ଛୁଟିଦିନରେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଟକାଉଛନ୍ତି ଅମଲା

ଭୁବନେଶ୍ୱର,୨।୧୨ (ରବିନାରାୟଣ ଜେନା):ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟରେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ଦିନରାତି ଏକ କରି ଦେଉଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀ ଛୁଟିଦିନଗଡ଼ିକରେ ମଧ୍ୟ ଲୋକସେବା ଭବନରେ ବସି କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିକାଶ ଭିଜନ-୨୦୩୬କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶନାମା ଜାରି କରୁଛନ୍ତି, ତାହା କାର୍ଯ୍ୟକାରୀବେଳେ କେତେକ କ୍ଷେତ୍ରରେ ଅମଲାଙ୍କ ସ୍ତରରେ ଅଟକି ଯାଉଛି। ଫଳରେ ସରକାରଙ୍କ ବିକାଶର ରଥ ଆଗକୁ ଗଡ଼ିପାରୁ ନ ଥିବା ଜଣାଯାଇଛି।
ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟଭାର ସମ୍ଭାଳିବା ପରେ ଓଡ଼ିଶାର ସାମୂହିକ ବିକାଶ ଲାଗି ଇତିମଧ୍ୟରେ ୬୪ଟି ବ୍ୟକ୍ତିଗତ ନିର୍ଦ୍ଦେଶନାମା ବିଭାଗୀୟ ସଚିବମାନଙ୍କୁ ପ୍ରଦାନ କଲେଣି। ଏହାବାଦ୍‌ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ୨୨୭ଟି ନିର୍ଦ୍ଦେଶନାମା ଅମଲାଙ୍କୁ ପ୍ରଦାନ କରିଛନ୍ତିି। ଏଠାରେ କେତୋଟି ଉଦାହରଣ ଦିଆଯାଇପାରେ ଯଥା, ସେଥିମଧ୍ୟରେ କେଉଁଠାରେ ମନ୍ତ୍ରୀଙ୍କୁ ‘ପ୍ରହରୀ ମନ୍ତ୍ରୀ’ ଭାବେ ଜିଲାସ୍ତରରେ ଘୋଷଣା କରିବାକୁ ସରକାର ଲକ୍ଷ୍ୟ ରଖିଥିବାବେଳେ ଅନ୍ୟ କେଉଁଠାରେ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ କାର୍ଯ୍ୟକାରିତା, ଗୁଟ୍‌ଖାକୁ ସମ୍ପୂର୍ଣ୍ଣ ନିଷେଧ କରିବା, ପୁରୀ ମହାନଗର ନିଗମକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ମହାନଦୀ ମୁହାଁଣରେ ନୂତନ ବନ୍ଦର ନିର୍ମାଣ କରିବା ଭଳି ଶତାଧିକ ବ୍ୟକ୍ତିଗତ ନୋଟ୍‌ଶିଟ୍‌ ପ୍ରଦାନ କଲେଣି। ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିର୍ଦ୍ଦେଶନାମା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ପରେ ମଙ୍ଗଳବାର ଏହାର ସଚିବସ୍ତରୀୟ ସମୀକ୍ଷା ବୈଠକ କରାଯିବାକୁ ରହିଛି।
ଏ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ନିର୍ଦ୍ଦେଶକ(ଇ) ସୁଧାପ୍ରିୟା ଦାସ ସମସ୍ତ ବିଭାଗୀୟ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଉକ୍ତ ପତ୍ରର ଅବିକଳ ନକଲ ଛପା ଯାଇଛି। ସେ ଦର୍ଶାଇଛନ୍ତି, ମୁଖ୍ୟଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନ ୧୨ଟା ୩୦ମିନିଟ୍‌ରେ ଲୋକସେବାଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସେଥିରେ ପ୍ରଥମରେ ରହିଛି, ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ‘ୟୁଓଆଇ-ନୋଟ୍‌ଶିଟ୍‌’। ଏହା କେତେଦୂର ବିଭାଗୀୟ ସଚିବମାନେ କାର୍ଯ୍ୟକାରୀ କରିଛନ୍ତି ତାହାକୁ ତନ୍ନତନ୍ନ କରି ସମୀକ୍ଷା କରାଯିବ। ତଥ୍ୟ ଅନୁଯାୟୀ,ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ୬୪ଟି ବ୍ୟକ୍ତିଗତ ନୋଟ୍‌ଶିଟ୍‌ର କାର୍ଯ୍ୟକାରିତା ଓ ୨୨୭ଟି ପ୍ରକଳ୍ପ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମାର ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। କେଉଁ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ କେତେଦୂର ଅନୁପାଳନ କରିଛନ୍ତି ତାହାର ସମୀକ୍ଷା କରାଯିବ। ଏହାପରେ ଜିଲାସ୍ତରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତାର ସମୀକ୍ଷା ସାଙ୍ଗକୁ କର୍ମଚାରୀଙ୍କ ‘ଓ୍ବାର୍କ ପାସ୍‌ ବୁକ୍‌’ କାର୍ଯ୍ୟକ୍ରମ କେତେଦୂର ଗଲା ତାହାର ମଧ୍ୟ ଆଲୋଚନା ହେବ। ଏହି ଅବସରରେ ବିଭାଗୀୟ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାର ଆକ୍ସନ ଟେକେନ ରିପୋର୍ଟ(ଏଟିଆର୍‌) ମଧ୍ୟ ସାଙ୍ଗରେ ଆଣିବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଇ ସରକାର ରାଜଭବନକୁ ଏବେ ଲୋକଭବନରେ ପରିଣତ କରିଛନ୍ତି। ଲୋକଙ୍କ କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବୈଠକରେ ଗୁରୁତ୍ୱ ଦେଉଛନ୍ତି। ଏପରି କି ପ୍ରତିମାସରେ ଅନ୍ତତଃ ଥରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଗୁହାରି ଶୁଣି ତା’ର ତ୍ୱରିତ୍‌ ସମାଧାନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ବିଳମ୍ବିତ କରାଇବାରେ ଅନେକ ପ୍ରଚେଷ୍ଟା ଲାଗି ରହିଥିବା ଭଳି ପ୍ରତୀୟମାନ ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?