Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଗୃହ ବିଭାଗ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୩୦।୧୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ପାଇଁ ମଙ୍ଗଳବାର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଥିଲେ। ହେଲେ ଏହି ବିସ୍ତାର ପରେ ଭାଜପାରେ ବିବାଦ ବଢ଼ିଛି। କାରଣ ଦୁଇ ନୂଆ ମନ୍ତ୍ରୀ କମଲ ଗୁପ୍ତା (ଭାଜପା) ଏବଂ ଦେବେନ୍ଦର ସିଂ ବବଲି (ଜେଜେପି)ଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଭାଗ ନ ଥିଲା। ଏଥିଯୋଗୁ ସେ କ୍ୟାବିନେଟର ବରିଷ୍ଠ ସହଯୋଗୀ ଅନିଲ ଭିଜ୍‌ଙ୍କଠାରୁ ଗୃହ ବିଭାଗ ମାଗିଥିଲେ। ଭିଜ୍‌ ଏଥିରେ ଅସନ୍ତୁଷ୍ଟ ହୋଇ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିବା ସହ ଭାଜପାର କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଫେରାଦ ହୋଇଥିଲେ। ଶେଷରେ ଖଟ୍ଟର ଓ ଭିଜ୍‌ ଗୋଟିଏ ଲେଖାଏ ବିଭାଗ ଛାଡ଼ି ନିଜ ଦଳର ଜଣେ ମନ୍ତ୍ରୀଙ୍କୁ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ନୂଆକରି ଶପଥ ନେଇଥିବା ତାଙ୍କ ଦଳର ମନ୍ତ୍ରୀଙ୍କ ପାଇଁ ଗୋଟିଏ ବିଭାଗ ଛାଡ଼ିଦେଇଛନ୍ତି। ଏହି ଘଟଣାକ୍ରମକୁ ନେଇ ହରିୟାଣା ରାଜନୀତି ସରଗରମ ହୋଇଥିବାବେଳେ ଖଟ୍ଟର-ଭିଜ୍‌ ମୁହଁାମୁହିଁ ହେବା ଭାଜପାର ଅନ୍ତର୍କଳହକୁ ପଦାରେ ପକାଇଛି।
ହରିୟାଣା ମନ୍ତ୍ରିମଣ୍ଡଳରେ ଭାଜପା କୋଟାରୁ ହିସାର ବିଧାୟକ ଡ. କମଲ ଗୁପ୍ତା ଏବଂ ସହଯୋଗୀ ଜନନାୟକ ଜନତା ପାର୍ଟି (ଜେଜେପି)ରୁ ଟୋହାନା ବିଧାୟକ ଦେବେନ୍ଦର ସିଂ ବବଲିଙ୍କୁ ସାମିଲ କରାଯାଇଛି। ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଚଣ୍ଡିଗଡ଼ସ୍ଥିତ ରାଜଭବନରେ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସଂସ୍କୃତରେ ଶପଥ ନେଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ପୃଷ୍ଠଭୂମିର କମଲ ଗୁପ୍ତା ହେଉଛନ୍ତି ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ। ଅନ୍ୟପକ୍ଷେ ହିନ୍ଦୀରେ ଶପଥ ନେଇଥିବା ଦେବେନ୍ଦର ହରିୟାଣରେ କେନ୍ଦ୍ରର ୩ କୃଷି ଆଇନ ବିରୋଧୀ ଆନ୍ଦୋଳନର ମୂଳ କୁହାଯାଉଥିବା ଫତେଗଡ଼ର ତୋହାନାରୁ ବିଧାନସଭାରେ ପ୍ରଥମ ଥର ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ଜୁନ୍‌ରେ ବବଲି ନିଜ ନିର୍ବାଚନମଣ୍ଡଳୀକୁ ଯାଇଥିବାବେଳେ ଆନ୍ଦୋଳନରତ କୃଷକଙ୍କ ଘୋର ବିରୋଧର ସମ୍ମୁଖୀନ ହୋଇଥିଲେ। କୃଷକଙ୍କ ଆକ୍ରମଣରେ ତାଙ୍କ ଗାଡ଼ିର କାଚ ଭାଙ୍ଗିଯିବା ସହ ଡ୍ରାଇଭର ଆହତ ହୋଇଥିଲେ। ଦେବେନ୍ଦର ଜଣେ ପ୍ରମୁଖ ଜାଟ୍‌ ଚେହେରା। ୨୦୧୯ ନିର୍ବାଚନରେ ସେ ଭାଜପାର ତତ୍କାଳୀନ ରାଜ୍ୟ ସଭାପତି ସୁଭାଷ ବରାଳଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇଥିଲେ।
ହରିୟାଣାରେ ଏହା ହେଉଛି ୨ ବର୍ଷ ମଧ୍ୟରେ ଦ୍ୱିତୀୟ ସମ୍ପ୍ରସାରଣ। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ୨୦୧୯ ଅକ୍ଟୋବରରେ ନିର୍ବାଚନ ହୋଇଥିଲା। ଭାଜପା ଏବଂ ଜେଜେପି ପରସ୍ପର ବିରୋଧରେ ଲଢ଼ିଥିଲେ। ଭାଜପା ୪୦ ଆସନ ଜିତିଥିଲା। ସଂଖ୍ୟାଗରିଷ୍ଠତା ନ ମିଳିବାରୁ ଶେଷରେ ୧୦ ବିଧାୟକ ଥିବା ଜେଜେପି ସହ ମେଣ୍ଟ କରିବାକୁ ବାଧ୍ୟ ହୋଇଥିଲା। ଅକ୍ଟୋବର ୨୭ରେ ମନୋହର ଲାଲ ଖଟ୍ଟର ଏବଂ ଜେଜେପି ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନଭେମ୍ବରରେ ଉଭୟ ଦଳର ୧୦ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଥିଲା। ସଦ୍ୟ ବିସ୍ତାର ସହ ଖଟ୍ଟରଙ୍କୁ ମିଶାଇ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତେବେ ୨ ନୂଆ ମନ୍ତ୍ରୀଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ବିଭାଗ ନ ଥିବାରୁ ସେ ଅନିଲ ଭିଜ୍‌ଙ୍କୁ ଗୃହ ବିଭାଗ ମାଗିଥିଲେ। ଭିଜ୍‌ ଗୃହ ବିଭାଗ ଛାଡ଼ିବାକୁ ମନା କରିଦେଲେ। ସେ ସହରାଞ୍ଚଳ ପୌର ସଂସ୍ଥା ବିଭାଗ ଛାଡ଼ିଛନ୍ତି। ଖଟ୍ଟର ମଧ୍ୟ ସମସ୍ତଙ୍କ ପାଇଁ ଗୃହ ନିର୍ମାଣ ବିଭାଗ ଛାଡ଼ିଛନ୍ତି। ଏହି ଦୁଇ ବିଭାଗ କମଲ ଗୁପ୍ତାଙ୍କୁ ଦିଆଯାଇଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଉନ୍ନୟନ ଓ ପଞ୍ଚାୟତ ବିଭାଗ ଛାଡ଼ିଛନ୍ତି। ତାଙ୍କ ଦଳରୁ ମନ୍ତ୍ରୀ ହୋଇଥିବା ଅନୁପ ଧନକ ପ୍ରତ୍ନତତ୍ତ୍ୱ ଓ ସଂଗ୍ରହାଳୟ ବିଭାଗ ଛାଡ଼ିଛନ୍ତି। ଏହି ଦୁଇ ବିଭାଗ ଦେବେନ୍ଦର ସିଂ ବବଲିଙ୍କୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri