ଭୁବନେଶ୍ୱର,୧୩ା୭: ସମ୍ବଲପୁର ଜିଲା ରେଢ଼ାଖୋଲ ଫରେଷ୍ଟ ଡିଭିଜନର ନାକଟିଦେଉଳ ଅଞ୍ଚଳର ସରପାଲି ଗାଁରେ ଜଣେ ବ୍ୟକ୍ତିଙ୍କ ହୁକ ପକା ଘଟଣା ଯୋଗୁ ଆଜି ପ୍ରତ୍ୟୁଷରେ ଗୋଟିଏ ୫ ବର୍ଷର ମାଈ ହାତୀର ମୃତ୍ୟୁ ହୋଇଛି।
ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଉକ୍ତ ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ଓ କଠୋର ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ଘଟଣାର ତଦନ୍ତ ପାଇଁ ମୁଖ୍ୟ ବନ ସଂରକ୍ଷକ ମନୋଜ ନାୟାରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟି ଦେଉଳ ଅଭିମୁଖେ ଗସ୍ତ କରିଛନ୍ତି।
ଏହି ଘଟଣାରେ ସମ୍ପୃକ୍ତ ଅଞ୍ଚଳର ଉଚ୍ଚ ପଦସ୍ଥ ବନ ବିଭାଗ ଅଧିକାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି।


