ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ନିବେଶକ ସମ୍ମିଳନୀ ଏକ ଏଭଳି ପ୍ଲାଟ୍‌ଫର୍ମ ଯେଉଁଠି ନିବେଶକମାନେ ଦୀର୍ଘସ୍ଥାୟୀ ଭାବେ ପୁଞ୍ଜି ନିବେଶ କରି ତାଙ୍କର ଶିଳ୍ପକୁ ସୁନିଶ୍ଚିତ କରିପାରିବେ। କାହିଁକି ନା ଓଡ଼ିଶା ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ସ୍ଥିରତା, କମ୍‌ ଖର୍ଚ୍ଚ ଏବଂ ପ୍ରଶାସନିକ ସହଯୋଗ ମିଳିପାରୁଛି। ଏହି ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ନିଜକୁ ଏକ ଭବିଷ୍ୟତମୁଖୀ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ କହିଥିଲେ ଯେ, ଓଡ଼ିଶା ନିବେଶକ ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ଥିଲା ଶିଳ୍ପପତିମାନଙ୍କ ସହ ସିଧାସଳଖ ମିଶି ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରାଇବା ଏବଂ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ନିବେଶ ନିଷ୍ପତ୍ତିକୁ ତ୍ୱରାନ୍ବିିତ କରିବା। ଏହି କାର୍ଯ୍ୟକ୍ରମରେ ବୃହତ୍‌ କମ୍ପାନୀ, ଶିଳ୍ପ ସମୁଦାୟ ଓ ବ୍ୟବସାୟୀକ ଗୋଷ୍ଠୀଙ୍କୁ ଏକତ୍ରିତ କରି ନୂତନ ନିବେଶ ସୁଯୋଗ ସୃଟେି କରିବା। ଯାହାଫଳରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଅଭିବୃଦ୍ଧି ହୋଇପାରିବ। ତେବେଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ଉପସ୍ଥିତ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ପୂର୍ବୋଦୟ’ ବିକାଶରେ ଓଡ଼ିଶା ଏକ ମୁଖ୍ୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଯେଉଁଥିରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଆର୍ଥିକ ଶୃଙ୍ଖଳା ଏବଂ ଦାୟିତ୍ୱଶୀଳ ସୁଶାସନର ସମର୍ଥନ ମିଳୁଛି। ରାଜ୍ୟରେ ଥିବା ବ୍ୟାପକ ସମୁଦ୍ରତଟ, ବନ୍ଦରର ବିକାଶ, ବିସ୍ତାରଶୀଳ ଶିଳ୍ପ କରିଡର ଏବଂ ବିବିଧ ସଂଯୋଗୀକରଣ ସତେ ଯେମିତି ବିଶ୍ୱ ବଜାର ପାଇଁ ଏକ ଖୋଲା ଦ୍ୱାର ଭାବେ ପ୍ରତିପାଦିତ କରୁଛି। ମାତ୍ର ଅନ୍ୟ ସ୍ଥାନରେ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ନାହିଁ। ପ୍ରତିଦ୍ୱନ୍ଦିତାମୂଳକ ବଜାର ସାଙ୍ଗକୁ ନିବେଶ ଲାଗି ଅଧିକ ଖର୍ଚ୍ଚ ଓ ପ୍ରଶାସନିକ ସହଯୋଗରେ ଅସ୍ଥିରତା ରହୁଛି। ଏହି କ୍ଷେତ୍ରରେ ଓଡ଼ିଶାରେ ନିବେଶକମାନେ ସବୁ ଦୃଷ୍ଟିରୁ ସହଯୋଗୀ ପରିବେଶ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ନିବେଶକ ଏବଂ ସରକାରଙ୍କ ମଧ୍ୟରେ ୧୩ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା, ଯାହା ମାଧ୍ୟମରେ ୨୭,୬୫୦ କୋଟି ଟଙ୍କାର ନିବେଶ ସମ୍ଭାବନା ରହିଥିବାବେଳେ ପ୍ରାୟ ୧୫,୯୦୫ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି। ସେହିପରି ସମ୍ମିଳନୀରେ ୩୯,୧୩୧ କୋଟି ଟଙ୍କାର ନିବେଶ ସ୍ବୀକୃତି ମିଳିଛି, ଯାହା ମାଧ୍ୟମରେ ୪୦,୦୦୦ରୁ ଅଧିକ ନିଯୁକ୍ତିି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛ।
ସେଥିମଧ୍ୟରେ ଔଷଧ ଶିଳ୍ପ, ଚିକିତ୍ସା ଉପକରଣ, ଅକ୍ଷୟଶକ୍ତି, ବସ୍ତ୍ର,ଇଲେକ୍ଟ୍ରୋନିକ୍ସ, ଆଇଟି ଓ ଡାଟା ସେଣ୍ଟର, ଆଧୁନିକ ଉତ୍ପାଦନ ଏବଂ ସହଯୋଗୀ ଶିଳ୍ପ ରହିଛି। ଯାହା ଓଡ଼ିଶାର ବିବିଧ ଏବଂ ଭବିଷ୍ୟତମୁଖୀ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ବଢ଼ୁଥିବା ଆକର୍ଷଣକୁ ସ୍ପଷ୍ଟ କରୁଛି ବୋଲି ସମ୍ମିଳନୀରୁ ଜଣାଯାଇଛି।
କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ, ଓଡ଼ିଶା ନିବେଶକ ସମ୍ମିଳନୀରେ ମିଳୁଥିବା ଦୃଢ଼ ପ୍ରତିଶ୍ରୁତି ଓଡ଼ିଶାର ନୀତିଗତ ଢାଞ୍ଚା ଏବଂ ପ୍ରଶାସନିକ ମଡେଲ୍‌ ଉପରେ ଶିଳ୍ପ ସମୁଦାୟର ବିଶ୍ୱାସକୁ ପ୍ରମାଣିତ କରୁଛି। ଏହା ମାଧ୍ୟମରେ ଓଡ଼ିଶା ଶିଳ୍ପ ସମୃଦ୍ଧ ଦିଗରେ ଅଗ୍ରଗତି କରିବା ସହିତ ନିବେଶକମାନଙ୍କୁ ଏକ ସୁସ୍ଥ ପରିବେଶ ଯୋଗାଇବ ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri