ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୧୩।୮(ସୁନିତ୍‌ ମିଶ୍ର): ଭୁବନେଶ୍ୱର ଓ ପୁରୀ ପର୍ଯ୍ୟନ୍ତ ୬୦ କି.ମି. ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯିବ। ଏଥିଲାଗି ଆନୁମାନିକ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଚଣ୍ଡିଖୋଲ-ବଡ଼ବିଲ ପର୍ଯ୍ୟନ୍ତ ୨୦୦ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବ। ଏଥିପାଇଁ ଆନୁମାନିକ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଜାତୀୟ ରାଜପଥ ୨୬ ଅଧୀନରେ ଆସୁଥିବା କେସିଙ୍ଗାଠାରୁ ଜୁନାଗଡ଼ ପର୍ଯ୍ୟନ୍ତ ୪୬ କି.ମି. ରାସ୍ତାକୁ ୪ ଲେନ୍‌ ବିଶିଷ୍ଟ କରାଯିବା ସହ ଏଥିଲାଗି ହଜାରେ କୋଟି ଟଙ୍କା ବ୍ୟୟ କରାଯିବ। ଏନ୍‌ଏଚ୍‌-୫୭ ଅଧୀନରେ ଆସୁଥିବା ଖୋର୍ଦ୍ଧା-ନୟାଗଡ଼ ୫୭ କି.ମି. ରାସ୍ତାକୁ ୪ ଲେନ୍‌ ବିଶିଷ୍ଟ କରାଯିବ, ଯେଉଁଥିଲାଗି ୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ୧୫ ହଜାର କୋଟି ଟଙ୍କା ମୂଲ୍ୟର ଏହି ସମସ୍ତ ୪ ପ୍ରକଳ୍ପ ଉପରେ କେନ୍ଦ୍ର ସରକାର ସହମତି ଜଣାଇବା ସହ ଏଥିପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେହିପରି ସାରା ଓଡ଼ିଶାକୁ ଅଣ୍ଡାକୃତିର ରିଂ ରୋଡ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଏବଂ ଜାତୀୟ ରାଜପଥ(ଏନ୍‌ଏଚ୍‌) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ଉପରେ ନୂଆଦିଲ୍ଲୀସ୍ଥିତ ଭାରତମଣ୍ଡପମ ଠାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯୋଗଦେଇଛନ୍ତି। ଏଥିରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଓ ପୂର୍ତ୍ତ ସଚିବ ମଧ୍ୟ ଯୋଗଦେଇଛନ୍ତି। ଗଡକରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକ ଅବସରରେ ଓଡ଼ିଶା ସରକାରଙ୍କ ସହ ସମନ୍ବୟ ରକ୍ଷାକରି ଚାଲିଥିବା ପ୍ରକଳ୍ପଗୁଡିକୁ ତ୍ୱରାନ୍ବିତ କରାଯିବା ନେଇ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି, ରାସ୍ତା ନିର୍ମାଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ହୋଇଥିବାରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଜମି ଅଧିଗ୍ରହଣ ଭଳି ସମସ୍ୟା ଓ ନିର୍ମାଣ ସାମଗ୍ରୀର ଉପଲବ୍ଧତା ଶୀଘ୍ର ସମାଧାନ କରାଯିବ। ଉପରୋକ୍ତ ୪ ପ୍ରକଳ୍ପ ସମେତ ଜାତୀୟ ରାଜପଥ ୩୨୬ ଅଧୀନରେ ଆସୁଥିବା କୋରାପୁଟ-ପୋଡାମାରୀ ରାସ୍ତା ୨୪୬ କି.ମି.କୁ ୨ ଲେନ୍‌ ବିଶିଷ୍ଟ କରାଯିବ, ଯେଉଁଥିଲାଗି ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦ୍ରୀୟ ସଡ଼କ ଏବଂ ଭିତ୍ତିଭୂମି ପାଣ୍ଠି(ସିଆର୍‌ଆଇଏଫ୍‌) ଅଧୀନରେ ଚଳିତ ବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟ ସେତୁ ବନ୍ଧନ ଯୋଜନା ଅଧୀନରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଓଡ଼ିଶା ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କାର ଡିପିଆର୍‌ ଦାଖଲ କରାଯିବ। ବୈଠକରେ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ସହ ମୁଖ୍ୟମନ୍ତ୍ରୀ ୨୧,୬୫୦ କୋଟି ଟଙ୍କାର ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ କେନ୍ଦ୍ରମନ୍ତ୍ରୀ ଏହି ଅବସରରେ (ଅଟଳ ଏକ୍ସପ୍ରେସ୍‌ ଓ୍ବେ) ୯ ଜିଲା ଦେଇ ଯାଇଥିବା ମୋଟୁ ଠାରୁ ତିରିଙ୍ଗି ପର୍ଯ୍ୟନ୍ତ ୯୬୯ କି.ମି. ରାସ୍ତାର ଉନ୍ନତୀକରଣ କରାଯିବ। ୧୫ ହଜାର କୋଟି ଟଙ୍କା ବ୍ୟୟରେ ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ନିର୍ମାଣ କରାଯିବ। ଝାରସୁଗୁଡ଼ା-ବାଲେଶ୍ୱର ୩୮୩ କି.ମି. ରାସ୍ତା ପାଇଁ ୭୫୦୦ କୋଟି, ନୂଆପଡ଼ା-ଅସ୍ତରଙ୍ଗ ୪୯୧ କି.ମି. ରାସ୍ତା ପାଇଁ ୯୫୦୦ କୋଟି, ବୃନ୍ଦବାହାଲ୍‌-ଗୋପାଳପୁର ୩୫୭ କି.ମି. ରାସ୍ତା ପାଇଁ ୬୮୦୦ କୋଟି ଏବଂ ସମ୍ବଲପୁର-ସାତଭାୟା ୪୦୪ କି.ମି. ରାସ୍ତା ଲାଗି ୫୪୭୭ କୋଟି ଟଙ୍କା ଖର୍ଚ୍ଚ ହେବ। ଗ୍ରାଣ୍ଡ୍‌ ରିଂ ରୋଡ୍‌ ପ୍ରକଳ୍ପ ନିର୍ମାଣ ହେବ। ସେଥିରେ ବ୍ରହ୍ମପୁର-ଜୟପୁର ୨୮୭ କି.ମି. ରାସ୍ତା ଲାଗି ୯୦୦୦ କୋଟି, ଜୟପୁର-ରାଉରକେଲା ୬୮୩ କି.ମି. ରାସ୍ତା ଲାଗି ୨୫୦୦ କୋଟି, ରାଉରକେଲା-ଜଳେଶ୍ୱର ୩୯୧ କି.ମି. ରାସ୍ତା ଲାଗି ୨୨୦୦ କୋଟି ଏବଂ ଜଳେଶ୍ୱର-ବ୍ରହ୍ମପୁର ୪୪୨ କି.ମି. ରାସ୍ତା ଲାଗି କେନ୍ଦ୍ରମନ୍ତ୍ରୀ ସହମତି ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀ ମାଝୀ ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri