ଏସ୍‌ଏଚ୍‌ଜି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଋଣର ସୁଧ ଫେରାଇବେ ସରକାର

ଭୁବନେଶ୍ୱର, ୨୩ା୨(ବନ୍ଦନା ସେଠୀ): ଓଡ଼ିଶାରେ ଭାଜପା କ୍ଷମତାସୀନ ହେବା ପରଠୁ ମହିଳା ସଶକ୍ତୀକରଣ ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଛନ୍ତି। ଏହି କ୍ରମରେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକର ଋଣ ଉପରେ ସୁଧ ଫେରସ୍ତ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ତଦନୁଯାୟୀ ରାଜ୍ୟର ୩ ଲକ୍ଷରୁ ଊର୍ଦ୍ଧ୍ୱ ଏସ୍‌ଏଚ୍‌ଜିକୁ ୧୦ ଲକ୍ଷ ଟଙ୍କାର ଋଣ ଉପରେ ସୁଧ ବାବଦରେ ୩୦୦ କୋଟି ଟଙ୍କା ଫେରାଇ ଦିଆଯିବ। ଜନତା ମଇଦାନରେ ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ଉଦ୍ଦିଷ୍ଟ ‘ସୁଭଦ୍ରା ଶକ୍ତି ମେଳା’କୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଲକ୍ଷପତି ଦିଦି’ ସୃଷ୍ଟି ଅଭିଯାନ ଦ୍ୱାରା ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ଏହି ସୁଧ ଫେରସ୍ତ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୩ ବର୍ଷରେ ‘ଲକ୍ଷପତି ଦିଦି ସହାୟିକା ଯୋଜନା’ରେ ୨.୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଏସ୍‌ଏଚ୍‌ଜି ମା’ମାନେ ବାର୍ଷିକ ଅନୂ୍ୟନ ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

ଜନତା ମଇଦାନରେ ପ୍ରଥମ ସୁଭଦ୍ରା ଶକ୍ତିମେଳାକୁ ଶନିବାର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷରେ ୩ଲକ୍ଷରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ୩୦୦କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ। ଏଥିସହ ଚଳିତବର୍ଷ ସରକାର ରାଜ୍ୟର ପ୍ରାୟ ୫. ୮୦ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ରିଭଲ୍‌ଭିଂ ଫଣ୍ଡ୍‌ ପରିମାଣକୁ ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେଶନ ବା ଜିପିଏଲ୍‌ଏଫ୍‌ମାନଙ୍କୁ ପ୍ରଦାନ କରାଯାଉଥିବା କମ୍ୟୁନିଟି ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌କୁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଆନ୍ଦୋଳନ। ବ୍ୟକ୍ତିଗତସ୍ତରରେ ହେଉ ବା ଗ୍ରୁପ୍‌ସ୍ତରରେ, ପ୍ରତ୍ୟେକ ମହିଳା ଯେପରି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ବତନ୍ତ୍ରତା ହାସଲ କରିବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ମା’ମାନଙ୍କ ମଧ୍ୟରେ ଅସୀମ ଶକ୍ତି ରହିଛି। ସେମାନଙ୍କ ଅନ୍ତନିର୍ହିତ ଶକ୍ତିର ଜାଗରଣ ପାଇଁ ସରକାର ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିଛନ୍ତି। ଏହି ମେଳା କେବଳ ଏକ ସାଧାରଣ ପ୍ରଦର୍ଶନୀ ନୁହେଁ। ଏହା ଆମ ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ସଫଳତାର କାହାଣୀ। ସେହିପରି ଓଡ଼ିଶାର ଅର୍ଥନୈତିକ ଇତିହାସରେ ସୁଭଦ୍ରା ସବୁଠାରୁ ବଡ ଯୋଜନା। ବର୍ତ୍ତମାନ ସୁଦ୍ଧା ୯୮ଲକ୍ଷରୁ ଅଧିକ ସୁଭଦ୍ରା ମା’ଙ୍କୁ ୪ହଜାର ୯୦୦କୋଟିରୁ ଅଧିକ ଟଙ୍କା ଦିଆଯାଇଛି। ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ଭାବରେ ଆଉ ୫ ହଜାର ଟଙ୍କା ଲେଖାଏ ଦିଆଯିବ। ୧ କୋଟି ମହିଳା ଏହି ଅର୍ଥକୁ ପୁଞ୍ଜି ଭାବେ ଗ୍ରହଣ କରି ବ୍ୟବସାୟ କଲେ ଓଡ଼ିଶାର ଅର୍ଥନୀତି ଉପରେ ଏହାର ସୁପ୍ରଭାବ ପଡିବ। ସେହିପରି ସୁଭଦ୍ରା ପ୍ଲାଟ୍‌ଫର୍ମରେ ମହିଳା, ଝିଅମାନଙ୍କ ପାଇଁ ଖୁବ୍‌ଶୀଘ୍ର ଆହୁରି ଅନେକ ଯୋଜନା କାର୍ଯ୍ୟକାରୀ ହେବ। ‘କିଶୋରୀ ସୁଭଦ୍ରା’, ‘ସୁଭଦ୍ରା ସଞ୍ଚୟ’, ‘ସୁଭଦ୍ରା ସଖୀ’, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ ବା କ୍ଲବ’, ‘କୁହ ସୁଭଦ୍ରା ବା ସୁଭଦ୍ରା କଲ୍‌ ସେଣ୍ଟର’, ‘ସୁଭଦ୍ରା ସହଯୋଗୀ’, ‘ସୁଭଦ୍ରା ପଣ୍ଡିତ’ ‘ସୁଯୋଗ୍ୟ ସୁଭଦ୍ରା’ ଭଳି ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯିବ। ସୁଭଦ୍ରା ଯୋଜନାରେ ଆଗାମୀ ଆର୍ଥିକ ବର୍ଷରେ ୧୦,୧୪୫ କୋଟି ଟଙ୍କା ବରାଦ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମେଳାରେ ଆୟୋଜିତ ଷ୍ଟଲ୍‌ ବୁଲି ଦେଖିବା ସହିତ ସ୍ବୟଂ ସହାୟକ ମହିଳାଙ୍କ ଉତ୍ପାଦିତ ସାମଗ୍ରୀର ଉଚ୍ଚ ପ୍ରଶଂସା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ମେଳା ନାରୀ ଶକ୍ତିର ବିକାଶ ଓ ସମୃଦ୍ଧିର ପ୍ରତୀକ। ଓଡ଼ିଶାର ମା’ ଭଉଣୀମାନେ ନିରନ୍ତର ପରିଶ୍ରମ କରିବା ସହ ସଫଳ ହେବା ପାଇଁ ଚେଷ୍ଟା କଲେ, ୨୦୩୬ ପୂର୍ବରୁ ଆମେ ବିକଶିତ ଓଡ଼ିଶା ଗଠନ କରିବାରେ ସକ୍ଷମ ହୋଇପାରିବା। କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇଥିଲେ। ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିବାବେଳେ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ। ମେଳାରେ ୭୦୦ରୁ ଅଧିକ ଏସ୍‌ଏଚ୍‌ଜି ୩୦୦ରୁ ଅଧିକ ଷ୍ଟଲରେ ୨୦୦ରୁ ଅଧିକ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି। ମାର୍ଚ୍ଚ ୨ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri