ଛୁଟିଦିନରେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଟକାଉଛନ୍ତି ଅମଲା

ଭୁବନେଶ୍ୱର,୨।୧୨ (ରବିନାରାୟଣ ଜେନା):ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟରେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ଦିନରାତି ଏକ କରି ଦେଉଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀ ଛୁଟିଦିନଗଡ଼ିକରେ ମଧ୍ୟ ଲୋକସେବା ଭବନରେ ବସି କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିକାଶ ଭିଜନ-୨୦୩୬କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶନାମା ଜାରି କରୁଛନ୍ତି, ତାହା କାର୍ଯ୍ୟକାରୀବେଳେ କେତେକ କ୍ଷେତ୍ରରେ ଅମଲାଙ୍କ ସ୍ତରରେ ଅଟକି ଯାଉଛି। ଫଳରେ ସରକାରଙ୍କ ବିକାଶର ରଥ ଆଗକୁ ଗଡ଼ିପାରୁ ନ ଥିବା ଜଣାଯାଇଛି।
ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟଭାର ସମ୍ଭାଳିବା ପରେ ଓଡ଼ିଶାର ସାମୂହିକ ବିକାଶ ଲାଗି ଇତିମଧ୍ୟରେ ୬୪ଟି ବ୍ୟକ୍ତିଗତ ନିର୍ଦ୍ଦେଶନାମା ବିଭାଗୀୟ ସଚିବମାନଙ୍କୁ ପ୍ରଦାନ କଲେଣି। ଏହାବାଦ୍‌ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ୨୨୭ଟି ନିର୍ଦ୍ଦେଶନାମା ଅମଲାଙ୍କୁ ପ୍ରଦାନ କରିଛନ୍ତିି। ଏଠାରେ କେତୋଟି ଉଦାହରଣ ଦିଆଯାଇପାରେ ଯଥା, ସେଥିମଧ୍ୟରେ କେଉଁଠାରେ ମନ୍ତ୍ରୀଙ୍କୁ ‘ପ୍ରହରୀ ମନ୍ତ୍ରୀ’ ଭାବେ ଜିଲାସ୍ତରରେ ଘୋଷଣା କରିବାକୁ ସରକାର ଲକ୍ଷ୍ୟ ରଖିଥିବାବେଳେ ଅନ୍ୟ କେଉଁଠାରେ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ କାର୍ଯ୍ୟକାରିତା, ଗୁଟ୍‌ଖାକୁ ସମ୍ପୂର୍ଣ୍ଣ ନିଷେଧ କରିବା, ପୁରୀ ମହାନଗର ନିଗମକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ମହାନଦୀ ମୁହାଁଣରେ ନୂତନ ବନ୍ଦର ନିର୍ମାଣ କରିବା ଭଳି ଶତାଧିକ ବ୍ୟକ୍ତିଗତ ନୋଟ୍‌ଶିଟ୍‌ ପ୍ରଦାନ କଲେଣି। ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିର୍ଦ୍ଦେଶନାମା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ପରେ ମଙ୍ଗଳବାର ଏହାର ସଚିବସ୍ତରୀୟ ସମୀକ୍ଷା ବୈଠକ କରାଯିବାକୁ ରହିଛି।
ଏ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ନିର୍ଦ୍ଦେଶକ(ଇ) ସୁଧାପ୍ରିୟା ଦାସ ସମସ୍ତ ବିଭାଗୀୟ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଉକ୍ତ ପତ୍ରର ଅବିକଳ ନକଲ ଛପା ଯାଇଛି। ସେ ଦର୍ଶାଇଛନ୍ତି, ମୁଖ୍ୟଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନ ୧୨ଟା ୩୦ମିନିଟ୍‌ରେ ଲୋକସେବାଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସେଥିରେ ପ୍ରଥମରେ ରହିଛି, ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ‘ୟୁଓଆଇ-ନୋଟ୍‌ଶିଟ୍‌’। ଏହା କେତେଦୂର ବିଭାଗୀୟ ସଚିବମାନେ କାର୍ଯ୍ୟକାରୀ କରିଛନ୍ତି ତାହାକୁ ତନ୍ନତନ୍ନ କରି ସମୀକ୍ଷା କରାଯିବ। ତଥ୍ୟ ଅନୁଯାୟୀ,ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ୬୪ଟି ବ୍ୟକ୍ତିଗତ ନୋଟ୍‌ଶିଟ୍‌ର କାର୍ଯ୍ୟକାରିତା ଓ ୨୨୭ଟି ପ୍ରକଳ୍ପ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମାର ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। କେଉଁ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ କେତେଦୂର ଅନୁପାଳନ କରିଛନ୍ତି ତାହାର ସମୀକ୍ଷା କରାଯିବ। ଏହାପରେ ଜିଲାସ୍ତରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତାର ସମୀକ୍ଷା ସାଙ୍ଗକୁ କର୍ମଚାରୀଙ୍କ ‘ଓ୍ବାର୍କ ପାସ୍‌ ବୁକ୍‌’ କାର୍ଯ୍ୟକ୍ରମ କେତେଦୂର ଗଲା ତାହାର ମଧ୍ୟ ଆଲୋଚନା ହେବ। ଏହି ଅବସରରେ ବିଭାଗୀୟ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାର ଆକ୍ସନ ଟେକେନ ରିପୋର୍ଟ(ଏଟିଆର୍‌) ମଧ୍ୟ ସାଙ୍ଗରେ ଆଣିବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଇ ସରକାର ରାଜଭବନକୁ ଏବେ ଲୋକଭବନରେ ପରିଣତ କରିଛନ୍ତି। ଲୋକଙ୍କ କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବୈଠକରେ ଗୁରୁତ୍ୱ ଦେଉଛନ୍ତି। ଏପରି କି ପ୍ରତିମାସରେ ଅନ୍ତତଃ ଥରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଗୁହାରି ଶୁଣି ତା’ର ତ୍ୱରିତ୍‌ ସମାଧାନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ବିଳମ୍ବିତ କରାଇବାରେ ଅନେକ ପ୍ରଚେଷ୍ଟା ଲାଗି ରହିଥିବା ଭଳି ପ୍ରତୀୟମାନ ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri