ବାଂଲାଦେଶ, ପଶ୍ଚିମବଙ୍ଗ ଢାଞ୍ଚାରେ ବଢୁଛି ବାଲ୍ୟବିବାହ

ମହାକାଳପଡ଼ା, ୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ଦିନକୁଦିନ ବାଲ୍ୟବିବାହ ବୃଦ୍ଧିପାଉଛି। ଏଥିପ୍ରତି ବିଭାଗ ଲୋକଙ୍କୁ ସଚେତନ କରୁନାହିଁ। ଫଳରେ ସଚେତନା ଅଭାବ, ନିରକ୍ଷର ଓ ଦାରିଦ୍ର୍ୟ ବାଲ୍ୟବିବାହର କାରଣ ସାଜିଛି। ବିଶେଷକରି ଅଞ୍ଚଳର ମଠ, ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକରେ ରାତି ଅଧରେ ବ୍ରାହ୍ମଣ ଡକାଇ ମାଳା ବଦଳକରାଯାଇ ବିବାହ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏଥିସହ ବାଂଲାଦେଶ ଓ ପଶ୍ଚିମବଙ୍ଗ ଢାଞ୍ଚାରେ ବଙ୍ଗୀୟ ସମ୍ପ୍ରଦାୟର ପାରମ୍ପରିକ ବାଲ୍ୟବିବାହ କରାଯାଉଛି। କାରଣ ବାଂଲାଦେଶ ଓ ପଶ୍ଚିମବଙ୍ଗ ଅଞ୍ଚଳର ବହୁଳ ଭାବେ ବାଲ୍ୟବିବାହ ହେଉଛି। ସେହିପରି ଉକ୍ତ ଅଞ୍ଚଳରେ ବଙ୍ଗୀୟ ପଞ୍ଚାୟତଗୁଡ଼ିକରେ ବାଲ୍ୟବିବାହ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ। ଅପରପକ୍ଷରେ କେତେଜଣ ନାବାଳିକାଙ୍କ ପରିବାରକୁ ପ୍ରଲୋଭିତକରି ସ୍ଥାନୀୟ ଦଲାଲମାନେ ସୁଦୂର ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶର ଆଦି ଅଞ୍ଚଳର ବୟସ୍କ ଲୋକଙ୍କ ସହ ବିବାହ କରାଯାଉଛି। ବିବାହର କିଛିଦିନ ମଧ୍ୟରେ ତାଙ୍କୁ ସେଠାରେ ଶାରୀରିକ, ମାନସିକ ନିର୍ଯାତନା ଯୋଗୁ ନାବାଳିକା ନିଜ ଭିଟାମାଟିକୁ ଲୁଚିକରି ଜୀବନକୁ ରକ୍ଷାକରିବାକୁ ବାଧ୍ୟହୋଇ ଫେରୁଛନ୍ତି ବୋଲି ଜଣେ ଓ୍ବାର୍ଡମେମ୍ବର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କଥା ସେଥିକିରେ ସରିନି ଇଟାଭାଟିରେ କାମ କରାଇବା ସହ ୨ରୁ ୩ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା କେତେଜଣ ମହିଳା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ନାବାଳିକା ବିବାହ ହେବା ଦ୍ୱାରା ମାତୃତ୍ୱ ଲାଭ କରିବା ପୂର୍ବରୁ ନିଜ ଜୀବନ ପ୍ରତି ବିପଦ ଆଶଙ୍କା ଓ ରକ୍ତସ୍ରାବ ଯୋଗୁ ଉଭୟ ମା’ ଓ ଶିଶୁଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳର ବତିଘର , ଖରିନାସୀ ,ରାମନଗର, ପେଟଛେଲା, ବଉଳକଣି, ଜମ୍ବୁ, ସୁନୀତି, ଗଗୁଆ, ନାଞ୍ଜୁରା, କେବି ଦାଣ୍ଡୁଆ ଆଦି ବଙ୍ଗୀୟ ଅଧ୍ୟୁଷିତ ପଞ୍ଚାୟତରେ ବହୁଳ ଭାବେ ନାବାଳିକାଙ୍କ ଶାରୀରିକ, ମାନସିକ ବିକଶିତ ପୂର୍ବରୁ ଅତି ତରବରିଆ ଭାବେ ବିବାହ କରାଯାଉଛି ବୋଲି ପଞ୍ଚାୟତସ୍ତରୀୟ ଜଣେ ଲୋକ ପ୍ରତିନିଧି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏହି ଅଞ୍ଚଳରେ କେତେଜଣ ନାବାଳିକାଙ୍କ ଗର୍ଭ ନଷ୍ଟ କରାଯାଉଥିବା ପୂର୍ବରୁ ବହୁସଂଖ୍ୟାରେ ଅଭିଯୋଗ ହୋଇଆସୁଛି। ଅଞ୍ଚଳର କେତେଜଣ ନକଲି ଡାକ୍ତର ଓ ଗଁା ବୈଦ୍ୟଙ୍କ ସହାୟତାରେ ନାବାଳିକାଙ୍କ ଗର୍ଭ ନଷ୍ଟ କରାଯାଉଛି। ୫ ହଜାରରୁ ୧୦ ହଜାର ଟଙ୍କା ନେଇ କାର୍ଯ୍ୟ ହାସଲ କରିଛନ୍ତି। ଏଥିପ୍ରତି ସ୍ବାସ୍ଥ୍ୟ ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଉପକୂଳ ଅଞ୍ଚଳର ବୁଦ୍ଧିଜୀବୀ, ସାମାଜିକ କର୍ମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ଜନସଚେତନତା ହେଉ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବ୍ଲକ୍‌ର ଶିଶୁ ବିକାଶ ବିଭାଗ ପକ୍ଷରୁ ଗୋଟେ ପଟେ ସଚେତନ କରାଯାଉଛି ବୋଲି ଦାବି କରୁଥିବାବେଳେ ଅପରପକ୍ଷରେ ବାଲ୍ୟବିବାହ ବଢ଼ିଚାଲିଛି।
ଏ ସଂକ୍ରାନ୍ତରେ ବ୍ଲକ୍‌ ଶିଶୁ ବିକାଶ ତଥା ବାଲ୍ୟବିବାହ ନିରାକରଣ ଅଧିକାରିଣୀ କବିତା ମଲିକଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ପୂର୍ବ ୩ ବର୍ଷ ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ବାଲ୍ୟବିବାହ ରୋକିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri