Posted inଜାତୀୟ

ପ୍ରଥମଥର ପାଇଁ ୧ ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ସବୁ ବର୍ଗଙ୍କୁ ରଖିଛନ୍ତି ଧ୍ୟାନରେ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀର ଭାଜପା ସରକାର ମଙ୍ଗଳବାର ବିଧାନସଭାରେ ଏହାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଏକ ବିରାଟ ବୃଦ୍ଧି କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ବଜେଟ ଭାଷଣରେ ଅନେକ ବଡ଼ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ୨୦୨୫-୨୬ରେ ଦିଲ୍ଲୀର ବଜେଟ ୧ ଲକ୍ଷ କୋଟି ଟଙ୍କା ହେବ। ଯାହା ପୂର୍ବ ଆର୍ଥିକ ବର୍ଷ 2୨୦୨୪-୨୫ ତୁଳନାରେ ୩୧.୫ପ୍ରତିଶତ ଅଧିକ। ସୂଚନାଯୋଗ୍ୟ, ଏଥର ଭାଜପା ସରକାର ଦିଲ୍ଲୀ ବଜେଟର ଥିମ ‘ବିକଶିତ ଦିଲ୍ଲୀ’ ରଖିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶିତ ଭାଜପାର ଘୋଷଣାପତ୍ରର ଏକ ଝଲକ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଜେଟରେ ଦେଖିବାକୁ ମିଳିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ସରକାରଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିବା ସମୟରେ ଘୋଷଣା କରିଥିଲେ ଯେ ରାଜଧାନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନା ପରି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଜନା ସ୍କୁଲ ଖୋଲିବ। ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ସହିତ ଦିଲ୍ଲୀର ୧୦୦ଟି ସରକାରୀ ସ୍କୁଲରେ ଭାଷା ପ୍ରୟୋଗଶାଳା ଖୋଲିବାକୁ ଘୋଷଣା କରାଯାଇଛି। ଏହାକୁ ପୂର୍ବତନ ରାଷ୍ଟ୍ରପତି ମିଶାଇଲ ମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ନାମରେ ନାମିତ କରାଯିବ। ଏଥିପାଇଁ ସରକାର ୨୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।
ଏଗୁଡ଼ିକ ବ୍ୟତୀତ, ଭାଜପା ସରକାର ବଜେଟ ଭାଷଣରେ ୧୭୫ଟି ନୂତନ କମ୍ପ୍ୟୁଟର ଲ୍ୟାବ ଏବଂ ସ୍ମାର୍ଟ କ୍ଲାସ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ଯାହା ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ଦିଆଯିବ। ସେହି ସମୟରେ, ମାଗଣା ଲାପଟପ ଯୋଜନାରେ ରାଜଧାନୀର ୧୨୦୦ ପିଲାଙ୍କୁ ଲାପଟପ ଦିଆଯିବ। ଦଶମ ପାସ କରି ଏକାଦଶକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଲାପଟପ ଦିଆଯିବ। ଏଥିପାଇଁ ୭.୫୦ କୋଟି ଟଙ୍କାର ବଜେଟ ଦିଆଯାଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଜେଟରେ ଘୋଷଣା କରିଥିଲେ ଯେ ବିଶ୍ୱବିଦ୍ୟାଳୟ ପାଇଁ ୬୧୮କୋଟି ଟଙ୍କା ରଖାଯିବ। ନରେଲାରେ ଏକ ଶିକ୍ଷା କେନ୍ଦ୍ର ନିର୍ମାଣ କରାଯିବ। ଏଥିପାଇଁ ୫୦୦ କୋଟି ଟଙ୍କା ରଖାଯାଇଛି। ଏହା ବ୍ୟତୀତ ଦିଲ୍ଲୀରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଡଙ୍ଗା ପର୍ଯ୍ୟଟନ ଏବଂ ବ୍ରାଣ୍ଡିଂ ପାଇଁ ୧୧୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହା ସହିତ, ପ୍ରଥମ ଥର ପାଇଁ, ଦିଲ୍ଲୀରେ ଏକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ଘୋଷଣା କରାଯାଇଥିଲା। ଏଥିପାଇଁ ୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ପ୍ରତିଭା ଖୋଜା ଯୋଜନା ଆରମ୍ଭ ହେବ। ଏଥିପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

– ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ, ଦିଲ୍ଲୀବାସୀଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଘୋଷଣା କରାଯାଇଛି। ଏଥିରେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ଏବଂ ଦିଲ୍ଲୀ ସରକାର ୫ ଲକ୍ଷ ଟଙ୍କା ଦେବେ। ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ୨୧୪୪ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯାଇଛି।
– ଦିଲ୍ଲୀରେ ଯମୁନା ସଫା କରିବା ଏବଂ ସଫା ନର୍ଦ୍ଦମା ପାଣି ପାଇଁ ୯୦୦୦କୋଟି ଟଙ୍କାର ବଜେଟ ଦିଆଯାଇଛି। ଡ୍ରେନର ମଇଳା ପାଣି ଯମୁନା ନଦୀରେ ନ ପଡ଼ିବା ପାଇଁ ୫୦୦ କୋଟି ଟଙ୍କା ବ୍ୟୟରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ କାମ କରାଯିବ।
– ମହିଳା ସମୃଦ୍ଧି ଯୋଜନା ପାଇଁ ୫୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ୨୧୦କୋଟି ଟଙ୍କାର ବଜେଟ ଦିଆଯାଇଛି। ଏହି ଯୋଜନା ଅଧୀନରେ ଗର୍ଭବତୀ ମହିଳାଙ୍କୁ ୨୧ ହଜାର ଟଙ୍କା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri