ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା ବେଳେ ମଣିଷ ଭଲ, ମନ୍ଦ, ଭୁଲ୍‌, ଠିକ୍‌, ନୈତିକ, ଅନୈତିକ, କରଣୀୟ, ବର୍ଜନୀୟ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା ସହ ନିଜର କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିଥାଏ। ମାନବ ସଭ୍ୟତାର ଉନ୍ମେଷ କାଳରୁ ଅଦ୍ୟାବଧି ମଣିଷ ସୃଷ୍ଟିରେ ନିଜର ପ୍ରଜ୍ଞା, ପ୍ରତିଭା, ଧୀଶକ୍ତି, ବୌଦ୍ଧିକତାର ପ୍ରୟୋଗ କରି ଉତ୍କର୍ଷ, ଗରିମା ଓ ଗୁରୁତ୍ୱ ପ୍ରତିପାଦନ କରିପାରିଛି।
ମଣିଷ ଜୀବନ ଅବଧି ମଧ୍ୟରେ ବିଭିନ୍ନ ସ୍ତର ଯଥା-ଶୈଶବ, କୈଶୋର, ପ୍ରୌଢ଼ ଓ ବୃଦ୍ଧାବସ୍ଥା ଦେଇ ଗତି କରିଥାଏ। ପିଲାଟିଏ ଜନ୍ମ ହେବାପରେ ମାତାପିତାଙ୍କର ଆନନ୍ଦ ପ୍ରାପ୍ତି ସହ ସାମାଜିକ ଦାୟିତ୍ୱ ବହୁଗୁଣରେ ବୃଦ୍ଧି ପାଇଥାଏ। ପିଲାଟିର ଉପଯୁକ୍ତ ପାଳନ ପୋଷଣ ସହ ତା’ର ଉଚିତ ମାର୍ଗ ଦର୍ଶନ କରିବା ମାତା ପିତାଙ୍କର ଦାୟିତ୍ୱ ଅନ୍ତର୍ଭୁକ୍ତ। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ଅଭାବ ପରିଲକ୍ଷିତ ହୋଇଥାଏ। ପିଲାଟିର ଉଚିତ ଲାଳନ ପାଳନ, ଉପଯୁକ୍ତ ଖାଦ୍ୟ, ପାନୀୟ, ବସ୍ତ୍ର, ସ୍ବାସ୍ଥ୍ୟସେବା ସହ ଶିକ୍ଷା, ସଂସ୍କୃତି, ଶୃଙ୍ଖଳା ଓ ବୌଦ୍ଧିକ ବିକାଶ ପାଇଁ ଏକ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଚୟନ କରି ଶିକ୍ଷାଦାନର ବ୍ୟବସ୍ଥା କରିଥାନ୍ତି।
ସ୍କୁଲ ଯିବା ପୂର୍ବରୁ ପିଲାମାନେ ନିଜ ମାତାପିତାଙ୍କ ପାଖରୁ ଚାରିତ୍ରିକ ମୂଲ୍ୟବୋଧ ଓ ସଂସ୍କୃତି ଶିକ୍ଷା କରିଥାନ୍ତି। ପ୍ରଖ୍ୟାତ ଦାର୍ଶନିକ ଜନ ଲକ କହିଥିଲେ, ଗୋଟିଏ ଶିଶୁର ମସ୍ତିଷ୍କ ଏକ ସଫେଦ ସ୍ଲେଟ ସଦୃଶ। ସେ ବଡ଼ ହେବା ପରେ ହିଁ ପରିବାରରୁ ଓ ସମାଜରୁ ଯାହା କିଛି ଶିଖିଥାଏ। ସୁତରାଂ ଏକ ଶିଶୁର ଚରିତ୍ର ଗଠନରେ ପରିବାରର ଯେ ଏକ ପ୍ରମୁଖ ଭୂମିକା ରହିଛି ଏହା ଅନସ୍ବୀକାର୍ଯ୍ୟ। ମା ହେଉଛନ୍ତି ପିଲାର ପ୍ରଥମ ଶିକ୍ଷକ। ଯେଉଁ ପରିବାରର ସଂସ୍କୃତି ଯେତେ ଉନ୍ନତ, ସେ ପରିବାରର ପିଲା ସେତେ ଶୃଙ୍ଖଳିତ ।
ଅବଶ୍ୟ ପିଲାଟି ସ୍କୁଲ ଯିବା ପରେ ପରିବାର ଚଉହଦୀରୁ ବାହାରି ସ୍କୁଲର ନିୟନ୍ତ୍ରଣକୁ ଆସିଥାଏ। ମାତ୍ର ବିଡମ୍ବନାର ବିଷୟ ଏହି ଯେ, ଅଧୁନା ଆମ ସମାଜରେ ଯୌଥ ପରିବାରର ବିଲୟ ଘଟିଛି। ଯୌଥ ପରିବାରରେ ପିଲାଟିଏ କକେଇ, ଖୁଡ଼ୀ, ଦଦେଇ, ଦେଠେଇ, ଜେଜେ, ଜେଜେ ମା, ଭାଇ, ଭଉଣୀ ମାନଙ୍କ ଗହଣରେ ସମୟ ବିତାଇବାର ସୁଯୋଗ ପାଇଥାଏ। ରାତିରେ ଜେଜେ ମା’ଙ୍କ ପାଖରୁ ବୁଢ଼ୀ ଅସୁରୁଣୀ, ସସେମିରା ଗପ, ସୀତା ହରଣ, ଲଙ୍କା ପୋଡ଼ି, ବାଜି ରାଉତ, ବାଇ ମୁଣ୍ଡି, ଶିବେଇ ସାନ୍ତରା, କୋଣାର୍କ ନିର୍ମାଣ ଇତ୍ୟାଦି କାହାଣୀ ସହ ଆମ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା, ପର୍ବ ପର୍ବାଣି ବିଷୟରେ ଅନେକ କଥା ଜାଣିବାକୁ ପାଇଥାଏ। ଏହି ପରିବେଶ ପିଲାଟିର ମାର୍ଗଦର୍ଶନରେ ଯଥେଷ୍ଟ ସହାୟକ ହେଉଥିଲା। ମାତ୍ର ଆଜିକାଲି ଏକକ ବା ଅଣୁ ପରିବାର ପରିଲକ୍ଷିତ ହେଉଅଛି, ତା’ ସହ ପୁଣି ମାତା ପିତା ଦୁହେଁ କର୍ମଜୀବୀ। ପିଲାଟି ସହ ଛୁଟିଦିନ ଛାଡ଼ି ଦେଲେ କାର୍ଯ୍ୟ ଦିବସରେ ମା’ବାପାଙ୍କର ପ୍ରାୟ ସାକ୍ଷାତ ହୁଏ ନାହିଁ। ସକାଳ ହେଲେ ସେମାନେ ଅଫିସ ଯିବା ପାଇଁ ତତ୍ପର ଥିବା ବେଳେ ଆୟା ପିଲାକୁ ପ୍ରସ୍ତୁତ କରି ସ୍କୁଲ ବସରେ ଉଠାଇ ଦେଇ ଆସିବ। ମାତା ପିତା ଦୁହେଁ ଅଫିସ ବାହାରି ଯିବେ। ସ୍କୁଲରୁ ଫେରି ଭୋଜନ କରି ସ୍ବଳ୍ପ ବିଶ୍ରାମ ନେବା ପରେ ପିଲାଟି ପୁଣି ଆଣ୍ଟି ସହ ଟିଉସନ ପଢ଼ିବାକୁ ଯାଏ। ମାତା ପିତା ଅଫିସରୁ ଘରକୁ ଫେରିବା ବେଳକୁ ରାତି ଉତ୍ତୀର୍ଣ୍ଣ ହୋଇଥିବାରୁ ପିଲାଟି ଶୋଇପଡ଼ିବା ସ୍ବାଭାବିକ। ପିଲାଟିର ଦୁନିଆ ହେଲା ସେହି ଗୃହ ସହାୟିକା, ମାସିକ ବେତନ ଭୋଗୀ ଆୟା ଯାହାକୁ କୋମଳମତି ଶିଶୁଟି ଆଣ୍ଟି ବୋଲି ସମ୍ବୋଧନ କରେ ଓ ତା’ ସହ ସବୁ ଅନୁଭବ ଅନୁଭୂତିକୁ ବାଣ୍ଟିଥାଏ। ଆସ୍ତେ ଆସ୍ତେ ପିଲାଟିର ଆୟା ସହ ଭାବଗତ ସମ୍ପର୍କ ଗଢି ଉଠିଥାଏ। ନିଜ ମାତା ପିତାଙ୍କ ସହ ଭାବଗତ ସମ୍ପର୍କ ଆସ୍ତେ ଆସ୍ତେ ଶିଥିଳ ହୋଇଯାଏ।
ବର୍ତ୍ତମାନ ପ୍ରଶ୍ନ ଉଠେ ଖାଲି ପଇସା ଖର୍ଚ୍ଚ କରି, ଆୟା ନିଯୁକ୍ତ କରିଦେଇ, ଭଲ ଖାଦ୍ୟ ବସ୍ତ୍ର ଦେଇ, କ୍ରେଚରେ ଛାଡ଼ି ଦେଇ, ଟିଉସନ ପଠେଇ ଦେଲେ କ’ଣ ପିଲାଟି ମଣିଷ ହୋଇଯିବ ? ଏତିକିରେ ମା’ ବାପାଙ୍କର ଦାୟିତ୍ୱ ସମ୍ପନ୍ନ ହୋଇଯିବ? ଆତ୍ମ ସନ୍ତୋଷ, ଆତ୍ମ ପ୍ରବଞ୍ଚନାରେ ବଞ୍ଚୁ ଥିବା ମାତାପିତାମାନେ ଜାଣିବା ଦରକାର ଯେ ପିଲାଟିର ପାଳନ ପୋଷଣର ଅର୍ଥ ନୁହେଁ ଭଲ ଖାଦ୍ୟ, ବସ୍ତ୍ର, ଖେଳନା, ସ୍କୁଲ, ଟିଉସନ ମାତ୍ର ପିଲାଟିର ଆବେଗାତ୍ମକ, ଭାବନାତ୍ମକ, ଆତ୍ମିକ, ସାନ୍ନିଧ୍ୟ ଲୋଡ଼ା, ଯେଉଁଥିରୁ ସେ ବଞ୍ଚିତ ବୋଲି ଉପଲବ୍ଧି କଲାଣି । ଶିଶୁଟି ସବୁ ସମୟରେ ନିଜ ମାବାପାଙ୍କର ସ୍ନେହ, ଅନାବିଳ ଶ୍ରଦ୍ଧା, ଉଷ୍ମ ସାନ୍ନିଧ୍ୟ ଲାଭ କରିବାକୁ ଚାହିଁଥାଏ। ସ୍କୁଲରେ ଶିକ୍ଷକ ଅଭିଭାବକ ମିଟିଂ ଦିନଟିକୁ ଉତ୍ସୁକତାର ସହ ଅପେକ୍ଷା କରିରହିଥାଏ। ପିଲାଟି ସବୁ ସମୟରେ ଚାହେଁ ନିଜ ମାମା ପାପାଙ୍କ ସହ ତା’ର ଫୁରସତ ସମୟ ବିତାଇବ। ଯେତେବେଳେ ତା’ର ସେ ଇଚ୍ଛା ପୂରଣ ହୁଏ ନାହିଁ ସେ ମାନସିକ ସ୍ତରରେ ଆଘାତ ପାଇବା ସହ ତା’ ଜୀବନ ଉପରେ ଏକ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତା’ର ଆତ୍ମ ବିଶ୍ୱାସ ହ୍ରାସ ପାଇଥାଏ ଏବଂ ଯେଉଁ ସମୟରେ ସେ ମୁକ୍ତ ମାନସିକତା, କ୍ରୀଡା ବିଭୋରତାରେ ସାଙ୍ଗମାନଙ୍କ ସହ ସମୟ ଅତିବାହିତ କରିବା କଥା, ସେତେବେଳେ ସେ ଗଭୀର ମାନସିକ ଚାପରେ ରହିଥାଏ। ପରୀକ୍ଷା ସରିବା ପରେ ମାମା ପାପା ରିପୋର୍ଟ କାର୍ଡ ଉପରେ ଗୁରୁତ୍ୱ ଦେଇ କମ ନମ୍ବର ରଖି ଥିବାରୁ ପିଲାଟି ଉପରେ କ୍ଷୁବ୍ଧ ହୋଇ କହନ୍ତି ତୋ ସାଙ୍ଗ ରାହୁଲ ଯଦି ଏତେ ଭଲ ନମ୍ବର ରଖିଲା ତୋର ଏତେ ଖରାପ ପ୍ରଦର୍ଶନ କ’ଣ ପାଇଁ? ମାମା ପାପା ପିଲାଟି ସହ କିଛି ସମୟ ବିତାଇ ଗଠନମୂଳକ ପରାମର୍ଶ ସହ ତା’ର ମାର୍ଗଦର୍ଶନ କରିବା କଥା କେବେହେଲେ ଚିନ୍ତା କରିନାହାନ୍ତି। ସ୍କୁଲରେ ଟିଉସନ ରେ କ’ଣ ପଢ଼ା ହେଲା, କେବେ ହେଲେ ପିଲାଟି ସହ ଆଲୋଚନା କରିନାହାନ୍ତି। ମାତ୍ର ସେମାନଙ୍କର ପିଲା ଭଲ ରେଜଲ୍ଟ, ଭଲ ପୋଜିସନ ହାସଲ କରିବା ଚାହାନ୍ତି। ନିଜର ସନ୍ତାନକୁ ଉଚ୍ଚ ଶିକ୍ଷିତ, ସଂସ୍କୃତିସମ୍ପନ୍ନ, ଉତ୍ତମ ନାଗରିକ କରିବା ନିମିତ୍ତ ମାତା ପିତାଙ୍କର ତ୍ୟାଗ, ତିତିକ୍ଷା, ଶ୍ରଦ୍ଧା, ମାର୍ଗଦର୍ଶନ ଯେ ଏକାନ୍ତ ଅପରିହାର୍ଯ୍ୟ, ଏଥିରେ କୌଣସି ସନ୍ଦେହ ନାହିଁ।
ମୋ: ୭୩୮୧୦୭୩୧୩୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri