‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୯: ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗରେ ଶନିବାର ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ଅସ୍ମିତାର ପରିଚୟ ହେବ। ପ୍ରତି ମହିଳାଙ୍କ ସ୍ବପ୍ନ ପୂରଣ କରିବା ଆମ ସରକାରଙ୍କ ଲକ୍ଷ୍ୟ। ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ ହୋଇ ସୁଭଦ୍ରା ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ସୁଭଦ୍ରା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲିବ। ଧୈର୍ଯ୍ୟ ରଖନ୍ତୁ, ଖୁବ୍‌ଶୀଘ୍ର ସୁଭଦ୍ରା ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚିବ। ଏହାର କୌଣସି ସୀମା ନାହିଁ, ଶେଷ ହିତାଧିକାରୀ ଯାଏ ପଞ୍ଜୀକରଣ ଚାଲିବ। ଏଥିପାଇଁ ଗହଳି ନ କରି ଅପେକ୍ଷା କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଆପଣମାନେ ରାତି ଅନିଦ୍ରା ନ ହୋଇ ଗହଳି ନ କରି ଅପେକ୍ଷା କରନ୍ତୁ। ସୁଭଦ୍ରା ସଚେତନତା ରଥ ଆସନ୍ତା ୧୬ ତାରିଖ ଯାଏ ବୁଲି ସଚେତନତା ସୃଷ୍ଟି କରିବ। ରାଜ୍ୟବ୍ୟାପୀ ଗାଁଠୁ ସହର ପର୍ଯ୍ୟନ୍ତ ଏହି ସଚେତନତା ରଥ ବୁଲିବ। ବର୍ଷକୁ ୨ଟି କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ମିଳିବ। ଏହା ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri