ପିଲାଙ୍କ ସୁରକ୍ଷା

କୁହାଯାଏ ପିଲା ହେଉଛନ୍ତି ମଣିଷ ଜାତିର ଭବିଷ୍ୟତ। କିନ୍ତୁ ଆଜିର ପୃଥିବୀରେ ବାସ୍ତବତା ଅନ୍ୟ ଦିଗକୁ ଦେଖାଉଛି। ବିଶ୍ୱରେ ଯୁଦ୍ଧ ଓ ଜାତିଗତ ସଂଘର୍ଷ ଯୋଗୁ ଅଶାନ୍ତ ସ୍ଥିତି ବଢ଼ିବାରେ ଲାଗିଛି। ୩୦ ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ସେଠାରେ ସୃଷ୍ଟି ହୋଇଥିବା ଆଭ୍ୟନ୍ତରୀଣ ସଂଘର୍ଷ ସ୍ବାଭାବିକ ହୋଇଆସୁଥିବାବେଳେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କଲା। ଏହି ଯୁଦ୍ଧକୁ ୨୦ ମାସ ପୂରିବାକୁ ବସିଥିବାବେଳେ ଇସ୍ରାଏଲ୍‌ ଓ ହମାସ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ୨୮ ମାସ ମଧ୍ୟରେ ଏହି ୩ଟି ଯୁଦ୍ଧରେ ବ୍ୟାପକ ଧନଜୀବନ କ୍ଷତି ହେବା ସହ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ମହିଳା ଓ ଶିଶୁ। ଯଦି ଶିଶୁଙ୍କ କଥା ବିଚାରକୁ ନିଆଯାଏ ତେବେ କେବଳ ଆଫଗାନିସ୍ତାନ ସଂଘର୍ଷରେ ସ୍ଥାନାନ୍ତରିତ ହୋଇଥିବା ୭,୭୭,୦୦୦ ଲୋକଙ୍କ ମଧ୍ୟରୁ ୫୭% ହେଉଛନ୍ତି ପିଲା। ସେହିଭଳି ଜାତିସଂଘ ତଥ୍ୟ ମୁତାବକ, ଜୁନ୍‌ ୨୦୨୩ ସୁଦ୍ଧା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ୫୩୨ ପିଲାଙ୍କର ମୃତ୍ୟୁ ହେବା ସହ ପାଖାପାଖି ୫୦ ଲକ୍ଷ ପିଲା ସ୍ଥାନାନ୍ତରିତ ହୋଇଛନ୍ତି। ଏବେ ଗାଜାରେ ଚାଲିଥିବା ଇସ୍ରାଏଲ ଓ ହମାସ୍‌ ଯୁଦ୍ଧରେ ୪ ହଜାରୁ ଊର୍ଦ୍ଧ୍ୱ ପିଲାଙ୍କର ମୃତ୍ୟୁ ଘଟିଛି ଏବଂ ୭ ଲକ୍ଷ ପିଲାଙ୍କୁ ପରିବାର ସହ ବାଧ୍ୟତାମୂଳକ ଭାବେ ସ୍ଥାନାନ୍ତର କରାଯାଇଥିବା ୟୁନିସେଫ୍‌ ରିପୋର୍ଟରୁ ଜଣାପଡ଼ିଛି। ଗାଜାର ଅଲ୍‌ ଶିଫା ହସ୍ପିଟାଲରେ ନବଜାତ ଶିଶୁମାନେ ବିନା ଇନ୍‌କ୍ୟୁବେଟରରେ ଥିବା ଦୃଶ୍ୟ ସ୍ଥିତିର ଗମ୍ଭୀରତାକୁ ପ୍ରକାଶ କରେ। ବିଜୁଳି ଓ ପାଣି ଅଭାବରେ ଗାଜାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଅକାମୀ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଶିଶୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ସ୍ବାଭାବିକ ମନେହୁଏ। ଏହି ସବୁ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କଙ୍ଗୋ, ନାଇଜେରିଆ, ସୋମାଲିଆ ଆଦି ଆଫ୍ରିକୀୟ ଦେଶରେ ଶିଶୁମାନେ ସର୍ବାଧିକ ପ୍ରଭାବିତ ହୋଇଆସୁଛନ୍ତି। ଏସିଆର ମ୍ୟାନ୍‌ମାର ସହିତ ଭାରତରେ ମଧ୍ୟ ପିଲାମାନେ ଜାତିଗତ ସଂଘର୍ଷ ଯୋଗୁ ସ୍ଥାନାନ୍ତରିତ ହୋଇ ସ୍ବାସ୍ଥ୍ୟସେବା ଓ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ମଣିପୁର ହିଂସା ଏହାର ଏକ ସଦ୍ୟତମ ଉଦାହରଣ। ସେଠାରେ ବିସ୍ଥାପିତ ୧୪ ହଜାରରୁ ଅଧିକ ପିଲାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଏବେ ସଙ୍କଟରେ। ମନସ୍ତତ୍ତ୍ୱବିତ୍‌ଙ୍କ ଅନୁଯାୟୀ, ବିସ୍ଥାପିତ ପିଲାମାନେ ଭୟପୂର୍ଣ୍ଣ ପରିବେଶରେ ମାନସିକ ସ୍ତରରେ ପ୍ରଭାବିତ ହେବା ସହ ରୋଗଗ୍ରସ୍ତ ହୁଅନ୍ତି। ସବୁଠୁ ଉଦ୍‌ବେଗର କଥା ହେଉଛି ଥଇଥାନ ଶିବିରରେ ଅନେକେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି।
ୟୁନିସେଫ୍‌ ରିପୋର୍ଟ ମୁତାବକ ଯୁଦ୍ଧ ଏବଂ ଆଞ୍ଚଳିକ ସଂଘର୍ଷ ଯୋଗୁ ସରଳ ଶିଶୁମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଯୁଦ୍ଧ ଭଳି ଅଶାନ୍ତ ସ୍ଥିତିରେ ଶିଶୁମାନଙ୍କ ସୁରକ୍ଷା ଗୁରୁତ୍ୱହୀନ ହୋଇପଡ଼ୁଛି। ଅନ୍ୟପକ୍ଷରେ ବିସ୍ତାରବାଦ ଓ ଦମନ ଭଳି ମାନସିକତା ଗୁରୁତ୍ୱପୂର୍ଣ୍ଣ ହୋଇଯାଉଛି। ଜାତିସଂଘ ଶିଶୁଙ୍କ ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ଚଳାଉଥିବାବେଳେ ଅଶାନ୍ତ ସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇପାରୁନାହିଁ। ବିଶ୍ୱର ମୋଟ ପିଲାଙ୍କ ମଧ୍ୟରୁ ଏକ ଷଷ୍ଠାଂଶ ଯୁଦ୍ଧ ଏବଂ ସଂଘର୍ଷ ମଧ୍ୟରେ ରହୁଥିବାରୁ ସେମାନଙ୍କ ସୁରକ୍ଷା ଦିଗରେ ବିଶ୍ୱ ସମୁଦାୟ ଓ ଜାତିସଂଘ ଗମ୍ଭୀରତାର ସହ ବିଚାର କରିବା ଦରାକର। ଏହା ସତ ଯେ, ଶିଶୁ ସୁରକ୍ଷା ଦ୍ୱାରା ହିଁ ଏକ ସୁନ୍ଦର ବିଶ୍ୱ ପରିକଳ୍ପନା ସମ୍ଭବ। ଯୁଦ୍ଧ ଏବଂ ଅଶାନ୍ତ ପରିସ୍ଥିତିରେ ଶିଶୁମାନଙ୍କର ଅପୂରଣୀୟ କ୍ଷତି କରି ଏହା ଆଶା କରିବା ବୃଥା। ବିଶ୍ୱବ୍ୟାପୀ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ସେଥିରେ ପିଲାମାନେ ସବୁବେଳେ ଶିକାର ହେଉଛନ୍ତି। ଏହାର ପ୍ରଚ୍ଛଦପଟରେ ଦିଲ୍ଲୀ ହାଇକୋର୍ଟ ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଚାରପତି ସୁବ୍ରମଣିୟମ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ କମିଟି ଗଠନ କରାଯାଉଛିି ଯାହାକି ଉଭୟ ମାତାପିତା ହରାଇଥିବା ପିଲାଙ୍କ ସମ୍ପତ୍ତି କିଭଳି ଭାବେ ସେମାନେ ବଡ଼ ହେବା ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ ତାହା ଲକ୍ଷ୍ୟକରି ଏକ ନିୟମାବଳୀ ପ୍ରସ୍ତୁତ କରିବାର ମହାନ୍‌ ଚିନ୍ତା କରାଯାଇଛି। କେବଳ ଯୁଦ୍ଧ ନୁହେଁ, କରୋନା ଭାଇରସ୍‌ ଭଳି ସଂକ୍ରମଣ ଏବଂ ବିଭିନ୍ନ ପ୍ରକାର ହିଂସା ସମୟରେ ମାତାପିତା ହରାଇଥିବା ପିଲାଙ୍କ ସଂଖ୍ୟା ଯଥେଷ୍ଟ ଅଧିକ, ଯାହାଙ୍କ ପାଇଁ ସୁଚିନ୍ତିତ ଆଇନ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri