକ୍ରମଣ ପ୍ରଭାବରେ ଆଣ୍ଟିବଡି ଶରୀରର ଅଗ୍ନାଶୟସ୍ଥିତ ଇନସୁଲିନ୍‌ ଉତ୍ପତ୍ତିକାରୀ ବିଟାକୋସ (beta cell)କୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଏ। ଏହା ସାଧାରଣତଃ ବାଲ୍ୟାବସ୍ଥା ଓ ତରୁଣ ଅବସ୍ଥାରେ ଦେଖାଦିଏ। ପ୍ରାରମ୍ଭରୁ ହିଁ ରକ୍ତ ଶର୍କରା ଅତ୍ୟଧିକ ବଢ଼ିଯିବା ଯୋଗୁ ଭୋକ, ଶୋଷ, ପରିସ୍ରା ଅଧିକ ମାତ୍ରାରେ ହେବା ସହ ଓଜନ ମଧ୍ୟ କ୍ଷୟ ହୋଇଥାଏ। ଏହାର କୁପ୍ରଭାବରେ ସ୍ନାୟୁ, ଚକ୍ଷୁ, ବୃକକ୍‌, ଶିରା ପ୍ରଶିରା, ହୃଦୟ, ମସ୍ତିଷ୍କ ଆକ୍ରାନ୍ତ ହେବା ସହ ଅଧିକ ଇନ୍‌ଫେକ୍‌ସନ, କିଟୋଏସିଡୋସିସ୍‌ (ketoacidosis) ଦେଖାଦିଏ।
ଚିକିତ୍ସା: ଟାଇପ୍‌-୧ ଡାଇବେଟିସ୍‌ ରୋଗୀଙ୍କର ଚିକିତ୍ସା ଇନ୍‌ସୁଲିନ ଇନଞ୍ଜେକସନ୍‌ ଦ୍ୱାରା କରାଯାଏ। ସମୟ ପୂର୍ବକ ରକ୍ତ ପରୀକ୍ଷା, ଘରେ ଗ୍ଲୁକୋମିଟର ଦ୍ୱାରା ନିୟମିତ ଯାଞ୍ଚ, ପର୍ଯ୍ୟାୟକ୍ରମେ ମଧୁମେହ ଦ୍ୱାରା ଅଙ୍ଗ ପ୍ରତ୍ୟଙ୍ଗ ପରୀକ୍ଷା ଏବଂ ଡାକ୍ତରୀ ପରାମର୍ଶ ନିହାତି ଆବଶ୍ୟକ। ଏହାର ଚିକିତ୍ସା ପଦ୍ଧତିରେ ନୂତନ ପ୍ରଣାଳୀ ଯଥା cgms (ସି ଜି ଏମ୍‌ ଏସ୍‌) , ଇନ୍ସୁଲିନ୍‌ ପମ୍ପ, ପାନକ୍ରିଆଜ୍‌ ଟ୍ରାନ୍ସପ୍ଲାଣ୍ଟ (ଅଗ୍ନାଶୟ ପ୍ରତିରୋପଣ), ଷ୍ଟେମ୍‌ ଷ୍ଟେଲ ଥେରାପି ଆଦି ବିଷୟରେ ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କଠାରୁ ପରାମର୍ଶ ନିଅନ୍ତୁ। ଟାଇପ୍‌-୧ ଡାଇବେଟିସ୍‌ରେ ଆକ୍ରାନ୍ତ ପିଲାମାନେ ସାଧାରଣତଃ ପତଳା ରୁହନ୍ତି, ଘରେ ଅନ୍ୟ କେହି ବ୍ୟକ୍ତି ଡାଇବେଟିସରେ ଆକ୍ରାନ୍ତ ନ ଥାଆନ୍ତି।
ଟାଇପ୍‌- ୨ ଡାଇବେଟିସ୍‌: ବଢୁଥିବା ବାଲ୍ୟାବସ୍ଥା ମେଦବହୁଳତା ଯୋଗୁଁ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ କିସମର ଡାଇବେଟିସରେ ବା ଟାଇପ୍‌-୨ ଡାଇବେଟିସ୍‌ ଆଜିକାଲି ଛୋଟପିଲାଙ୍କଠାରେ ମଧ୍ୟ ଦେଖାଦେଉଛି। ଏଥିରେ ଆକ୍ରାନ୍ତ ପିଲା ମୋଟା ଥିବା ସହିତ ଘରେ ଅନ୍ୟ ଲୋକ ଡାଇବେଟିସରେ ପ୍ରଭାବିତ ଥାଆନ୍ତି। ଏଥିରେ ଓଜନ କମାଇବାକୁ ପରାମର୍ଶ ଦେବା ସହ ନିୟମିତ ମେଡିସିନ୍‌ ଦ୍ୱାରା ଏମାନଙ୍କର ଚିକିତ୍ସା କରାଯାଏ।
– ସେହିଭଳି Mody (maturity onset diabetes OF the young)/ ମୋଡିରେ ଆକ୍ରାନ୍ତ ପିଲାମାନେ ପତଳା ରୁହନ୍ତି। ଏହା ହେରିଡିଟାରୀ ବା ବଂଶଗତ, କାରଣ ଏଥିରେ ପରିବାରର କ୍ରମାଗତ ୩ଟି ଜେନେରେଶନର ଲୋକ ଆକ୍ରାନ୍ତ ହୋଇଥାଆନ୍ତି। ଏଥିରେ ପ୍ରାୟତଃ ଆକ୍ରାନ୍ତ ପିଲାମାନେ ଔଷଧରେ ଚିକିତ୍ସା ଲାଭ କରିଥାନ୍ତି। ପାନ୍‌କ୍ରିଆଜ୍‌ କୌଣସି କାରଣରୁ କ୍ଷତିଗ୍ରସ୍ତ ହେଲେ ଡାଇବେଟିସ ସହ ବାରମ୍ବାର ପେଟରେ ଯନ୍ତ୍ରଣା, ପତଳାଝାଡ଼ା, ବାନ୍ତି, ଝାଡ଼ାରେ ତେଲିଆ ଅଂଶ ଦେଖାଯିବା, ଦେହରେ ନାନା ରନ୍ଧ୍ରରୁ ରକ୍ତ ନିଷ୍କାସନ ଆଦି ଲକ୍ଷଣ ଦେଖାଦିଏ। ବଟିକା, ଇନ୍‌ସୁଲିନ ସହ ଏନ୍‌ଜାଇମ ଥେରାପି ଦ୍ୱାରା ଏହାର ଚିକିତ୍ସା କରାଯାଏ।
– ଖୁବ୍‌ କମ୍‌ କ୍ଷେତ୍ରରେ ୬ମାସରୁ କମ ବୟସ ଶିଶୁଙ୍କ ଠାରେ ନିଓନାଟାଲ ଡାଇବେଟିସ(neonatal diabetes) ଦେଖାଦିଏ। କେତେକ ଜେନେଟିକ ପରୀକ୍ଷଣ ଦ୍ୱାରା ପିଲାମାନଙ୍କଠାରେ ଦେଖାଦେଉଥିବା ଡାଇବେଟିସର ପୃଥକକରଣ କରାଯାଇଥାଏ।
ପ୍ରତିକାର: ନିଷ୍ଠାପର ଜୀବନଶୈଳୀ ଅବଲମ୍ବନ, ସନ୍ତୁଳିତ ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମ, ନିୟମିତ ଯୋଗ- ବ୍ୟାୟାମ କରିବା ସହ ରକ୍ତଶର୍କରା ନିୟନ୍ତ୍ରଣ, ଡାକ୍ତରୀ ପରାମର୍ଶର ଅନ୍ୟାନ୍ୟ ଅଙ୍ଗର କାର୍ଯ୍ୟକଳାପ ପରୀକ୍ଷଣ, ଇନ୍‌ଫେକ୍ସନ୍‌ ବିରୋଧରେ ଭ୍ୟାକ୍ସିିନ୍‌ ଗ୍ରହଣ ଦ୍ୱାରା ଏକ ଜଟିଳତାବିହୀନ ଜୀବନଯାପନ ହେଉଛି ମୂଳ ଲକ୍ଷ୍ୟ।
-ଡା. ସୁନୀଲ କୁମାର କୋଟା
ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ମଧୁମେହ ବିଶେଷଜ୍ଞ, ଡାଇବେଟିସ ଆଣ୍ଡ ଏଣ୍ଡୋକେଆର କ୍ଲିନିକ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri