ଚିକିଟି ମଦମୃତ୍ୟୁ ମାମଲା: ଫେରାର ଥିବା ଆଉ ଜଣେ ଅଭିଯୁକ୍ତ ଗିରଫ

ଚିକିଟି,୨୬ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ମାଉନ୍ଦପୁର ଗ୍ରାମରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ଘଟଣାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରାଯାଇଛି। ସେ ହେଲେ ମାଉନ୍ଦପୁର ଗ୍ରାମର ପୂର୍ଣ୍ଣ ସାହୁ।

ଘଟଣା ପରଠାରୁ ପୂର୍ଣ୍ଣ ଫେରାର ଥିଲେ। ଫେରାର ପରଠାରୁ କେ. ନୂଆଗାଁ ପୋଲିସ ତାଙ୍କୁ ଖୋଜିବା ଜାରି ରଖିଥିଲା। ଗିରଫ ପରେ କେ. ନୂଆଗାଁ ଥାନା ଅଧିକାରୀ କିଶୋର କୁମାର ସାମଲ ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଗତ ସୋମବାର ମାଉନ୍ଦପୁର ଗ୍ରାମରେ ବିଷାକ୍ତ ମଦ ପିଇ ୨୩ ଜଣ ଅସୁସ୍ଥ ହୋଇ ପଡିଥିଲେ। କେ. ନୂଆଗାଁ ପୋଲିସ ମାଉନ୍ଦପୁରରେ ଚଢ଼ାଉ କରି ଚୋରା ମଦ କାରବାର କରୁଥିବା ସନ୍ଦେହରେ ୬ ଜଣକୁ ଗିରଫ କରିଥିଲା।

ଚିକିଟି ଅବକାରୀ ବିଭାଗ ପକ୍ଷରୁ ଢେପଗାଁରେ ୫୫ ଲିଟର ଦେଶୀ ମଦ ଜବତ କରି ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ପ୍ରଥମେ ୭ଜଣଙ୍କୁ ଗିରଫ କରାଯାଇଥିଲା। ପରେ ୩ଜଣ ଗିରଫ ହୋଇଥିଲେ। ଫଳରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ଏ ସମ୍ପର୍କରେ କେ ନୂଆଗାଁ ଥାନା ଅଧିକାରୀ କିଶୋର କୁମାର ସାମଲଙ୍କୁ ପଚାରିବାରୁ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦ଜଣ ଗିରଫ ହୋଇଥିବା ପ୍ରକାଶ କରିବା ସହ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକ୍‌ଭିଙ୍କ ବଡ଼ ସୂଚନା: ବିନା ଦର୍ଶକରେ ହେବ ପାକିସ୍ତାନ କ୍ରିକେଟ ଲିଗ୍‌

ଲାହୋର, ୨୨ା୩: ମାର୍ଚ୍ଚ ୨୬ରୁ ପାକିସ୍ତାନ କ୍ରିକେଟ ଲିଗ୍‌ (ପିଏସ୍‌ଏଲ) ଅନୁଷ୍ଠିତ ହେବ। ତେବେ ଇରାନ-ୟୁଏସ୍‌ଏ-ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରତିଯୋଗିତା ବିନା ଦର୍ଶରେ ଅନୁଷ୍ଠିତ ହେବ। ପାକିସ୍ତାନ…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଥିଲା ଭଞ୍ଜନଗରର ଭୂମିକା

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ରବିବାର ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା ଉପରେ ଏକ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri