ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ମୁମ୍ବାଇ ଗସ୍ତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣକ ପରେ ଜଣେ ବିଶିଷ୍ଟ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
ଓଡ଼ିଶାରେ ବ୍ୟବସାୟିକ ସୁଯୋଗର ସମ୍ଭାବନା ନେଇ ଶିଳ୍ପପତିମାନଙ୍କ ସହ ଆଲୋଚନା କରାଯାଇଛି। ଶିଳ୍ପ ପ୍ରତିନିଧିମାନେ ଓଡ଼ିଶାରେ ସେମାନଙ୍କ ଆଗାମୀ ନିବେଶ ଏବଂ ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ସଫଳତା ପରେ ନୂତନ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାସହ ରାଜ୍ୟକୁ ଆସୁଥିବା ନିବେଶଗୁଡ଼ିକୁ ଆବଶ୍ୟକ ସୁବିଧା ଏବଂ ସହାୟତା ସୁନିଶ୍ଚିତ କରାଯାଉଛି। ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିବା ସହ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୨୨ରେ ଯୋଗଦେଇଥିବା ଶିଳ୍ପପତିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ରୂପାନ୍ତରଣ ଯାତ୍ରାରେ ଭାରତର ଆର୍ଥିକ ହବ୍‌ ବମ୍ବେରୁ ଶିଳ୍ପପତିଙ୍କ ନିରନ୍ତର ଆଗ୍ରହ ପାଇଁ ଆମେ ଅପେକ୍ଷା ରଖୁଛୁ। ଦେଶର ଏକ ପ୍ରମୁଖ ଶିଳ୍ପ ହବ୍‌ ହେବା ପାଇଁ ଓଡ଼ିଶା ଏବେ ପ୍ରସ୍ତୁତ। ଆସନ୍ତୁ ଏଥିରେ ସାମିଲ ହେବା ବୋଲି ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ତଥା ଏମ୍‌ଡି ମୁକେଶ ଅମ୍ବାନୀ, ପ୍ରକ୍ଟର ଏଣ୍ଡ ଗାମ୍ବଲ ହାଇଜିନ ଏଣ୍ଡ ହେଲଥ୍‌ କେୟାର ଏମ୍‌ଡି (ଭାରତ ଏବଂ ଦକ୍ଷିଣ ଏସିଆ) ଏଲ୍‌.ଭି. ବୈଦ୍ୟନାଥନ, ଇଅନ୍‌ ଏକ୍ସଚେଞ୍ଜ ସିଏମ୍‌ଡି ରାଜେଶ ଶର୍ମା, କେମକୋ ଗ୍ରୁପ୍‌ ସିଏମ୍‌ଡି ରାମାୱତାର ସାରାଓଗୀ, କଲ୍ୟାଣୀ ଷ୍ଟିଲ୍ସ ଏମ୍‌ଡି ଆର.କେ. ଗୋଏଲ, ଆଇଜି ପେଟ୍ରୋକେମିକାଲ୍ସ ଏମ୍‌ଡି ଏବଂ ସିଇଓ ନିକୁଞ୍ଜ ଧାନୁକା, ଇଣ୍ଡୋ ରାମା ସିନ୍ଥେଟିକ୍ସ ଇଣ୍ଡିଆ ଏମ୍‌ଡି ଏବଂ ସିଇଓ ଏମ୍‌ଏନ୍‌ଏସ୍‌ ରାଓ, ଗୋଦରେଜ୍‌ ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୀରୋଜଶା ଗୋଦରେଜ୍‌, ଏନସିଙ୍ଗର ଇଣ୍ଡିଆ ଇଞ୍ଜିନିୟରିଂ ପ୍ଲାଷ୍ଟିକ୍‌ ମୁଖ୍ୟ ନିଖଲ ତିୱାରୀ ଏବଂ ଆଇଏସ୍‌ସିଏମ୍‌ଏ ସଭାପତି ବିନୟ ପାଟିଲଙ୍କ ବୈଠକ ଅନୁଷ୍ଠିତ ହୋଇଛି। ସେହିପରି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ୧୧ କମ୍ପାନୀର ପ୍ରତିନିଧି ଆଲୋଚନା କରିଛନ୍ତି। ଡାଲମିଆ ପଲିପ୍ରୋ ଇଣ୍ଡଷ୍ଟ୍ରିଜର ସିଏମ୍‌ଡି ଆଦିତ୍ୟ ଡାଲମିଆ ଏବଂ ପ୍ରତୀକ ଡାଲମିଆ, ହିଣ୍ଡାଲକୋର ଏମ୍‌ଡି ଏବଂ ସିଇଓ ସତୀଶ୍‌ ପାଇ, ଗୋପାଳପୁର ପୋର୍ଟର ହୋଲ-ଟିମ୍‌ ନିର୍ଦ୍ଦେଶକ ଏବଂ ସିଇଓ କ୍ୟାପଟେନ୍‌ ସନ୍ଦୀପ ଅଗ୍ରୱାଲ, ଓରିକନର ଇଡି ବି.କେ. ତୋସନୱାଲ, ଶେଙ୍ଗଲଙ୍ଗ ବାୟୋଟେକ୍‌ ଭିପି ଅମୀୟ ନାଥ, ଆର୍‌ଏସ୍‌ବି ଗ୍ଲୋବାଲର ନିଶିତ୍‌ ବେହେରା, ସିମିଟୋମୋ କେମିକାଲ୍ସର ଏସ୍‌ଭିପି କୁନାଲ ମିତ୍ତଲ, ମିଡିଆ ଗୁରୁର ବିଜ୍‌ନେସ୍‌ ଡାଇରେକ୍ଟର ଶୁଭାଶିଷ ମଜୁମଦାର, ସେଞ୍ଚୁରି ଟେକ୍ସଟାଇଲ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ ଏମ୍‌ଡି ଏବଂ ସିିଇଓ ଆର.କେ. ଡାଲମିଆ, ବିର୍ଲା ସେଲୁଲୋସ୍‌ ଯୁଗ୍ମ ସଭାପତି ଶ୍ୟାମଲାଲ ପଟ୍ଟନାୟକ, ସିଏଟ୍‌ ଲିମିଟେଡ୍‌ ଏମ୍‌ଡି ଅନନ୍ତ ଗୋଏଙ୍କା ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri