ଭୁବନେଶ୍ବର ପରିବର୍ତ୍ତେ ପୁରୀ ବସଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: କାରଣ…

ପୁରୀ,୮।୬(ଅଜିତ ମହାନ୍ତି): ଭୁବନେଶ୍ବରରେ ଅବତରଣ କରିପାରି ନାହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କରିଛି। ସମଙ୍ଗ ଅସ୍ଥାୟୀ ବସଷ୍ଟାଣ୍ଡରେ ଅବତରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଫଳରେ ଏକ ବଡ଼ ଅଘଟଣ ଟଳିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ  ମୟୂରଭଞ୍ ଠାରେ ଥିବା କାର୍ଯ୍ୟକ୍ରମ ସାରି ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରୁଥିଲେ।  ଏହି ସମୟରେ ପାଗରେ ପରିବର୍ତନ ଦେଖିବାକୁ ମିଳିଥିଲା । କାଳବୈଶାଖୀ ବର୍ଷା ମାଡି ଆସିଥିଲା।  ଯାହାଫଳରେ ଭୁବନେଶ୍ୱର ଏୟାର ପୋର୍ଟରେ ଅବତରଣ କରି ପାରି ନ ଥିଲା।  ତେଣୁ ପୁରୀ ନିକଟବର୍ତ୍ତୀ ତଥା ସୁରକ୍ଷିତ ସ୍ଥାନ ଥିବାରୁ ପୁରୀରେ ହେଲିକପ୍ଟର ଅବତରଣ ପାଇଁ ନିଷ୍ପତି ହୋଇଥିଲା। ଶେଷରେ ସମଙ୍ଗ ବାସଷ୍ଟାଣ୍ଡରେ ଥିବା ଅସ୍ଥାୟୀ ହେଲି ପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିଥିଲା। ପାଗ ଅନୁକୂଳ ହେବା ପରେ ଭୁବନେଶ୍ବର ଅଭିମୁଖେ ହେଲିକପ୍ଟର ଉଡାଣ ଭରିବ ବୋଲି ସୂଚନା ମିଳିଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

ଭିଜିଲାନ୍ସ ଜାଲରେ ମହିଳା RI, ୫୫୦୦ ଲାଞ୍ଚ ନେବାବେଳେ….

ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ସୂଚନା…

ଜଣେ ବରକୁ, ୩ କନ୍ୟା: କ୍ୟାମେରାମ୍ୟାନ୍‌ଙ୍କୁ ବିବାହ କଲେ ୩ YouTuber ଭଉଣୀ

ଆମରୋହା,୨୪।୭: ଉତ୍ତର ପ୍ରଦେଶର ଆମରୋହା ଜିଲାର ହସନପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ତିନି ଭଉଣୀ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଏହି ତିନି ଭଉଣୀ ହେଉଛନ୍ତି YouTuber…

ରାଇକିଆରେ ବାହୁଡ଼ା ଯାତ୍ରା, ଛେରା ପହଁରା ପାଇଁ ବିଡିଓ…

ରାଇକିଆ,୨୪ା୭(ପ୍ରଦୀପ ବେହେରା): ଆଜି ବାହୁଡ଼ା ଯାତ୍ରା। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିର ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ରାଜ୍ୟ ସଭାରେ ‘ବନ୍ଦେ ମାତରମ’ ବିଲ୍ ଆଗତ କଲେ ସରକାର, ଜାତୀୟ ସଙ୍ଗୀତକୁ ଅପମାନ କଲେ…

ନୂଆଦିଲ୍ଲୀ,୨୪ା୭: ଗୃହରେ ହଟ୍ଟଗୋଳ ପରେ, ରାଜ୍ୟ ସଭାର କାର୍ଯ୍ୟ ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହୋଇଥିଲା। ଏହାପରେ ‘ବନ୍ଦେ ମାତରମ୍’ର ସମ୍ମାନ ସମ୍ପର୍କରେ ସଂସଦର ଉଚ୍ଚ ସଦନ…

NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର, ପୁରୁଷବନ୍ଧୁଙ୍କୁ ବନ୍ଧୁଙ୍କୁ ମାଡ଼ ମାରି ବୁଦାରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୪ା୭: ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏକ ପବିତ୍ର ସହର ଚିତ୍ରକୂଟର ଦେବାଙ୍ଗନା ଉପତ୍ୟକା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ସତନାର…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri