ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୧୩।୮(ସୁନିତ୍‌ ମିଶ୍ର): ଭୁବନେଶ୍ୱର ଓ ପୁରୀ ପର୍ଯ୍ୟନ୍ତ ୬୦ କି.ମି. ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯିବ। ଏଥିଲାଗି ଆନୁମାନିକ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଚଣ୍ଡିଖୋଲ-ବଡ଼ବିଲ ପର୍ଯ୍ୟନ୍ତ ୨୦୦ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବ। ଏଥିପାଇଁ ଆନୁମାନିକ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଜାତୀୟ ରାଜପଥ ୨୬ ଅଧୀନରେ ଆସୁଥିବା କେସିଙ୍ଗାଠାରୁ ଜୁନାଗଡ଼ ପର୍ଯ୍ୟନ୍ତ ୪୬ କି.ମି. ରାସ୍ତାକୁ ୪ ଲେନ୍‌ ବିଶିଷ୍ଟ କରାଯିବା ସହ ଏଥିଲାଗି ହଜାରେ କୋଟି ଟଙ୍କା ବ୍ୟୟ କରାଯିବ। ଏନ୍‌ଏଚ୍‌-୫୭ ଅଧୀନରେ ଆସୁଥିବା ଖୋର୍ଦ୍ଧା-ନୟାଗଡ଼ ୫୭ କି.ମି. ରାସ୍ତାକୁ ୪ ଲେନ୍‌ ବିଶିଷ୍ଟ କରାଯିବ, ଯେଉଁଥିଲାଗି ୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ୧୫ ହଜାର କୋଟି ଟଙ୍କା ମୂଲ୍ୟର ଏହି ସମସ୍ତ ୪ ପ୍ରକଳ୍ପ ଉପରେ କେନ୍ଦ୍ର ସରକାର ସହମତି ଜଣାଇବା ସହ ଏଥିପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେହିପରି ସାରା ଓଡ଼ିଶାକୁ ଅଣ୍ଡାକୃତିର ରିଂ ରୋଡ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଏବଂ ଜାତୀୟ ରାଜପଥ(ଏନ୍‌ଏଚ୍‌) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ଉପରେ ନୂଆଦିଲ୍ଲୀସ୍ଥିତ ଭାରତମଣ୍ଡପମ ଠାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯୋଗଦେଇଛନ୍ତି। ଏଥିରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଓ ପୂର୍ତ୍ତ ସଚିବ ମଧ୍ୟ ଯୋଗଦେଇଛନ୍ତି। ଗଡକରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକ ଅବସରରେ ଓଡ଼ିଶା ସରକାରଙ୍କ ସହ ସମନ୍ବୟ ରକ୍ଷାକରି ଚାଲିଥିବା ପ୍ରକଳ୍ପଗୁଡିକୁ ତ୍ୱରାନ୍ବିତ କରାଯିବା ନେଇ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି, ରାସ୍ତା ନିର୍ମାଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ହୋଇଥିବାରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଜମି ଅଧିଗ୍ରହଣ ଭଳି ସମସ୍ୟା ଓ ନିର୍ମାଣ ସାମଗ୍ରୀର ଉପଲବ୍ଧତା ଶୀଘ୍ର ସମାଧାନ କରାଯିବ। ଉପରୋକ୍ତ ୪ ପ୍ରକଳ୍ପ ସମେତ ଜାତୀୟ ରାଜପଥ ୩୨୬ ଅଧୀନରେ ଆସୁଥିବା କୋରାପୁଟ-ପୋଡାମାରୀ ରାସ୍ତା ୨୪୬ କି.ମି.କୁ ୨ ଲେନ୍‌ ବିଶିଷ୍ଟ କରାଯିବ, ଯେଉଁଥିଲାଗି ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। କେନ୍ଦ୍ରୀୟ ସଡ଼କ ଏବଂ ଭିତ୍ତିଭୂମି ପାଣ୍ଠି(ସିଆର୍‌ଆଇଏଫ୍‌) ଅଧୀନରେ ଚଳିତ ବର୍ଷ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟ ସେତୁ ବନ୍ଧନ ଯୋଜନା ଅଧୀନରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଓଡ଼ିଶା ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କାର ଡିପିଆର୍‌ ଦାଖଲ କରାଯିବ। ବୈଠକରେ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ସହ ମୁଖ୍ୟମନ୍ତ୍ରୀ ୨୧,୬୫୦ କୋଟି ଟଙ୍କାର ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ କେନ୍ଦ୍ରମନ୍ତ୍ରୀ ଏହି ଅବସରରେ (ଅଟଳ ଏକ୍ସପ୍ରେସ୍‌ ଓ୍ବେ) ୯ ଜିଲା ଦେଇ ଯାଇଥିବା ମୋଟୁ ଠାରୁ ତିରିଙ୍ଗି ପର୍ଯ୍ୟନ୍ତ ୯୬୯ କି.ମି. ରାସ୍ତାର ଉନ୍ନତୀକରଣ କରାଯିବ। ୧୫ ହଜାର କୋଟି ଟଙ୍କା ବ୍ୟୟରେ ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ନିର୍ମାଣ କରାଯିବ। ଝାରସୁଗୁଡ଼ା-ବାଲେଶ୍ୱର ୩୮୩ କି.ମି. ରାସ୍ତା ପାଇଁ ୭୫୦୦ କୋଟି, ନୂଆପଡ଼ା-ଅସ୍ତରଙ୍ଗ ୪୯୧ କି.ମି. ରାସ୍ତା ପାଇଁ ୯୫୦୦ କୋଟି, ବୃନ୍ଦବାହାଲ୍‌-ଗୋପାଳପୁର ୩୫୭ କି.ମି. ରାସ୍ତା ପାଇଁ ୬୮୦୦ କୋଟି ଏବଂ ସମ୍ବଲପୁର-ସାତଭାୟା ୪୦୪ କି.ମି. ରାସ୍ତା ଲାଗି ୫୪୭୭ କୋଟି ଟଙ୍କା ଖର୍ଚ୍ଚ ହେବ। ଗ୍ରାଣ୍ଡ୍‌ ରିଂ ରୋଡ୍‌ ପ୍ରକଳ୍ପ ନିର୍ମାଣ ହେବ। ସେଥିରେ ବ୍ରହ୍ମପୁର-ଜୟପୁର ୨୮୭ କି.ମି. ରାସ୍ତା ଲାଗି ୯୦୦୦ କୋଟି, ଜୟପୁର-ରାଉରକେଲା ୬୮୩ କି.ମି. ରାସ୍ତା ଲାଗି ୨୫୦୦ କୋଟି, ରାଉରକେଲା-ଜଳେଶ୍ୱର ୩୯୧ କି.ମି. ରାସ୍ତା ଲାଗି ୨୨୦୦ କୋଟି ଏବଂ ଜଳେଶ୍ୱର-ବ୍ରହ୍ମପୁର ୪୪୨ କି.ମି. ରାସ୍ତା ଲାଗି କେନ୍ଦ୍ରମନ୍ତ୍ରୀ ସହମତି ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀ ମାଝୀ ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?