Posted inଜାତୀୟ

ମୁଖ୍ୟମନ୍ତ୍ରୀ ବଛା ଚାଲିଛି, ୧୮ରେ ଶପଥ

ବେଙ୍ଗାଲୁରୁ,୧୫ା୫: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିଷ୍ପତ୍ତି ନେବେ। ନୂଆ ନେତା ଚୟନ ପାଇଁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ବସିଥିବା କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ବୈଠକ ଏଥିପାଇଁ ସର୍ବସମ୍ମତିକ୍ରମେ ଖାର୍ଗେଙ୍କୁ କ୍ଷମତା ପ୍ରଦାନ କରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଚୟନ ଚୂଡ଼ାନ୍ତ ହେବା ପୂର୍ବରୁ ଶପଥ ଗ୍ରହଣ ତାରିଖ ଘୋଷଣା କରାଯାଇଛି ।

୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭାର ୧୩୫ ଆସନ ଦଖଲ କରିବା ପରେ କଂଗ୍ରେସ ନିର୍ବାଚନରେ ଭାଜପାକୁ ପରାଜିତ କରିଛି। କିନ୍ତୁ ଦଳ ଭିତରେ ଆଉ ଏକ ଲଢ଼େଇ ଚାଲିଛି। ତାହା ହେଲା ମୁଖ୍ୟମନ୍ତ୍ରୀ ପଦକୁ ନେଇ। କର୍ନାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ଡି.କେ. ଶିବକୁମାର ଏବଂ ବିରୋଧୀ ଦଳ ନେତା ସିଦ୍ଦାରାମାୟାଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ଏକପ୍ରକାର ନିଶ୍ଚିତ। ନାମ ଚୂଡ଼ାନ୍ତ କରିବା ପାଇଁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହେଟେଲରେ ଆଲୋଚନା ହୋଇଛି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଯାହାଙ୍କ ନାମରେ ମୋହର ଦେବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ବୈଠକରେ ସଂକଳ୍ପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀମାନେ ଗୁରୁବାର ଶପଥ ନେବେ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ଗାନ୍ଧୀ ପରିବାର ଓ ଖାର୍ଗେ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ। କଂଗ୍ରେସ ସମସ୍ତ ସମଭାବାପନ୍ନ ଦଳକୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛି। କ୍ୟାବିନେଟର ଚୂଡ଼ାନ୍ତ ରୂପରେଖ ଦିନେ ଦୁଇଦିନ ମଧ୍ୟରେ ସାମ୍ନାକୁ ଆସିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି।
ସୂଚନାନୁସାରେ ସିଏଲ୍‌ପି ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି. ବେଣୁଗୋପାଳଙ୍କ ସହ କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଶିନ୍ଦେ(ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ), ଜିତେନ୍ଦ୍ର ସିଂ (ଏଆଇସିସି ସାଧାରଣ ସମ୍ପାଦକ) ଏବଂ ଦୀପକ ବାବରିଆ (ପୂର୍ବତନ ସାଧାରଣ ସମ୍ପାଦକ) ଉପସ୍ଥିତ ଥିଲେ। ସେମାନେ ସିଦ୍ଦାରାମାୟା ଓ ଶିବକୁମାରଙ୍କ ସମେତ ଅନ୍ୟ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ମତାମତ ନେଇ ଏକ ସଙ୍କଳ୍ପନାମା ଗୃହୀତ ହୋଇଛି, ଯାହାକୁ ଏଆଇସିସି ଅଧ୍ୟକ୍ଷ ଖାର୍ଗେଙ୍କ ନିକଟରେ ଉପସ୍ଥାପନ କରାଯିବ। ଅନ୍ୟପକ୍ଷେ ଏହି ଆଲୋଚନା ବେଳେ ହୋଟେଲ ବାହାରେ ଉଭୟ ଶିବକୁମାର ଓ ସିଦ୍ଦାରାମାୟା ଗୋଷ୍ଠୀର ବିଧାୟକମାନେ ନିଜ ନିଜ ନେତାଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଇତିମଧ୍ୟରେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗ୍ରହୀ ଥିବା ସଙ୍କେତ ଦେଇଛନ୍ତି। ସେ ଦଳ ପାଇଁ ଅନେକ ଥର ତ୍ୟାଗ କରି ସିଦ୍ଦାରାମାୟାଙ୍କ ସହ ରହିଆସିଥିବା କହିଛନ୍ତି। ସିଦ୍ଦାରାମାୟାଙ୍କ ସମର୍ଥକ ତାଙ୍କ ବେଙ୍ଗାଲୁରୁ ବାସଭବନରେ ପୋଷ୍ଟର ଲଗାଇଛନ୍ତି, ଯହିଁରେ ଏହି ଷ୍ଟଲଓ୍ବାର୍ଟଙ୍କୁ କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରଦର୍ଶିତ କରାଯାଇଛି। ସୋମବାର ୬୧ ବର୍ଷରେ ପଦାର୍ପଣ କରିବାକୁ ଥିବା ଶିବକୁମାରଙ୍କ ବାସଭବନ ବାହାରେ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ସହ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରାଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କଂଗ୍ରେସର ଦୁଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଇତିମଧ୍ୟରେ ହରପାନହାଲ୍ଲିର ନବନିର୍ବାଚିତ ସ୍ବାଧୀନ ବିଧାୟିକା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏମ୍‌.ପି. ପ୍ରକାଶଙ୍କ ଝିଅ ଲତା ମଲ୍ଲିକାର୍ଜୁନ କଂଗ୍ରେସକୁ ନିଃସର୍ତ୍ତ ସମର୍ଥନ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri