ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମସ୍ତ ବିଧାୟକଙ୍କୁ ମିଳିବ ନୂଆ କାର୍‌ ସହ…

ଚେନ୍ନାଇ,୧୯ା୮: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ବିଧାନସଭାରେ ବିଧାୟକ ଏବଂ ଜନସାଧାରଣଙ୍କ ସମ୍ପର୍କରେ ଅନେକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ବିଧାୟକ ସରକାରୀ ଗାଡ଼ି ଏବଂ ଜନଅଭିଯୋଗର ସମାଧାନ କରିବା, ସରକାରୀ ଯୋଜନା ତଦାରଖ କରିବା ଏବଂ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ମାସିକ ଭତ୍ତା ପାଇବେ। ସେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବୀମା ଯୋଜନାର ବାର୍ଷିକ କଭରେଜ ସୀମା ୫ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ପ୍ରତ୍ୟେକ ବିଧାୟକଙ୍କୁ ନୂଆ କାର୍‌ ସହ ମାସିକ ୭୫ ହଜାର ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ଡ୍ରାଇଭରଙ୍କ ଦରମା ସହ କାର୍‌ ବାବଦ ଅନ୍ୟ ଖର୍ଚ୍ଚ ପାଇଁ ୭୫ ହଜାର ଟଙ୍କା ଭତ୍ତା ବି ମିଳିବ। ନିଜ ନିର୍ବାଚନମଣ୍ଡଳୀ ବୁଲି ଲୋକଙ୍କ ସମସ୍ୟା ବୁଝିବାକୁ ବିଜୟ ଏହି ବଡ଼ ଘୋଷଣା କରିଛନ୍ତି।

Dharitri – Odisha’s No.1 Odia Daily

Share