୨୬ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ

ହିଞ୍ଜିଳିକାଟୁ/ଶେରଗଡ଼/ କବିସୂର୍ଯ୍ୟନଗର, (ଡି.ଏନ୍‌.ଏ.) ୨୧ା୩:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଥିବା ପ୍ରାୟ ଚୂଡ଼ାନ୍ତ ହୋଇଛି। ଏ ନେଇ ତଦାରଖ କରିବାକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଡିଆର୍‌ଡିଏ ଗଞ୍ଜାମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କୀର୍ତ୍ତିଭାସନ, ଏଡିଏମ୍‌(ରାଜସ୍ବ) ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ଦଳାଇ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ସୋମବାର ହିଞ୍ଜିଳିକାଟୁ ଆସି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗଞ୍ଜାମ ଗସ୍ତରେ ହିଞ୍ଜିଳିକାଟୁ, ଶେରଗଡ଼, କୁକୁଡ଼ାଖଣ୍ଡି, ଦିଗପହଣ୍ଡି, ସାନଖେମୁଣ୍ଡି ଓ ଧରାକୋଟ ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ସୋମବାର ଜିଲାପାଳଙ୍କ ଏହି ପ୍ରସ୍ତୁତି ସମୀକ୍ଷା କାର୍ଯ୍ୟକ୍ରମରେ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଏସ୍‌ଡିପିଓ ଉମା ଶଙ୍କର ସିଂ, ଆଇଆଇସି ଅଭିମନ୍ୟୁ ଦାଶ ଉପସ୍ଥିତ ଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଶେରଗଡ଼ରେ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri