ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୬: ଆଜି ଅର୍ଥାତ୍‌ ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି।  ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ଚଳିତ ବର୍ଷର ଥିମ୍ ହେଉଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଭାରତୀୟ ସଂସ୍କୃତି ଏବଂ ଯୋଗ ପରମ୍ପରାରୁ ସୃଷ୍ଟି ହୋଇଥିଲେ ମଧ୍ୟ ସେଥିପାଇଁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଏହା ଜଡିତ ନୁହେଁ। ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ବୁଦ୍ଧ କରୁଥିବା ଯୋଗ, ଆଜି ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି।

ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ‘ଯୋଗ’, ଯାହା କେବଳ ଦେଶ ଭିତରେ ସୀମିତ ହୋଇ ରହିଥିଲା। କିନ୍ତୁ, ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଜୀ ୨୦୧୪ ମେ’ ମାସରେ ଦାୟିତ୍ଵ ଗ୍ରହଣ କରିବାର ମାତ୍ର ଛ’ ମାସରେ ଯୋଗକୁ ସାରା ବିଶ୍ଵରେ ପରିଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲା। ଆଜି ପୃଥିବୀର ପ୍ରାୟ ସବୁ ଦେଶରେ ଲୋକେ ଆଗ୍ରହ ଏବଂ ଉତ୍ସାହର ସହିତ ଏହାକୁ ପାଳନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ତେବେ ଯୋଗ ଆମ ଶରୀର ପାଇଁ କେତେ ଉପକାରୀ ତାହା ଯଦି ଜଣେ ଠିକ୍‌ ଭାବରେ ହୃଦୟଙ୍ଗମ କରନ୍ତି, ତାହେଲେ ଏହି ଦିବସ ପାଳନ ସଫଳ ହୋଇପାରିବ। ଯୋଗ କରିବା ପୂର୍ବରୁ ଯଦି ଜଣେ ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅବଗତ ନୁହନ୍ତି, ତେବେ ଯୋଗ ଏକ୍ସପର୍ଟଙ୍କ ସହ ଏ ନେଇ ବିଶଦ ଭାବରେ ଆଲୋଚନା କରନ୍ତୁ। ଶାନ୍ତ ମନ ଏବଂ ଶାନ୍ତ ପରିବେଶରେ ଯୋଗ କଲେ ତାହାର ସୁଫଳ ଅଧିକ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର,୩।୩: ଇରାନ- ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା…

ସେମିଫାଇନାଲରେ ଭାରତ ଖେଳ ବିଗାଡ଼ି ପାରନ୍ତି ଏହି ୫ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୩।୩: ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତ ଦୁଇଥର ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ଅନେକ…

ହାସିସ୍‌ ତେଲ ଜବତ ପରେ ଚିତଲପଡ଼ା ଟାପୁରୁ ଶତାଧିକ କଡ଼କନାଥ, ଟର୍କି କୁକୁଡ଼ା ଉଭାନ

ନନ୍ଦପୁର,୩।୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଓ ପାଡୁଆ ପୋଲିସର ମିଳିତ ଚଢ଼ାଉରେ ନନ୍ଦପୁର ବ୍ଲକ ପରଜାବଡପଡ଼ା ପଞ୍ଚାୟତ ଜଳଘେରିରେ ଥିବା ଚିତଲପଡ଼ା ଟାପୁରେ ୧୮୦୦ ଲିଟର ଗଞ୍ଜେଇ…

ସୁଡ଼ଙ୍ଗରେ ଭରି ରହିଛି ଇରାନର ବିପୁଳ ଯୁଦ୍ଧାସ୍ତ୍ର

ତେହରାନ୍‌,୩ା୩: ଇରାନ ଗପ୍ତରେ ଏହାର ଭୂତଳ ଅସ୍ତ୍ର ଭଣ୍ଡାର ଏବଂ ସୁଡ଼ଙ୍ଗରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି। ସୋମବାର ଇରାନ ସେନା(ଆଇଆର୍‌ଜିସି) ପକ୍ଷରୁ ଏହାର ଏକ ଭିଡିଓ…

ଖାମେନେଇଙ୍କ ୨ ସମ୍ଭାବ୍ୟ ଉତ୍ତରାଧିକାରୀ ନିହତ: ଟ୍ରମ୍ପ୍‌

ତେହରାନ୍‌, ୩ା୩: ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣରେ ଶନିବାର ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିହତ ହୋଇଥିଲେ। ଏଥିସହିତ ସୁପ୍ରିମ ଲିଡରଙ୍କ ଉତ୍ତରାଧିକାରୀ…

ହୋର୍ମୁଜ୍‌ ଷ୍ଟ୍ରେଟ୍‌: ସର୍ବବୃହତ୍‌ ଏନର୍ଜି କରିଡର

ମୁମ୍ବାଇ ,୩ା୩: ଇରାନ-ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ଇରାନ ଓ ଓମାନ ମଝିରେ ରହିଥିବା ଏକ ସଂକୀର୍ଣ୍ଣ ସାମୁଦ୍ରିକ ପଥ ବା ପ୍ରଣାଳୀ ‘ହୋର୍ମୁଜ୍‌ ଷ୍ଟ୍ରେଟ୍‌’ର ବିଶେଷତ୍ୱ ଏବେ…

ଯୁଦ୍ଧକୁ ନେଇ ଆଶଙ୍କାରେ ନିବେଶକ, ୧୦୪୮ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୩ା୩: ଇରାନ-ଆମେରିକା ଯୁଦ୍ଧ ପଶ୍ଚିମ ଏସିଆ ସମେତ ବିଶ୍ୱ ସମୁଦାୟକୁ ପ୍ରଭାବିତ କରିଛି। ଗୋଟିଏ ପଟେ ଯୁଦ୍ଧବିରତି ପରିବର୍ତ୍ତେ ଆଗକୁ ଆହୁରି ଜଟିଳ ରୂପ ନେବା ଏବଂ…

ଟ୍ରକ୍‌ ଧକ୍କାରେ ଭାଙ୍ଗିଲା ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତି

ନୂଆପଡ଼ା,୩ା୩(ମକାରୁ ବେମାଲ):ନୂଆପଡ଼ା ସଦର ମହକୁମା ଏକତା ଛକଠାରେ ଥିବା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମଝିଙ୍କ ପ୍ରତିମୂର୍ତ୍ତି ସୋମବାର ଟ୍ରକ୍‌ ଧକ୍କାରେ ଭାଙ୍ଗିଯାଇଛି। ସୂଚନା ଅନୁଯାୟୀ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri