କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବଜେଟ୍ ଏକ ଅଭିବୃଦ୍ଧି ମୂଳକ ବଜେଟ୍ ।

ସମାଜର ସବୁ ବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଯୁବ ଶକ୍ତିର ବିକାଶ ଉପରେ ସ୍ବତନ୍ତ୍ର ଫୋକସ୍ ରହିଛି ବୋଲି ସେ କହିଛନ୍ତି । ଏହି କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଥିବାରୁ ଆମେ ଭାରତ ସରକାରଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଆର୍ଥିକ ଅଭିବୃଦ୍ଧିକୁ ଜାରି ରଖିବା ପାଇଁ ମୋଦି ସରକାର ତାଙ୍କ ଶାସନ କାଳ ସମୟରେ ବର୍ତ୍ତମାନ ସୁଦ୍ଧା ୩୫୦ଟି ଢାଞ୍ଚାଗତ ସଂସ୍କାର ଆଣିଛନ୍ତି, ଯାହାକି ସ୍ବାଧୀନ ଭାରତର ଅର୍ଥନୈତିକ ଇତିହାସରେ ଏକ ବିରଳ ଅଧ୍ୟାୟ। ଏହାଦ୍ବାରା ଆତ୍ମ ନିର୍ଭର ଭାରତ, ବିକଶିତ ଭାରତ ଗଠନ ଦିଗରେ ଆମର ଯେଉଁ ଲକ୍ଷ୍ୟ ରହିଛି, ତାହା ତ୍ବରାନ୍ବିତ ହୋଇଛି।

ଏହି ବଜେଟ୍ କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ବିକଶିତ ଭାରତ ଗଠନ ଦିଗରେ ଏକ ଦୂରଦର୍ଶୀ ରୋଡମ୍ୟାପ୍ । ଚଳିତ ବଜେଟ୍‌ରେ ଥିବା ପ୍ରାବଧାନ ଗୁଡିକ ସମୃଦ୍ଧ ଓଡ଼ିଶା – ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହେବ। ସବୁ ଦୃଷ୍ଟିକୋଣରୁ ଏହା ଏକ ଐତିହାସିକ ବଜେଟ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri