Posted inଜାତୀୟ

କ୍ଷୀର ବିକାଳିରୁ ମୁଖ୍ୟମନ୍ତ୍ରୀ…

ଶିମଲା,୧୦।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ହେବେ। କଂଗ୍ରେସ ହାଇକମାଣ୍ଡ ଏହାକୁ ଅନୁମୋଦନ କରିଛନ୍ତି। ସେ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ହେବେ। ଜାତୀୟ ରାଜନୀତିରେ ସୁଖବିନ୍ଦର ସିଂ ସୁଖୁଙ୍କ ନାମ ଏପର୍ଯ୍ୟନ୍ତ ପ୍ରସିଦ୍ଧ ହୋଇ ନଥାଇପାରେ, କିନ୍ତୁ ହିମାଚଳ ପ୍ରଦେଶର ରାଜନୀତିରେ ତାଙ୍କର ସ୍ଥିତି ସୁଦୃଢ଼।

ନାଦୌନ ବିଧାନସଭା ନିର୍ବାଚନମଣ୍ଡଳୀରୁ ଚତୁର୍ଥ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ସୁଖବିନ୍ଦର ସିଂ ସୁଖୁ ମଧ୍ୟ ହିମାଚଳ ପ୍ରଦେଶ କଂଗ୍ରେସ ନିର୍ବାଚନ ପ୍ରଚାର କମିଟିର ସଭାପତି। ସେ ୨୬ ମାର୍ଚ୍ଚ ୧୯୬୪ ରେ ହମିରପୁର ଜିଲାର ନାଦୌନ ତହସିଲର ସେରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସୁଖୁଙ୍କ ପିତା ରସିଲ ସିଂ ହିମାଚଳ ସଡକ ପରିବହନ ନିଗମ ଶିମଲାରେ ଡ୍ରାଇଭର ଥିବାବେଳେ ମାତା ସଂସାର ଦେଈ ଗୃହିଣୀ।

ଚାରି ଭାଇଭଉଣୀଙ୍କ ମଧ୍ୟରେ ସୁଖଙ୍କ ସ୍ଥାନ ଦ୍ୱିତୀୟ। ସେ ଛୋଟା ଶିମଲାରେ ଏକ ଦୁଗ୍ଧ କାଉଣ୍ଟରରେ କ୍ଷୀର ବିକ୍ରି କରୁଥିଲେ। ୧୯୯୮ ରେ, ସେ କମଲେଶ ଠାକୁରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଇ ଅଛନ୍ତି।

ସୁଖବିନ୍ଦର ସିଂ ସୁଖୁ ମଧ୍ୟ ଶିମଲାରେ ଏଲଏଲବି ଅଧ୍ୟୟନ କରିଛନ୍ତି। ସେ କଲେଜରେ ଶ୍ରେଣୀ ପ୍ରତିନିଧୀ, ଛାତ୍ର କେନ୍ଦ୍ରୀୟ ସଂଘର ସାଧାରଣ ସମ୍ପାଦକ ଏବଂ ଛାତ୍ର କେନ୍ଦ୍ରୀୟ ସଂଘର ସଭାପତି ହୋଇଥିଲେ। ସେ ନିଜର ରାଜନୈତିକ କ୍ୟାରିୟର କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇରୁ ଆରମ୍ଭ କରିଥିଲେ।

ସେ ୧୯୮୮ ରୁ ୧୯୯୫ ପର୍ଯ୍ୟନ୍ତ ଏନଏସୟୁଆଇର ରାଜ୍ୟ ସଭାପତି ଥିଲେ। ତା’ପରେ ୧୯୯୫ରେ ତାଙ୍କୁ ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ କରାଯାଇଥିଲା। ୧୯୯୮ ରୁ ୨୦୦୮ ପର୍ଯ୍ୟନ୍ତ ସେ ଯୁବ କଂଗ୍ରେସର ରାଜ୍ୟ ସଭାପତି ଥିଲେ। ୨୦୦୮ ରେ ସେ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ହୋଇଥିଲେ। ଏଥି ସହିତ, ୨୦୧୩ ରୁ ୨୦୧୯ ପର୍ଯ୍ୟନ୍ତ ସେ ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ।

ଦୁଇଥର ଶିମଲା ମ୍ୟୁନିସିପାଲିଟି କର୍ପୋରେଶନର କାଉନସିଲର ଭାବରେ ସୁଖବିନ୍ଦର ସିଂ ସୁଖୁ ନିର୍ବାଚିତ ହୋଇଥିଲେ। ୨୦୦୩, ୨୦୦୭, ୨୦୧୭ ଏବଂ ବର୍ତ୍ତମାନ ୨୦୨୨ ରେ ସେ ଚତୁର୍ଥ ଥର ପାଇଁ ବିଧାୟକ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କୁ ହିମାଚଳ ପ୍ରଦେଶ କଂଗ୍ରେସ ନିର୍ବାଚନ ପ୍ରଚାର କମିଟିର ସଭାପତି ଏବଂ ଟିକେଟ ବଣ୍ଟନ କମିଟିର ସଦସ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri