ଭିଜିଲାନ୍ସ ଜାଲରେ ବାରକୋଟ ତହସିଲର ମୁଖ୍ୟ କିରାଣୀ

ଦେବଗଡ଼, ୧୬।୮(ଡି.ଏନ୍‌.ଏ.): ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହେଲେ ତହସିଲ ଅଫିସର ମୁଖ୍ୟ କିରାଣୀ। ଦେବଗଡ଼ ଜିଲା ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ବାରକୋଟ ବ୍ଳକ ସଦର ମହକୁମା ସ୍ଥିତ ବଣେଇ ଛକଠାରେ ମଙ୍ଗଳବାର ସା ସମୟରେ ଜଣେ ବ୍ୟକ୍ତିଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା। ଖତିୟାନ କାଗଜପତ୍ର କରିଦେବା ପାଇଁ କରଣ ସିଂ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କଠାରୁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଭିଜିଲାନ୍ସକୁ କରଣ ଜଣାଇଥିଲେ। ପୁର୍ବ ଯୋଜନା ମୁତାବକ କରଣଙ୍କଠାରୁ ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲା। ପରେ ତାଙ୍କୁ ଗିରଫ କରି ଅଧିକ ଛାନଭିନ କରାଯାଉଥିବା ଜଣାପଡ଼ିଛି।