Posted inଜାତୀୟ

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଢିଲା ଅଡ଼ୁଆ: ମାମଲା ରୁଜୁ କଲା ଇଡି

ବେଙ୍ଗାଲୁରୁ,୩୦।୯: ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ(ଏମ୍‌ୟୁଡିଏ) ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସମସ୍ୟା ବୃଦ୍ଧି ପାଇଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଲୋକାୟୁକ୍ତଙ୍କ ଏଫଆଇଆର ବିଷୟରେ ତଦାରଖ କରି ସିଦ୍ଦରମୈୟାଙ୍କ ବିରୋଧରେ ଟଙ୍କା ହେରଫେର ମାମଲା ରୁଜୁ କରିଛି। ଗତ ସପ୍ତାହରେ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତ ଲୋକାୟୁକ୍ତ ପୋଲିସକୁ ସିଦ୍ଦରମୈୟାଙ୍କୁ ଏହି ମାମଲାରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ସପ୍ତାହରେ ସିଦ୍ଦରମୈୟା କହିଥିଲେ, ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ ମାମଲାରେ ବିରୋଧୀ ତାଙ୍କୁ ଟାର୍ଗେଟ କରୁଛନ୍ତି। କାରଣ ସେମାନେ ତାଙ୍କୁ ଭୟ କରୁଛନ୍ତି। ଏହା ମଧ୍ୟ ତାଙ୍କ ବିରୋଧରେ ଏକ ରାଜନୈତିକ ମାମଲା ବୋଲି ସେ କହିଛନ୍ତି। ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ମଧ୍ୟ ସେ ଇସ୍ତଫା ଦେବେ ନାହିଁ, କାରଣ ସେ କୌଣସି ଭୁଲ କରିନାହାଁନ୍ତି ଏବଂ ସେ ଆଇନଗତ ଭାବେ ମାମଲା ରୁଜୁ କରିବେ ବୋଳି ସେ ସ୍ପଷ୍ଟ କରିଥିଲେ।

ସହରାଞ୍ଚଳ ବିକାଶ ସମୟରେ ଜମି ହରାଇଥିବା ଲୋକଙ୍କ ପାଇଁ ଏମ୍‌ୟୁଡିଏ ଏକ ଯୋଜନା ପ୍ରସ୍ତୁତ କକରାଯାଇଥିଲା। ୫୦:୫୦ ନାମକ ଏହି ଯୋଜନାରେ, ଯେଉଁମାନେ ଜମି ହରାଇଲେ, ସେମାନେ ବିକଶିତ ଜମିର ୫୦% ଅଧିକାର ପାଇଲେ। ଏହି ଯୋଜନା ୨୦୦୯ରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ କରାଯାଇଥିଲା। ୨୦୨୦ରେ ତତ୍କାଳୀନ ଭାଜପା ସରକାର ଦ୍ୱାରା ବନ୍ଦ ହୋଇଯାଇଥିଲା।

ସରକାର ଏହି ଯୋଜନା ବନ୍ଦ କରିବା ପରେ ମଧ୍ୟ ୫୦:୫୦ ଯୋଜନା ଅଧୀନରେ ଜମି ଅଧିଗ୍ରହଣ ଏବଂ ବଣ୍ଟନ ଜାରି ରଖିଥିଲେ। ସମଗ୍ର ବିବାଦ ଏହା ସହିତ ଜଡିତ। ଅଭିଯୋଗ ହୋଇଛି ଯେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଛି। ଅଭିଯୋଗ ହୋଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କର ୩ ଏକର ଏବଂ ୧୬ ଗୁଣ୍ଠ ଜମି ଏମ୍‌ୟୁଡିଏ ଅଧିଗ୍ରହଣ କରିଛି। ଏହାର ପ୍ରତିବଦଳରେ, ଏକ ଅପ୍ସାଲ ଅଞ୍ଚଳରେ ୧୪ଟି ସାଇଟ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri