ବାଲ୍ୟବିବାହ ମୁକ୍ତ ହୋଇନି ଗଞ୍ଜାମ ଜିଲା

ଛତ୍ରପୁର,୧୫ା୨(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାକୁ ବାଲ୍ୟବିବାହମୁକ୍ତ ଜିଲା ଭାବେ ୨୦୨୨ ଜାନୁୟାରୀ ୩ ତାରିଖରେ ଘୋଷଣା ହୋଇଥିଲା। ତେବେ ଏବେ ବି ଜିଲାର ବିଭିନ୍ନ ସ୍ଥାନରେ ବାଲ୍ୟ ବିବାହ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ବାଲ୍ୟ ବିବାହକୁ ରୋକିବାରେ ପ୍ରଶାସନ ସଫଳ ହେଉଥିବା ନେଇ ଏହାର ସଂଖ୍ୟା ମଧ୍ୟ ଢେର ବଢିଛି। ଏସବୁକୁ ପର୍ଯ୍ୟାଲୋଚନା କଲେ ଏବେ ବି ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ହୋଇନି। ଜିଲାରେ ଏହି କୁ-ପ୍ରଥାକୁ କେତେକ ଲୋକ, ଜାତି ଓ ସମାଜ ଏବେ ବି ଛାଡିପାରିନଥିବା ଜଣାଯାଇଛି। ସୂଚନାଯୋଗ୍ୟ ରାଜ୍ୟରେ ସର୍ବାଧିକ ବାଲ୍ୟ ବିବାହ ଗଞ୍ଜାମ ଜିଲାରେ ହୋଇଆସୁଥିଲା। ଏହାକୁ ହ୍ରାସ, ରୋକିବା ସହ ଶିଶୁ ବିବାହ ପ୍ରୋହିବିସନ ଆକ୍ଟ-୨୦୦୬ ର କାର୍ଯ୍ୟକାରୀ ପାଇଁ ଗଞ୍ଜାମ ଜିଲାରେ ୨୦୧୯ରୁ ବହୁ ପଦକ୍ଷେପ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିଲା। ‘ନିର୍ଭୟକଢୀ’ ଠାରୁ ଆରମ୍ଭ କରି ‘ମୋ ଗେହ୍ଲା ଝିଅ’ ଭଳି ବହୁ ଯୋଜନାର ସଫଳ ରୂପାୟନ ଲାଗି ଗଞ୍ଜାମ ଜିଲାରେ ବାଲ୍ୟବିବାହ ରୋକିବାରେ ଅନେକ ସଫଳତା ମିଳିଥିଲା। ଏହାଫଳରେ ଜିଲାରେ ବାଲ୍ୟ ବିବାହ ଅଧିକାଂଶରେ କମିଯାଇଥିଲା। ପରେ ୨୦୨୨ରେ ତକତ୍ାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ଜିଲାକୁ ବାଲ୍ୟ ବିବାହ ମୁକ୍ତ ଜିଲା ଭାବେ ଘୋଷଣା କରାଯାଇଥିଲା। ଉକ୍ତ ବର୍ଷ ଜିଲାରେ ସର୍ବାଧିକ ୩୩୧ଟି ବାଲ୍ୟ ବିବାହକୁ ପ୍ରଶାସନ ରୋକିବାରେ ସକ୍ଷମ ହୋଇଥିଲା। ଏପରିକି ବାଲ୍ୟ ବିବାହ ସମ୍ପର୍କରେ କେହି ସୂଚନା ଦେଲେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସେତେବେଳେ ଜିଲାପାଳ ଘୋଷଣା କରିଥିଲେ। ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ନିର୍ଭୟକଢୀ’ କାର୍ଯ୍ୟକ୍ରମ ଜିଲାସ୍ତରଠାରୁ ଆରମ୍ଭ ହୋଇ ବ୍ଲକ ଓ ଗାଁସ୍ତରରେ ବେଶ୍‌ ସଫଳତାର ସହ ଆୟୋଜନ ହେଉଥିଲା। ଜିଲାରେ ବାଲ୍ୟବିବାହକୁ କମାଇବାରେ ଏହି କାର୍ଯ୍ୟକ୍ରମ ବେଶ୍‌ ଭୂମିକା ଗ୍ରହଣ କରିଥିଲା। ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଆୟୋଜନ କରି ନବଜାତ କନ୍ୟା ଶିଶୁ ଓ ତାଙ୍କ ମା’ଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ନ୍ଧିତ କରାଯାଇଆସୁଛି। ଏପରିକି ପ୍ରଶାସନର ନିର୍ଦ୍ଦେଶରେ ଜିଲାରେ ଥିବା ବିଭିନ୍ନ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନରେ ବାଲ୍ୟ ବିବାହକୁ ମନା ବୋଲି ଲେଖାଯାଇଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ବିଭିନ୍ନ ଜାତି ସମାଜର କର୍ମକର୍ତ୍ତାମାନଙ୍କୁ ନେଇ ପ୍ରଶାସନ ବୈଠକ କରି ସହଯୋଗ ଲୋଡିଥିଲା। ଏବେବି ଅନେକ ସ୍ଥାନରେ ବାଲ୍ୟବିବାହ ହେଉଥିବା ଜଣାପଡ଼ିଛି। ଅପରପକ୍ଷରେ ଅଧିକାଂଶ ସ୍ଥାନରେ ବାଲ୍ୟ ବିବାହକୁ ରୋକିବାରେ ପ୍ରଶାସନକୁ ସଫଳତା ମିଳିଛି। ୨୦୨୩ରେ ଜିଲାରେ ୯୮ବାଲ୍ୟବିବାହ ରୋକାଯାଇଥିବା ବେଳେ ୨୦୨୨ରେ ୩୩୧, ୨୦୨୧ରେ ୨୦୧, ୨୦୨୦ରେ ୨୨୮, ୨୦୧୯ ରେ ୪୫ ଟି ବାଲ୍ୟବିବାହକୁ ରୋକାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri