ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ମୁମ୍ବାଇ ଗସ୍ତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଣକ ପରେ ଜଣେ ବିଶିଷ୍ଟ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
ଓଡ଼ିଶାରେ ବ୍ୟବସାୟିକ ସୁଯୋଗର ସମ୍ଭାବନା ନେଇ ଶିଳ୍ପପତିମାନଙ୍କ ସହ ଆଲୋଚନା କରାଯାଇଛି। ଶିଳ୍ପ ପ୍ରତିନିଧିମାନେ ଓଡ଼ିଶାରେ ସେମାନଙ୍କ ଆଗାମୀ ନିବେଶ ଏବଂ ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ସଫଳତା ପରେ ନୂତନ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହାସହ ରାଜ୍ୟକୁ ଆସୁଥିବା ନିବେଶଗୁଡ଼ିକୁ ଆବଶ୍ୟକ ସୁବିଧା ଏବଂ ସହାୟତା ସୁନିଶ୍ଚିତ କରାଯାଉଛି। ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିବା ସହ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୨୨ରେ ଯୋଗଦେଇଥିବା ଶିଳ୍ପପତିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ରୂପାନ୍ତରଣ ଯାତ୍ରାରେ ଭାରତର ଆର୍ଥିକ ହବ୍‌ ବମ୍ବେରୁ ଶିଳ୍ପପତିଙ୍କ ନିରନ୍ତର ଆଗ୍ରହ ପାଇଁ ଆମେ ଅପେକ୍ଷା ରଖୁଛୁ। ଦେଶର ଏକ ପ୍ରମୁଖ ଶିଳ୍ପ ହବ୍‌ ହେବା ପାଇଁ ଓଡ଼ିଶା ଏବେ ପ୍ରସ୍ତୁତ। ଆସନ୍ତୁ ଏଥିରେ ସାମିଲ ହେବା ବୋଲି ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ତଥା ଏମ୍‌ଡି ମୁକେଶ ଅମ୍ବାନୀ, ପ୍ରକ୍ଟର ଏଣ୍ଡ ଗାମ୍ବଲ ହାଇଜିନ ଏଣ୍ଡ ହେଲଥ୍‌ କେୟାର ଏମ୍‌ଡି (ଭାରତ ଏବଂ ଦକ୍ଷିଣ ଏସିଆ) ଏଲ୍‌.ଭି. ବୈଦ୍ୟନାଥନ, ଇଅନ୍‌ ଏକ୍ସଚେଞ୍ଜ ସିଏମ୍‌ଡି ରାଜେଶ ଶର୍ମା, କେମକୋ ଗ୍ରୁପ୍‌ ସିଏମ୍‌ଡି ରାମାୱତାର ସାରାଓଗୀ, କଲ୍ୟାଣୀ ଷ୍ଟିଲ୍ସ ଏମ୍‌ଡି ଆର.କେ. ଗୋଏଲ, ଆଇଜି ପେଟ୍ରୋକେମିକାଲ୍ସ ଏମ୍‌ଡି ଏବଂ ସିଇଓ ନିକୁଞ୍ଜ ଧାନୁକା, ଇଣ୍ଡୋ ରାମା ସିନ୍ଥେଟିକ୍ସ ଇଣ୍ଡିଆ ଏମ୍‌ଡି ଏବଂ ସିଇଓ ଏମ୍‌ଏନ୍‌ଏସ୍‌ ରାଓ, ଗୋଦରେଜ୍‌ ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୀରୋଜଶା ଗୋଦରେଜ୍‌, ଏନସିଙ୍ଗର ଇଣ୍ଡିଆ ଇଞ୍ଜିନିୟରିଂ ପ୍ଲାଷ୍ଟିକ୍‌ ମୁଖ୍ୟ ନିଖଲ ତିୱାରୀ ଏବଂ ଆଇଏସ୍‌ସିଏମ୍‌ଏ ସଭାପତି ବିନୟ ପାଟିଲଙ୍କ ବୈଠକ ଅନୁଷ୍ଠିତ ହୋଇଛି। ସେହିପରି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ୧୧ କମ୍ପାନୀର ପ୍ରତିନିଧି ଆଲୋଚନା କରିଛନ୍ତି। ଡାଲମିଆ ପଲିପ୍ରୋ ଇଣ୍ଡଷ୍ଟ୍ରିଜର ସିଏମ୍‌ଡି ଆଦିତ୍ୟ ଡାଲମିଆ ଏବଂ ପ୍ରତୀକ ଡାଲମିଆ, ହିଣ୍ଡାଲକୋର ଏମ୍‌ଡି ଏବଂ ସିଇଓ ସତୀଶ୍‌ ପାଇ, ଗୋପାଳପୁର ପୋର୍ଟର ହୋଲ-ଟିମ୍‌ ନିର୍ଦ୍ଦେଶକ ଏବଂ ସିଇଓ କ୍ୟାପଟେନ୍‌ ସନ୍ଦୀପ ଅଗ୍ରୱାଲ, ଓରିକନର ଇଡି ବି.କେ. ତୋସନୱାଲ, ଶେଙ୍ଗଲଙ୍ଗ ବାୟୋଟେକ୍‌ ଭିପି ଅମୀୟ ନାଥ, ଆର୍‌ଏସ୍‌ବି ଗ୍ଲୋବାଲର ନିଶିତ୍‌ ବେହେରା, ସିମିଟୋମୋ କେମିକାଲ୍ସର ଏସ୍‌ଭିପି କୁନାଲ ମିତ୍ତଲ, ମିଡିଆ ଗୁରୁର ବିଜ୍‌ନେସ୍‌ ଡାଇରେକ୍ଟର ଶୁଭାଶିଷ ମଜୁମଦାର, ସେଞ୍ଚୁରି ଟେକ୍ସଟାଇଲ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ ଏମ୍‌ଡି ଏବଂ ସିିଇଓ ଆର.କେ. ଡାଲମିଆ, ବିର୍ଲା ସେଲୁଲୋସ୍‌ ଯୁଗ୍ମ ସଭାପତି ଶ୍ୟାମଲାଲ ପଟ୍ଟନାୟକ, ସିଏଟ୍‌ ଲିମିଟେଡ୍‌ ଏମ୍‌ଡି ଅନନ୍ତ ଗୋଏଙ୍କା ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri