ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପାରାଦୀପରେ ହେବ ବିମାନବନ୍ଦର

ପାରାଦୀପ,୫।୧୧(ଶରତ ରାଉତ):ଜଗତ୍‌ସିଂହପୁର ଜିଲା ତଥା ପାରାଦୀପରେ ଲକ୍ଷେ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି ଗତବର୍ଷ କଳିଙ୍ଗ ବାଲିଯାତ୍ରାରେ କୁହାଯାଇଥିଲା। ମାତ୍ର ବର୍ଷକ ମଧ୍ୟରେ ରାଜ୍ୟ ସରକାର ଲକ୍ଷେ ୪୫ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କେବଳ ପାରାଦୀପରେ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ସାରେ ପାରାଦୀପରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟନ କରିବା ଅବସରରେ ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ପାରାଦୀପରେ ଏକ ଏୟାରପୋର୍ଟ କରିବା ପାଇଁ ସରକାର ଏବେ ଯାଞ୍ଚ କରୁଛନ୍ତି। ଖୁବଶୀଘ୍ର ଏହି ଏୟାରପୋର୍ଟ ପାଇଁ ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ରେ ଘୋଷଣା କରିଥିଲେ ଯେ, ପାରାଦୀପ ହେବ ପୂର୍ବ ଭାରତର ବିକାଶ ପଥ। ଏବେ ତାହା ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ଶିଳ୍ପ କରିଡର ପାଇଁ ଆବଶ୍ୟକ ଭିତ୍ତିଭୂମି ରାସ୍ତା, ରେଳପଥ, ବନ୍ଦର, ଏୟାରପୋର୍ଟ ଆଦି କାମ ଚାଲିଛି। ଓଡ଼ିଶାର ପ୍ରଥମ ୮ ଲେନ ରାସ୍ତା ପାରାଦୀପଠାରୁ ବଡ଼ବିଲ ପର୍ଯ୍ୟନ୍ତ କାମ ଚାଲିଛି। ଏଥିସହ ୪ଟି ନୂଆ ପ୍ରକଳ୍ପ ପାଇଁ ସଦ୍ୟ ବୁଝାମଣାପତ୍ର (ଏମ୍‌ଓୟୁ)ସରିଛି। ସେଗୁଡିକ ହେଲା ଗଞ୍ଜାମ ଜିଲାର ବାହୁଦା ବନ୍ଦର, କେନ୍ଦ୍ରାପଡା ଜିଲା ମହାନଦୀ ମୁହାଣ ପାଖରେ ଜାହାଜ ନିର୍ମାଣ କାରଖାନା, ପୁରୀରେ କ୍ରୁଜ ଟର୍ମିନାଲ ଓ ସବୁଜ ହାଇଡ୍ରୋଜେନ ପ୍ରକଳ୍ପ। ଭୁବନେଶ୍ୱରରେ ଚିପ୍‌ (କମ୍ପ୍ୟୁଟରରେ ବ୍ୟବହୃତ ସାମଗ୍ରୀ)ନିର୍ମାଣ ପାଇଁ ମଧ୍ୟ ଏମ୍‌ଓୟୁ ହୋଇ ସାରିଛି। ଏହା କାର୍ଯ୍ୟକାରୀ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଚିପଠାରୁ ଶିପ୍‌ ନିର୍ମାଣ କାର୍ଯ୍ୟ ଏହି ଓଡ଼ିଶାରୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାର ୧୬ ମାସ ମଧ୍ୟରେ ୨୧ ପ୍ରତିଶ୍ରୁତିରୁ ୧୧ଟି କାର୍ଯ୍ୟକାରୀ କରିସାରିଲେଣି। ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକଶିତ ଓଡ଼ିଶା ଲକ୍ଷ୍ୟ କରାଯାଇଛି। ଏହି ଦିଶା ଓ ଦଶାକୁ ଆମ ସରକାର ସଫଳ କରିବା ପାଇଁ ଅନବରତ ଚେଷ୍ଟା କରୁଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ। କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜଗତସିଂହପୁର ଜିଲାପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ଏମ୍‌ପି ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରାନ୍ଧ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

ପ୍ରତିରକ୍ଷା ବଜେଟ୍‌ରେ ରେକର୍ଡ ବୃଦ୍ଧି: ସେନା ଯେତିକି ମାଗିଥିଲା, ତାଠାରୁ ଅଧିକ ଦେଲେ ସରକାର

ନୂଆଦିଲ୍ଲୀ,୧।୨: ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଧରଣର ବ୍ୟୟବରାଦ ଘୋଷଣା କରିଛନ୍ତି ସରକାର। ‘ଅପରେସନ ସିନ୍ଦୂର’ ପରେ ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି…

Budget 2026: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍; ୪୦,୦୦୦ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ,୧।୨: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍। ସେମିକଣ୍ଡକ୍ଟର କ୍ଷେତ୍ରରେ ପାଲଟିବା ବିଶ୍ୱସ୍ତରୀୟ ଶକ୍ତି। ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଇଣ୍ଡିଆ ସେମିକଣ୍ଡକ୍ଟର…

Budget 2026: ସାଧାରଣ ଜନତାଙ୍କୁ କ’ଣ ମିଳିଲା? ଚାଷୀ, ଯୁବପିଢ଼ି ଓ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୬ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏଥିରେ ନିଆଯାଇଛି।…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

ବଜେଟ୍‌କୁ ନେଇ ଏହି ବଡ଼ କଥା କହିଦେଲେ ପ୍ରିୟଙ୍କା ଗାନ୍ଧୀ, ମୋର କୌଣସି…

ନୂଆଦିଲ୍ଲୀ,୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ଅର୍ଥାତ୍‌ ଫେବୃଆରୀ ୧ରେ ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ଲଗାତର…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri