Posted inଜାତୀୟ

ଶିଶୁ ଯୌନ ନିର୍ଯାତନା ଏକ ଲୁକ୍କାୟିତ ସମସ୍ୟା, ପରିବାର ସଦସ୍ୟଙ୍କୁ ଆଗକୁ ଆସିବାକୁ ହେବ : ସିଜେଆଇ…

ନୂଆଦିଲ୍ଲୀ,୧୦।୧୨ : ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ଯୌନ ଅପରାଧକୁ ନେଇ ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ଦିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଏହା ଏକ ଲୁକ୍କାୟିତ ସମସ୍ୟା। ଏହା ଜାଣିବା ପରେ ମଧ୍ୟ ଲୋକମାନେ ଏହା ଉପରେ ନୀରବ ରୁହନ୍ତି। ତେଣୁଏନେଇ ରିପୋର୍ଟ କରିବାକୁ ପରିବାର ସଦସ୍ୟଙ୍କୁ ଉତ୍ସାହିତ କରିବା ଲାଗି ରାଜ୍ୟ ସରକାର ଆଗକୁ ଆସିବା ଜରୁରୀ।

ସିଜେଆଇ କହିଛନ୍ତି, ଶିଶୁ ଯୌନ ଶୋଷଣକୁ ରୋକିବା ଏବଂ ଏହାର ଠିକ ସମୟରେ ଚିହ୍ନଟ ତଥା ପ୍ରତିରୋଧ ସମ୍ବନ୍ଧୀୟ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା ଜରୁରୀ ଅଟେ। ପିଲାମାନଙ୍କୁ ସୁରକ୍ଷିତ ସ୍ପର୍ଶ ଏବଂ ଅସୁରକ୍ଷିତ ସ୍ପର୍ଶ ମଧ୍ୟରେ ପାର୍ଥକ୍ୟ ଶିକ୍ଷା ଦିଆଯିବା ଉଚିତ। ଶିଶୁ ଅଧିକାର କର୍ମୀମାନେ ଅଭିଭାବକମାନଙ୍କୁ ଅନୁରୋଧ କରୁଛନ୍ତି ଯେ ସୁରକ୍ଷିତ ଏବଂ ଅସୁରକ୍ଷିତ ଶବ୍ଦ ବ୍ୟବହାର କରନ୍ତୁ କାରଣ ଭଲ ଏବଂ ଖରାପ ଶବ୍ଦର ନୈତିକ ପ୍ରଭାବ ରହିଛି ଏବଂ ସେମାନଙ୍କୁ ତାହାର ଅପବ୍ୟବହାର ରିପୋର୍ଟରେ ନିବୃତ୍ତ କରିପାରେ।

କାର୍ଯ୍ୟନିର୍ବାହୀ ନ୍ୟାୟପାଳିକା ସହିତ ହାତ ମିଳାଇବା ଉଚିତ ଯାହା ଦ୍ୱାରା ଯୌନ ଅପରାଧ ଘଟିବ ନାହିଁ। ସେ କହିଥିଲେ ଯେ ପୋକ୍ସା ଆକ୍ଟ ୧୮ ବର୍ଷରୁ କମ ବୟସ୍କଙ୍କ ମଧ୍ୟରେ ଥିବା ସମସ୍ତ ଯୌନ ନିର୍ଯାତନାକୁ ଅପରାଧ ଶ୍ରେଣୀଭୁକ୍ତ କରିଥାଏ। ଯଦିଓ ନାବାଳିକାଙ୍କର ଏଥିରେ ସହମତି ଥିଲେ ମଧ୍ୟ ଆଇନ ଅନୁସାରେ ଏହା ଅପରାଧ। କାରଣ ଆଇନ ଅନୁସାରେ ୧୮ ବର୍ଷରୁ କମ ବୟସ୍କଙ୍କର କୌଣସି ସହମତିକୁ ଗ୍ରହଣ କରାଯାଇ ନ ଥାଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri