Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ୮ ପୋଲିସ ନିଲମ୍ବିତ…

ଲକ୍ଷ୍ନୌ, ୧୧।୬ : ଗୋରଖପୁରର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ ଅବହେଳା ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ବିମାନବନ୍ଦରକୁ ଯିବାବେଳେ ବାହ୍ୟ ଯାନବାହାନ ତାଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିଥିଲା। ଏହାଦ୍ୱାରା ଉତ୍ତେଜନା ଦେଖାଦେଇଥିଲା। କର୍ତ୍ତୃପକ୍ଷ କୌଣସି ପ୍ରକାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଇନ୍ସପେକ୍ଟରଙ୍କ ସମେତ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ଏସଏସପି ନିଲମ୍ବିତ କରିଛନ୍ତି। କୁହାଯାଉଛି ଯେ ଶୁକ୍ରବାର ଦିନ ଗୋରଖପୁରରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ହାଙ୍କର ଏକ କାର୍ଯ୍ୟକ୍ରମ ରହିଥିଲା। ଦିଲ୍ଲୀରୁ ଗୋରଖପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ପାଛୋଟି ଆଣିବାକୁ ୧୧ଟା ୨୮ରେ ବିମାନବନ୍ଦରକୁ ଯାଉଥିଲେ। ଏହି ସମୟରେ ଏଭଳି ଅବହେଳା ଦେଖାଦେଇଥିଲା।

ଏସଏସପି ଡ. ଭିପିନ ତାଡା ଏହି ଘଟଣାର ଅନୁସନ୍ଧାନ କରିଥିଲେ। ଜଣାପଡିଥିଲା ଯେ ବିମାନ ବନ୍ଦରରୁ ପୂର୍ବ ଦିଗକୁ ଯାନବାହନ ଚଳାଚଳ ବନ୍ଦ କରିବା ଦାୟିବରେ ଥିବା ପୋଲି କର୍ମଚାରୀମାନେ ଅବହେଳା କରୁଛନ୍ତି। ସେ କୁସମି ପାର୍ଶ୍ୱରୁ ଆସୁଥିବା ଗାଡିଗୁଡ଼ିକୁ ବିମାନବନ୍ଦର ଆଡକୁ ପଠାଇଥିଲେ। ଏହି ଅବହେଳାର ଅଭିଯୋଗରେ ଡ୍ୟୁଟିରେ ଥିବା ଏସଏସପି, କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର ଯଦୁନନ୍ଦନ ଯାଦବ, ଇନ୍ସପେକ୍ଟର ଅଜୟ ରାୟ, କନଷ୍ଟେବଳ ବ୍ରିଜେଶ ଯାଦବ, ସତ୍ୟେନ୍ଦ୍ର ଯାଦବ, ବିବେକ ମିଶ୍ର, କନଷ୍ଟେବଳ ସୁଜିତ ଯାଦବ, ମହିଳା କନଷ୍ଟେବଳ ଅରୁଣିମା ମିଶ୍ର, କନଷ୍ଟେବଳ କିରଣ ଚୌଧୁରୀ ପ୍ରମୁଖଙ୍କୁ ନିଲମ୍ବିତ କରାଯାଇଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା ଇନ୍ସପେକ୍ଟର ଯଦୁନନ୍ଦନ ଯାଦବ ଏବଂ ଇନ୍ସପେକ୍ଟର ଅଜୟ ରାୟଙ୍କର ଓ୍ବେରଲେସ୍‌ ହ୍ୟାଣ୍ଡସେଟ ନ ଥିଲା। ଯେତେବେଳେ ଅଧିକାରୀମାନେ ତାଙ୍କୁ ପଚାରିଲେ, ସେ କୌଣସି ଉତ୍ତର ଦେଇପାରିଲେ ନାହିଁ ଭିଆଇପିଙ୍କ ଯାତ୍ରା ସମୟରେ ଏସଏସପି ଏହାକୁ ଏକ ବଡ଼ ଅବହେଳା ବୋଲି ବିବେଚନା କରି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri