Posted inଜାତୀୟ

ଶିଶୁ ଯୌନ ନିର୍ଯାତନା ଏକ ଲୁକ୍କାୟିତ ସମସ୍ୟା, ପରିବାର ସଦସ୍ୟଙ୍କୁ ଆଗକୁ ଆସିବାକୁ ହେବ : ସିଜେଆଇ…

ନୂଆଦିଲ୍ଲୀ,୧୦।୧୨ : ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ଯୌନ ଅପରାଧକୁ ନେଇ ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ଦିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଏହା ଏକ ଲୁକ୍କାୟିତ ସମସ୍ୟା। ଏହା ଜାଣିବା ପରେ ମଧ୍ୟ ଲୋକମାନେ ଏହା ଉପରେ ନୀରବ ରୁହନ୍ତି। ତେଣୁଏନେଇ ରିପୋର୍ଟ କରିବାକୁ ପରିବାର ସଦସ୍ୟଙ୍କୁ ଉତ୍ସାହିତ କରିବା ଲାଗି ରାଜ୍ୟ ସରକାର ଆଗକୁ ଆସିବା ଜରୁରୀ।

ସିଜେଆଇ କହିଛନ୍ତି, ଶିଶୁ ଯୌନ ଶୋଷଣକୁ ରୋକିବା ଏବଂ ଏହାର ଠିକ ସମୟରେ ଚିହ୍ନଟ ତଥା ପ୍ରତିରୋଧ ସମ୍ବନ୍ଧୀୟ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା ଜରୁରୀ ଅଟେ। ପିଲାମାନଙ୍କୁ ସୁରକ୍ଷିତ ସ୍ପର୍ଶ ଏବଂ ଅସୁରକ୍ଷିତ ସ୍ପର୍ଶ ମଧ୍ୟରେ ପାର୍ଥକ୍ୟ ଶିକ୍ଷା ଦିଆଯିବା ଉଚିତ। ଶିଶୁ ଅଧିକାର କର୍ମୀମାନେ ଅଭିଭାବକମାନଙ୍କୁ ଅନୁରୋଧ କରୁଛନ୍ତି ଯେ ସୁରକ୍ଷିତ ଏବଂ ଅସୁରକ୍ଷିତ ଶବ୍ଦ ବ୍ୟବହାର କରନ୍ତୁ କାରଣ ଭଲ ଏବଂ ଖରାପ ଶବ୍ଦର ନୈତିକ ପ୍ରଭାବ ରହିଛି ଏବଂ ସେମାନଙ୍କୁ ତାହାର ଅପବ୍ୟବହାର ରିପୋର୍ଟରେ ନିବୃତ୍ତ କରିପାରେ।

କାର୍ଯ୍ୟନିର୍ବାହୀ ନ୍ୟାୟପାଳିକା ସହିତ ହାତ ମିଳାଇବା ଉଚିତ ଯାହା ଦ୍ୱାରା ଯୌନ ଅପରାଧ ଘଟିବ ନାହିଁ। ସେ କହିଥିଲେ ଯେ ପୋକ୍ସା ଆକ୍ଟ ୧୮ ବର୍ଷରୁ କମ ବୟସ୍କଙ୍କ ମଧ୍ୟରେ ଥିବା ସମସ୍ତ ଯୌନ ନିର୍ଯାତନାକୁ ଅପରାଧ ଶ୍ରେଣୀଭୁକ୍ତ କରିଥାଏ। ଯଦିଓ ନାବାଳିକାଙ୍କର ଏଥିରେ ସହମତି ଥିଲେ ମଧ୍ୟ ଆଇନ ଅନୁସାରେ ଏହା ଅପରାଧ। କାରଣ ଆଇନ ଅନୁସାରେ ୧୮ ବର୍ଷରୁ କମ ବୟସ୍କଙ୍କର କୌଣସି ସହମତିକୁ ଗ୍ରହଣ କରାଯାଇ ନ ଥାଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri