Posted inଜାତୀୟ

ପ୍ରଥମଥର ପାଇଁ ୧ ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ସବୁ ବର୍ଗଙ୍କୁ ରଖିଛନ୍ତି ଧ୍ୟାନରେ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀର ଭାଜପା ସରକାର ମଙ୍ଗଳବାର ବିଧାନସଭାରେ ଏହାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଏକ ବିରାଟ ବୃଦ୍ଧି କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ବଜେଟ ଭାଷଣରେ ଅନେକ ବଡ଼ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ୨୦୨୫-୨୬ରେ ଦିଲ୍ଲୀର ବଜେଟ ୧ ଲକ୍ଷ କୋଟି ଟଙ୍କା ହେବ। ଯାହା ପୂର୍ବ ଆର୍ଥିକ ବର୍ଷ 2୨୦୨୪-୨୫ ତୁଳନାରେ ୩୧.୫ପ୍ରତିଶତ ଅଧିକ। ସୂଚନାଯୋଗ୍ୟ, ଏଥର ଭାଜପା ସରକାର ଦିଲ୍ଲୀ ବଜେଟର ଥିମ ‘ବିକଶିତ ଦିଲ୍ଲୀ’ ରଖିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶିତ ଭାଜପାର ଘୋଷଣାପତ୍ରର ଏକ ଝଲକ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଜେଟରେ ଦେଖିବାକୁ ମିଳିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ସରକାରଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିବା ସମୟରେ ଘୋଷଣା କରିଥିଲେ ଯେ ରାଜଧାନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନା ପରି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଜନା ସ୍କୁଲ ଖୋଲିବ। ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ସହିତ ଦିଲ୍ଲୀର ୧୦୦ଟି ସରକାରୀ ସ୍କୁଲରେ ଭାଷା ପ୍ରୟୋଗଶାଳା ଖୋଲିବାକୁ ଘୋଷଣା କରାଯାଇଛି। ଏହାକୁ ପୂର୍ବତନ ରାଷ୍ଟ୍ରପତି ମିଶାଇଲ ମ୍ୟାନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ନାମରେ ନାମିତ କରାଯିବ। ଏଥିପାଇଁ ସରକାର ୨୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।
ଏଗୁଡ଼ିକ ବ୍ୟତୀତ, ଭାଜପା ସରକାର ବଜେଟ ଭାଷଣରେ ୧୭୫ଟି ନୂତନ କମ୍ପ୍ୟୁଟର ଲ୍ୟାବ ଏବଂ ସ୍ମାର୍ଟ କ୍ଲାସ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ଯାହା ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ଦିଆଯିବ। ସେହି ସମୟରେ, ମାଗଣା ଲାପଟପ ଯୋଜନାରେ ରାଜଧାନୀର ୧୨୦୦ ପିଲାଙ୍କୁ ଲାପଟପ ଦିଆଯିବ। ଦଶମ ପାସ କରି ଏକାଦଶକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଲାପଟପ ଦିଆଯିବ। ଏଥିପାଇଁ ୭.୫୦ କୋଟି ଟଙ୍କାର ବଜେଟ ଦିଆଯାଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଜେଟରେ ଘୋଷଣା କରିଥିଲେ ଯେ ବିଶ୍ୱବିଦ୍ୟାଳୟ ପାଇଁ ୬୧୮କୋଟି ଟଙ୍କା ରଖାଯିବ। ନରେଲାରେ ଏକ ଶିକ୍ଷା କେନ୍ଦ୍ର ନିର୍ମାଣ କରାଯିବ। ଏଥିପାଇଁ ୫୦୦ କୋଟି ଟଙ୍କା ରଖାଯାଇଛି। ଏହା ବ୍ୟତୀତ ଦିଲ୍ଲୀରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଡଙ୍ଗା ପର୍ଯ୍ୟଟନ ଏବଂ ବ୍ରାଣ୍ଡିଂ ପାଇଁ ୧୧୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହା ସହିତ, ପ୍ରଥମ ଥର ପାଇଁ, ଦିଲ୍ଲୀରେ ଏକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ଘୋଷଣା କରାଯାଇଥିଲା। ଏଥିପାଇଁ ୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ପ୍ରତିଭା ଖୋଜା ଯୋଜନା ଆରମ୍ଭ ହେବ। ଏଥିପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

– ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ, ଦିଲ୍ଲୀବାସୀଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଘୋଷଣା କରାଯାଇଛି। ଏଥିରେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ଏବଂ ଦିଲ୍ଲୀ ସରକାର ୫ ଲକ୍ଷ ଟଙ୍କା ଦେବେ। ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ୨୧୪୪ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯାଇଛି।
– ଦିଲ୍ଲୀରେ ଯମୁନା ସଫା କରିବା ଏବଂ ସଫା ନର୍ଦ୍ଦମା ପାଣି ପାଇଁ ୯୦୦୦କୋଟି ଟଙ୍କାର ବଜେଟ ଦିଆଯାଇଛି। ଡ୍ରେନର ମଇଳା ପାଣି ଯମୁନା ନଦୀରେ ନ ପଡ଼ିବା ପାଇଁ ୫୦୦ କୋଟି ଟଙ୍କା ବ୍ୟୟରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉପରେ କାମ କରାଯିବ।
– ମହିଳା ସମୃଦ୍ଧି ଯୋଜନା ପାଇଁ ୫୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ୨୧୦କୋଟି ଟଙ୍କାର ବଜେଟ ଦିଆଯାଇଛି। ଏହି ଯୋଜନା ଅଧୀନରେ ଗର୍ଭବତୀ ମହିଳାଙ୍କୁ ୨୧ ହଜାର ଟଙ୍କା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ବିଶ୍ୱର ସବୁଠୁ ବଡ଼ ପରୀକ୍ଷା: ୫ମ ସ୍ଥାନରେ ଏନ୍‌ଇଇଟି ୟୁଜି

ନୂଆଦିଲ୍ଲୀ,୬।୧୦: ଭାରତର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି ୟୁଜି ବିଶ୍ୱର ସବୁଠାରୁ ବଡ଼ ପରୀକ୍ଷାଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଏସବିଆଇ ରିସର୍ଚ୍ଚର ଏକ ରିପୋର୍ଟ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?