Posted inଜାତୀୟ

‘ବସିଥିବା ଡାଳକୁ ହାଣୁଛନ୍ତି ଶାହା’

କୋଲକାତା,୧୭ା୪: ମୁର୍ଶିଦାବାଦରେ ଓ୍ବକ୍‌ଫ ଆଇନ ବିରୋଧୀ ହିଂସା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମମତା କହିଛନ୍ତି, ସଂଘୀୟ ସଂସ୍ଥାଗୁଡ଼ିକ ଭାଜପା ଏବଂ ଶାହାଙ୍କ ନିୟନ୍ତ୍ରଣରେ ରହିଛି। ସେମାନେ ବାଂଲାଦେଶରୁ ଆପରାଧିକ ତତ୍ତ୍ୱଙ୍କୁ ଭାରତରେ ଅନୁପ୍ରବେଶ କରାଇ ମୁର୍ଶିଦାବାଦରେ ହିଂସା ଭିଆଇବାକୁ ଅନୁମତି ଦେଇ ନିଜେ ବସିଥିବା ଡାଳକୁ ହାଣୁଛନ୍ତି।

ଓ୍ବକ୍‌ଫ ଆଇନ ବିରୋଧୀ ବିକ୍ଷୋଭ ବେଳେ ସମଶେରଗଞ୍ଜର ହରଗୋବିନ୍ଦ ଦାସ (୭୨), ତାଙ୍କ ପୁଅ ଚନ୍ଦନ ଦାସ (୪୦)ଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ହିଂସାମତ୍କ ବିକ୍ଷୋଭ ଚାଲିଥିବାବେଳେ ପୋଲିସ ଗୁଳିରେ ଏଜାଜ୍‌ ଅହମଦ (୨୫) ପ୍ରାଣ ହରାଇଥିଲେ। ନୂଆ ଓ୍ବକ୍‌ଫ ଆଇନ ଉପରେ ଧର୍ମୀୟ ନେତାଙ୍କ ସହ ଆଲୋଚନା ପାଇଁ ଉଦ୍ଦିଷ୍ଟ ଏକ ସଭାକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା କହିଛନ୍ତି, ଏକ ନ୍ୟୁଜ୍‌ ଏଜେନ୍ସିର ସୋସିଆଲ ମିଡିଆ ପୋଷ୍ଟକୁ ସେ ଦେଖିଛନ୍ତି। ବାଂଲାଦେଶରୁ ଆସିଥିବା ଲୋକେ ଏହି ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚିଥିବା ସେଥିରେ ଉଲ୍ଲେଖ କରାଯାଇଥିଲା। ସୀମା ଜଗିବା ତାଙ୍କ କାମ ନୁହେଁ। ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଦାୟିତ୍ୱ, ଯାହାକି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଛି। ସୀମା ସେପଟୁ ପଶ୍ଚିମବଙ୍ଗକୁ ଆସିବା ପାଇଁ କାହିଁକି ଦିଆଗଲା ବୋଲି ମମତା ପ୍ରଶ୍ନ କରିଛନ୍ତି।

ନାମ ନ ନେଇ ମମତା ଆହୁରି କହିଛନ୍ତି, ଆପଣ ଧ୍ରୁବୀକରଣ ଚାହାନ୍ତି। ହିନ୍ଦୁ ମୁସ୍‌ଲିମଙ୍କୁ ବିଭାଜିତ କରିବାକୁ ଚାହାନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଯେଉଁ ଡାଳରେ ବସିଛନ୍ତି, ସେହି ଡାଳକୁ ହାଣିଲେ ଆମକୁ ମୁହଁ ଖୋଲିବାକୁ ପଡ଼ିବ। ଶାହା ଦେଶର ସର୍ବାଧିକ କ୍ଷତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ୍ୟାମେଜ୍‌ କଣ୍ଟ୍ରୋଲ କରୁଛନ୍ତି। ଶାହାଙ୍କୁ ଦେଶର ସମସ୍ତ ସଂଘୀୟ ଏଜେନ୍ସିର ଦାୟିତ୍ୱ ଦିଆଯାଇଛି। ସେ ସବୁ ଯୋଜନା ମଧ୍ୟ କରିଥାଆନ୍ତି। ପଶ୍ଚିମବଙ୍ଗ ବାହାରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀ ଫେକ୍‌ ନ୍ୟୁଜ୍‌ ବିସ୍ତାର କରୁଛନ୍ତି। ଭାଜପା ସେମାନଙ୍କୁ ଟଙ୍କା ଦେଉଛି ବୋଲି ମମତା ସମାଲୋଚନା କରିଛନ୍ତି।

ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦାର ମୁର୍ଶିଦାବାଦ ହିଂସା ପ୍ରଭାବିତ ଲୋକଙ୍କ ସହ ପୋଲିସ ମହାନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଷଡ଼ଯନ୍ତ୍ର ରଚି ହିଂସା ଭିଆଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୁକାନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri