ବୟନିକାରୁ ବସ୍ତ୍ର କିଣିଲେ ମୁଖ୍ୟମନ୍ତ୍ରୀ: ଲୋକାଲ ଫର୍‌ ଭୋକାଲ ପାଇଁ ଦେଲେ ଆହ୍ବାନ

ଭୁବନେଶ୍ୱର,୪।୧୦(ସୁନିତ୍‌ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନଠାରୁ ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଗାନ୍ଧୀ ଜୟନ୍ତୀ ଅବସରରେ ପରିବାର ସହ ଯାଇ ଗୁରୁବାର ଭୁବନେଶ୍ୱର ସ୍ଥିତ ବୟନିକାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବୁଣାକାରଙ୍କ ହାତ ତିଆରି ବସ୍ତ୍ର କିଣିଛନ୍ତି। ଏଥିରେ ସେ ଏବଂ ତାଙ୍କ ପରିବାର ଅତ୍ୟନ୍ତ ଆନନ୍ଦିତ ବୋଲି ସେ କହିଛନ୍ତି। ଭାରତ ବର୍ତ୍ତମାନ ବିଶ୍ବର ୪ର୍ଥ ବୃହତ ଅର୍ଥନୀତି। ଦେଶ ସ୍ବାଧୀନତାର ୧୦୦ ବର୍ଷ ଅର୍ଥାତ୍‌ ୨୦୪୭ ସୁଦ୍ଧା ବିକଶିତ ଅର୍ଥନୀତି ହେବା ଲକ୍ଷ୍ୟରେ ଭାରତ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଓଡ଼ିଆଙ୍କ ସଂକଳ୍ପ ଆମ ସ୍ବତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରାଯିବ। ବିକଶିତ ଭାରତ ଗଠନରେ ଆମ ଓଡ଼ିଶାର ପ୍ରମୁଖ ଯୋଗଦାନ ରହିବ। ଏଥିପାଇଁ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ସଂକଳ୍ପରୁ ସିଦ୍ଧି ଆଡକୁ ଆଗେଇବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ତାଙ୍କର ମନେ ଅଛି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଥମ ମନ୍‌ କୀ ବାତ୍‌ ୨୦୧୪ ଅକ୍ଟୋବର ୩ ତାରିଖରେ କରିଥିଲେ ଏବଂ ତାହା ଥିଲା ପବିତ୍ର ବିଜୟା ଦଶମୀ। ତାଙ୍କ ପ୍ରଥମ ମନ୍‌ କୀ ବାତ୍‌, ଗାନ୍ଧୀ ଜୟନ୍ତୀର ପରଦିନ ଦେଶବାସୀଙ୍କୁ ଖଦି ବସ୍ତ୍ର ପିନ୍ଧିବାର ଆହ୍ବାନ ଦେଇଛନ୍ତି। ୨୦୧୪ରେ ମୋଦି ଖଦିକୁ ଏକ ବ୍ୟାପକ ଅର୍ଥରେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ଖଦିର ବ୍ୟାପକ ଅର୍ଥ ସ୍ବଦେଶୀ। ଏହାର ପ୍ରକୃତ ବ୍ୟାଖ୍ୟା ହେଉଛି ଆତ୍ମନିର୍ଭର ଭାରତ। କୋଭିଡ ସମୟରେ ମୋଦି ବାଧ୍ୟବାଧକତା ମାଧ୍ୟମରେ ଭୋକାଲ ଫର୍‌ ଲୋକାଲର ଆବଶ୍ୟକତାକୁ ଦେଶବାସୀଙ୍କୁ ସରଳ ଭାବେ ବୁଝାଇଥିଲେ। ଦେଶର ସୁନ୍ଦର ଭବିଷ୍ୟତ, ଖଦି, ସ୍ବଦେଶୀ, ଭୋକାଲ ଫର୍‌ ଲୋକାଲ, ଆତ୍ମନିର୍ଭର ଭାରତ ଏବଂ ଏହାର ଅନ୍ତିମ ପର୍ଯ୍ୟାୟ ବିକଶିତ ଭାରତ। ବିକଶିତ ଭାରତର ଟାରିଫକୁ ଡର ରହିବ ନାହିଁ। ଟାରିଫକୁ ନେଇ କେହି ଭୟ ଦେଖାଇ ପାରିବେନି। ଆମ ଅର୍ଥନୀତି ସ୍ବୟଂ ସମ୍ପୂର୍ଣ୍ଣ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭୋକାଲ ଫର୍‌ ଲୋକାଲ ଓ ସ୍ବଦେଶୀର ଆଦ୍ୟ ପଥ ପ୍ରଦର୍ଶକ। ବର୍ତ୍ତମାନ ମଧ୍ୟ ଶ୍ରୀମନ୍ଦିରରେ ଆଳୁ ଓ ବିଲାତି ବାଇଗଣ ପଶିବା ନିଷେଧ କରାଯାଇଛି। ମହାପ୍ରଭୁ ଓଡ଼ିଆ ଲୋକଙ୍କ ହାତବୁଣା ବସ୍ତ୍ର ଛଡା ଆଉ କିଛି ପିନ୍ଧନ୍ତି ନାହିଁ। ପ୍ରତୀକାତ୍ମକ ଭାବେ ସେ ବର୍ତ୍ତମାନ ହସ୍ତତନ୍ତ ବସ୍ତ୍ର କିଣିଛନ୍ତି ସତ। କିନ୍ତୁ ଓଡ଼ିଶା ଓ ଦେଶବାସୀ ବିକଶିତ ଭାରତ ଗଠନ କରିବା ପାଇଁ ଭୋକାଲ ଫର୍‌ ଲୋକାଲ ସ୍ବଦେଶୀ ମନ୍ତ୍ରରେ ଅଭିମନ୍ତ୍ରିତ ହେବା ପାଇଁ ଆହ୍ବାନ କରୁଛି ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri