Posted inଜାତୀୟ

ଦେଶରେ ଶିଶୁ ମୃତ୍ୟୁହାର ୨୫କୁ ହ୍ରାସ: ୧୦ ବର୍ଷ ମଧ୍ୟରେ ମୃତ୍ୟୁହାର ୩୭.୫% କମିଛି

ନୂଆଦିଲ୍ଲୀ,୫।୯(ପି.ଟି.):ଦେଶରେ ଶିଶୁ ମୃତ୍ୟୁ ହାର (ଆଇଏମ୍‌ଆର୍‌) ୨୦୧୩ରେ ୪୦ ଥିବାବେଳେ ଏବେ ତାହା ୨୫କୁ ହ୍ରାସ ପାଇଛି। ଅର୍ଥାତ୍‌ ୧୦ ବର୍ଷ ମଧ୍ୟରେ ମୃତ୍ୟୁହାର ୩୭.୫% କମିଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ଦ୍ୱାରା ଜାରି ୨୦୨୩ର ନମୁନା ପଞ୍ଜୀକରଣ ସିଷ୍ଟମ (ଏସ୍‌ଆର୍‌ଏସ୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ଆଇଏମ୍‌ଆର୍‌ ହେଉଛି ୧ ବର୍ଷରୁ କମ୍‌ ବୟସ ମଧ୍ୟରେ ପ୍ରତି ହଜାରେ ଜନ୍ମିତ ଶିଶୁରେ ମୃତ୍ୟୁମୁଖରେ ପଡ଼ୁଥିବା ଶିଶୁ ସଂଖ୍ୟା। ଏହି ସଂଖ୍ୟା କମିବା ଅର୍ଥ ଉନ୍ନତ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉଛି।
୨୦୨୩ର ତଥ୍ୟ ଆଧାରରେ ଏସ୍‌ଆର୍‌ଏସ୍‌ ରିପୋର୍ଟ ପ୍ରକାଶିତ ହୋଇଛି। ୧୯୭୧ରେ ପ୍ରତି ୧୦୦୦ ପିଲାଙ୍କ ମଧ୍ୟରୁ ୧୨୯ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ସେଥିରେ ୮୦ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ରାଜ୍ୟଓ୍ବାରି ଦେଖିଲେ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଉତ୍ତରପ୍ରଦେଶରେ ଆଇଏମ୍‌ଆର୍‌ ସର୍ବାଧିକ ୩୭ ରହିଥିବାବେଳେ ମଣିପୁରରେ ସର୍ବନିମ୍ନ ୩ ଏବଂ କେରଳରେ ୫ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଆଇଏମ୍‌ଆର୍‌ ୪୪ରୁ ୨୮କୁ ଖସିଥିବାବେଳେ ସହରାଞ୍ଚଳରେ ୨୭ରୁ ୧୮କୁ ହ୍ରାସ ପାଇଛି। ଅର୍ଥାତ୍‌ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଶିଶୁ ମୃତ୍ୟୁ ହାରରେ ଯଥାକ୍ରମେ ୩୬ ଓ ୩୩ ପ୍ରତିଶତ ହ୍ରାସ ଘଟିଛି।
ସର୍ବଭାରତୀୟ ସ୍ତରରେ ଜନ୍ମହାର ଗତ ୫ ଦଶନ୍ଧି ମଧ୍ୟରେ ଯଥେଷ୍ଟ ହ୍ରାସ ପାଇଛି। ୧୯୭୧ରେ ପିଲା ଜନ୍ମହାର ୩୬.୯ ଥିବାବେଳେ ୨୦୨୩ରେ ତାହା ୧୮.୪କୁ ଖସିଛି। ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳ-ସହରାଞ୍ଚଳ ଜନ୍ମହାରରେ ପାର୍ଥକ୍ୟ ମଧ୍ୟ କମିଛି। ତେବେ ଗ୍ରାମାଞ୍ଚଳରେ ଜନ୍ମହାର ସହରାଞ୍ଚଳଠାରୁ ଅଧିକ ରହିଆସିଛି। ୨୦୧୩ରେ ଦେଶରେ ଜନ୍ମହାର ୨୧.୩ ଥିବାବେଳେ ୨୦୨୩ରେ ତାହା ୧୮.୪ ହୋଇଛି, ଅର୍ଥାତ୍‌ ୧୦ ବର୍ଷରେ ୧୪ ପ୍ରତିଶତ କମିଛି। ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳ ଜନ୍ମହାର ୨୨.୯ରୁ ୨୦.୩କୁ (୧୧%) କମିଥିବାବେଳେ ସହରାଞ୍ଚଳରେ ୧୭.୩ରୁ ୧୪.୯କୁ ଅର୍ଥାତ୍‌ ୧୪ ପ୍ରତିଶତ ହ୍ରାସ ପାଇଛି। ୨୦୨୩ରେ ବିହାରରେ ଜନ୍ମହାର ସର୍ବାଧିକ ୨୫.୮ ରହିଥିବାବେଳେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସର୍ବନିମ୍ନ ୧୦.୧ ରହିଛି। ମୃତ୍ୟୁହାର ମଧ୍ୟ ଗତ ୫ ଦଶନ୍ଧି ମଧ୍ୟରେ କ୍ରମାଗତ ହ୍ରାସ ପାଇଛି। ୧୯୭୧ରେ ମୃତ୍ୟୁହାର ୧୪.୯ ଥିବାବେଳେ ୨୦୨୩ରେ ତାହା ୬.୪କୁ ଖସିଛି। ଗ୍ରାମାଞ୍ଚଳରେ ମୃତ୍ୟୁହାର ୨୦୨୨ରେ ୭.୨ ଥିବାବେଳେ ୨୦୨୩ରେ ୬.୮କୁ ହ୍ରାସ ପାଇଛି। ସହରାଞ୍ଚଳରେ ଏହି ସମୟ ମଧ୍ୟରେ ମୃତ୍ୟୁହାର ୬.୦ରୁ ୫.୭କୁ ହ୍ରାସ ପାଇଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri