ଲଙ୍ଗଳେଶ୍ୱର,୬।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳ ଅଞ୍ଚଳରେ ଗତ କିଛିଦିନ ହେବ ପିଲାଚୋର ଆତଙ୍କ ଦେଖାଦେଇଛି। ବିଶେଷକରି ୩ବର୍ଷରୁ ୧୧ବର୍ଷ ବୟସ୍କ ପିଲାମାନଙ୍କୁ ଚୋରମାନେ ଟାର୍ଗେଟ କରୁଥିବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯୟୀ, ବର୍ତ୍ତମାନ ପାର୍ବଣ ଋତୁ ଚାଲୁଥିବାରୁ ଏହାର ସୁଯୋଗରେ କେତେଜଣ ଅଣଓଡ଼ିଆ ମହିଳା ଓ ପୁରୁଷ ବାଲିଆପାଳ ଅଞ୍ଚଳରେ ପିଲାଚୋରିର ଆତଙ୍କ ସୃଷ୍ଟି କରୁଛନ୍ତି। ଗତ ସପ୍ତାହରେ ଜଗାଇ ପଞ୍ଚାୟତର ବଡ଼ାଶରେ ଦିନ ଦ୍ୱିପହରରେ ପିଲାଚୋରି କରି ଜଣେ ଧରା ପଡ଼ିଥିଲା ବେଳେ ଗତ ଗୁରୁବାର ନୂଆଗାଁ ମାର୍କେଟରୁ ସନ୍ଧ୍ୟା ସମୟରେ ଜଣେ ଦୁର୍ବୁତ୍ତ ଛୋଟ ପିଲାଙ୍କୁ ଚକୋଲେଟ୍ ଦେଉଥିବା ଦେଖି ଲୋକେ ତାଙ୍କୁ କାବୁ କରିଥିଲେ। ଠିକଣା ପଚାରିବାରୁ ସେ ପ୍ରଥମେ କଟକ ପରେ ମୁମ୍ବାଇ ଓ ହାଇଦ୍ରାବାଦ ଆଦି କହିବାରୁ ସନ୍ଦେହ ଅଧିକ ହୋଇଥିଲା। ପରେ ତାଙ୍କ ବ୍ୟାଗରୁ କିଛି ମାସ୍କ, ସ୍ପ୍ରେ, ବ୍ଲେଡ଼, ଛୁଞ୍ଚତ୍ ଆଦି ଜିନିଷ ମିଳିଥିଲା। ପିଲାଚୋର ସନ୍ଦେହରେ ଲୋକେ ତାଙ୍କୁ ବାଲିଆପାଳ ପୋଲିସରେ ଜିମା ଦେଇଥିଲେ। ଠିକ୍ ସମାନ ଧରଣର ଘଟଣା ଶୁକ୍ରବାର ମଧ୍ୟ ଘଟିଛି ଜଗତିପୁର ପଞ୍ଚାୟତର ଅଦଭୂତିଆ ମାର୍କେଟରେ। ସେଠାରେ ମଧ୍ୟ ଜଣେ ଅଣଓଡ଼ିଆ ମହିଳାଙ୍କୁ ପିଲାଚୋର ସନ୍ଦେହରେ ଲୋକେ ଅଟକ ରଖିଥିଲେ। ଏନେଇ ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
Posted inHome Left, ଆମ ଜିଲା ଖବର, ବାଲେଶ୍ୱର View All
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...
ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ
ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...
ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...
ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର
ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...
ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…
ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...
ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହାକୁ...
ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍ପି ଶୁଭେନ୍ଦୁ...
Archives


